ବିବାହର ଏକ ମାସରେ ଆଖି ବୁଜିଲେ ନବବଧୂ ; ପରିବାର ଆଣିଲା ହତ୍ୟା ଅଭିଯୋଗ ,ବନ୍ଧା ହେଲେ ଶଶୂର
1 min readକେନ୍ଦ୍ରାପଡ଼ା : ବାପାଙ୍କ ହତ ଛାଡି ବିଶ୍ୱାସ ଓ ଭଲପାଇବାରେ ଧରିଥିଲେ ସ୍ୱାମୀର ହାତ । ଯାହସହ ସାତ ଫେର ନେଇ ବିବାହର ବଚନ ନେଇ ସାତ ଜନମ ପାଇଁ ହାତ ଧରି ଆସିଥିଲେ ୧ ମାସ ବି ତିଷ୍ଠି ପାରିଲାନି ବିବାହର ସର୍ମ୍ପକ । ନୂଆ ପରିବାର ନୂଆ ସ୍ୱପ୍ନ ନେଇ ଶାଶୁଘରକୁ ଆସିଥିଲେ ହେଲେ ବିବାହର ଠିକ୍ । ଏକ ମାସ ତେର ଦିନରେ ନବବଧୂକୁ ଶାଶୁ ଘର ଲୋକ ହତ୍ୟା କରିଥିବା ଅଭିଯୋଗ ଆଣିଲେ ବାପଘର ଲୋକେ , ଆଉ ସବୁଦିନ ପାଇଁ ଅଫେରା ରାଇଜକୁ ଚାଲିଗଲେ ନବବିବାହିତା ପିଙ୍କି । ଏଭଳି ଏକ ଅଭାବନୀୟ ଘଟଣା ଡେରାବିଶ ଥାନା ଅନ୍ତର୍ଗତ ଶବଳଙ୍ଗ ଗାଁରେ ଘଟିଛି ।
ବରୀ ବ୍ଲକ ବିଦୁରୂପା ଗାଁ ର ପିଙ୍କି ରାଣି ବେହେରା ଗତ ମାର୍ଚ୍ଚ ମାସ ରେ ଡେରାବିଶ ଥାନା ଶବଳଙ୍ଗ ଗାଁ ର ଉତ୍ତମ କୁମାର ଦାସ କୁ ବିବାହ କରିଥିଲେ । ଏକ ମାସ ବିବାହ ଭିତରେ ଝିଅ ର ଶାଶୁ ଘର ଲୋକଙ୍କ ସହ ପାରିବାରିକ କଳହ ଲାଗି ରହିଥିଲା । ଗତକାଲି ରାତିରେ ଝିଅ ବାପ ଘର ଲୋକେ ଖବର ପାଇଥିଲେ ଯେ ଝିଅ ପିଙ୍କିରାଣୀ ବେକରେ ରଶି ଲାଗି ଘର ଫ୍ୟାନ ରେ ଝୁଲିଛି । ଖବର ପାଇ ଝିଅ ର ବାପା ଓ ଭାଇ ଶବଲାଙ୍ଗ ରେ ପହଁଚିଲା ବେଳକୁ ସଂଜ୍ଞକ୍ଷହୀନ ଅବସ୍ଥା ରେ ପିଙ୍କି ରାଣୀ କୁ ପାଇଥିଲେ । ସେତେବେଳକୁ ପିଙ୍କି ରାଣୀ ମୃତୁ ବରଣ କରିସାରିଥିଲେ ।
ନବବଧୂର ମୃତୁ ପରେ ପିଙ୍କି ରାଣୀ ଙ୍କ ବକ୍ଷପା ସନାତନ ବେହେରା ଡେରାବିଶ ଥାନା ରେ ଝିଅ ର ସ୍ୱାମୀ ଉତ୍ତମ ଦାସ, ଶଶୁର ଅଜିତ ଦାସ ଓ ଶାଶୁ ଲକ୍ଷ୍ମୀ ଦାସ ନାମରେ ହତ୍ୟା ଅଭିଯୋଗ ଆଣିଛନ୍ତି । ପୋଲିସ ଏନେଇ ଏକ ମାମଲା ରୁଜ୍ଜୁ କରି ଶବଳଙ୍ଗ ସ୍ଥିତ ଘରେ ପହଁଚିଲା ବେଳକୁ ଘଟଣା ସ୍ଥଳରୁ ସ୍ୱାମୀ ଉତ୍ତମ ଓ ଶାଶୁ ଫେରାର ଥିଲେ. ଶଶୁର ଅଜିତ ଦାସ ଙ୍କୁ ଘରୁ କାବୁ କରି ଗିରଫ କରିଛନ୍ତି ଡେରାବିଶ ପୋଲିସ । ହତ୍ୟା ବଧୂ ନିର୍ୟାତନା ଭଳି ସଙ୍ଗିନୀ ଦଫା ଲଗାଇ ତଦନ୍ତ କରୁଛନ୍ତି ପୋଲିସ । ଘଟଣା ସ୍ଥଳ ରେ ସାଇଣ୍ଟିଫିକ ଟିମ ପହଂଚିବା ସହ ଶବ ବ୍ୟବଛେଦ ପାଇଁ ପଠାଯିବ ।