Pratidin TV

Odisha's Digital News Platform

ତାତିଲେ କେନ୍ଦ୍ରାପଡା ବାସି : ବିଧାୟକଙ୍କ ଗାଡିକୁ କଲେ ଅଣ୍ଡାମାଡ

1 min read

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲା ବଗଡା ଗ୍ରାମରେ ନବନିର୍ମିତ ମିସନ୍ ଶକ୍ତି ଗୃହ ଉଦ୍ଘାଟନ ପାଇଁ ଯାଉଥିବା ବେଳେ କେନ୍ଦ୍ରାପଡା ବିଧାୟକ ଶଶିଭୂଷଣ ବେହେରା ଙ୍କ ଗାଡି ଉପରକୁ ଅଣ୍ଡାମାଡ ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ପୂର୍ବରୁ ବଗଡା ବଜାର୍ ଠାରେ ଛକି ରହିଥିବା କିଛି ବ୍ୟକ୍ତି ବିଧାୟକଙ୍କ ଗାଡି କୁ ଲକ୍ଷ୍ୟ କରି ଅଣ୍ଡା ମାଡ କରିଥିଲେ । ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏହି ଘଟଣାରେ ସଦର୍ ପୋଲିସ ଜଣେ ଯୁବକଙ୍କୁ ଅଟକ ରଖିଥିବା ମଧ୍ୟ ଜଣାପଡିଛି । ତେବେ ଅଣ୍ଡା ମାଡ ପଛରେ କାହାର ହାତ ଅଛି ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ ।

ହେଲେ ଏ କଥା କିନ୍ତୁ ଏବେ ଦାଣ୍ଡରେ ପଡି ହାଟରେ ଗଡୁଛି। ଅଭିଯୋଗ ହେଉଛି ପିସି କାରବାର ଓ କର୍ମୀଙ୍କୁ ଅଣଦେଖା ଯୋଗୁ କୁଆଡେ ବିଧାୟକ ଙ୍କୁ ବିରୋଧ ହେଉଛି। ଖାଲି ଏତିକି ନୁହେଁ ବାପ ପୁଅଙ୍କ ହୁକୁ ମାତିରେ ଅତିଷ୍ଠ ହେଲେଣି କେନ୍ଦ୍ରାପଡା ବାସି।ବାପା ବିଧାୟକ ପୁଅ ମମାଲତି କଲେଯେ କଣ ହୁଏ ତାର ଝଲକ ସାମ୍ନାକୁ ଆସିଛି।ଏବେ କୁଆଡେ ପୁଅଙ୍କୁ ଖୋଜୁଛନ୍ତି ଉତ୍ୟକ୍ତ ଲୋକେ ବୋଲି କେନ୍ଦ୍ରାପଡା ଅଞ୍ଚଳରେ ଏହା ଚର୍ଚ୍ଚାର ବିଷୟ ପାଲଟିଛି ।

Advertisement

Leave a Reply

Your email address will not be published. Required fields are marked *