Pratidin TV

Odisha's Digital News Platform

କେନ୍ଦ୍ରାପଡାରେ ଅସୁରକ୍ଷିତ ପୋଲିସ କର୍ମୀ ! ରାସ୍ତା ଉପରେ ପୋଲିସ ବାବୁଙ୍କୁ କାମୁଡିି ରକ୍ତାକ୍ତ କଲେ ଦୁର୍ବୁତ୍ତ..

1 min read

କେନ୍ଦ୍ରାପଡା : କେତେ ସୁରକ୍ଷିତ ସାଧାରଣ ଲୋକେ । ବିଚ୍ ରାସ୍ତାରେ ପୋଲିସ କର୍ମୀଙ୍କ ଗାଡି ଅଟକାଇ କାମୁଡି ରକ୍ତାକ୍ତ କଲେ ଦୁର୍ବୁତ୍ତ । ସୂଚନା ମୁତାବକ କେନ୍ଦ୍ରାପଡା ପୋଲିସ ବିଭାଗର ଜିଲ୍ଲା କାର୍ଯ୍ୟଳୟରେ ରିଜର୍ଭ ପୋଲିସ କନେଷ୍ଟବଳ ଭାବେ କାର୍ଯ୍ୟରତ ଥିବା ପାଟକୁରା ଅଞ୍ଚଳର ଚନ୍ଦ୍ରକାନ୍ତ ଆଚାର୍ଯ୍ୟ ନିଜଘରୁ ପୋଲିସ ରିଜର୍ଭ ଅଫିସକୁ ନିଜ କାର ଯୋଗେ ଯାଉଥିବା ବେଳେ ହଠାତ ପାରାଦ୍ୱୀପ – ଦୈତାରୀ ରାସ୍ତାର ଛଘରିଆ ଛକ ନିକଟରେ ୩ ଜଣ ଦୁର୍ବୁତ୍ତ ତାଙ୍କ ଜାରକୁ ଅଟକାଇ ଥିଲେ ।

ପରେ ପରେ ପୋଲିସ ବାବୁ ଜଣଙ୍କ କାରରୁ ବାହାରି ମାତ୍ରେ ଆରମ୍ଭ ହୋଇଯାଇ ଥିଲା ଉଭୟଙ୍କ ବଚସା ଆଉ ହାତାହାତି । ତେବେ ଦୁର୍ବୁତ୍ତମାନେ ପୋଲିସ ବାବୁଙ୍କ କାନକୁ କାମୁଡିବା ସହ ତାଙ୍କ ଶରୀର ଅନ୍ୟଜାଗା ଗୁଡିକରେ କାମୁଡି କାମୁଡି ରକ୍ତାକ୍ତ କରି ଦେଇଥିଲେ। ଏନେଇ ପୋଲିସ ବାବୁ ଜଣକ ନିଜର ଜୀବନ ବଞ୍ଚାଇ ସେଠାରୁ ନିକଟସ୍ତ ସଦରଥାନାରେ ଏକ ଲିଖିତ ଅଭିଯୋଗ କଲା ପରେ । ସଦର ପୋଲିସ ଅଭିଯୋଗକୁ ଭିତ୍ତିକରି ସନ୍ତୋଷ ସ୍ୱାଇଁ ନାମକ ଜଣେ ଯୁବକ ସହିତ ଆଉ ଦୁଇ ଜଣକୁ ଆଜି ଦଫା ୩୦୭ / ଆଟେମ ଟୁ ମଡର କେଶରେ କୋର୍ଟରେ ହଜାର କରିଥିଲା। ତେବେ ଆସାମୀମାଙ୍କର ଯାମିନୀ ଆବେଦନ ଖାରଜ ହୋଇ ଯାଇଛି ବୋଲି ସୂଚନା ଦେଇଛନ୍ତି କେନ୍ଦ୍ରାପଡା ଆଡଭକେଟ୍ ସଞ୍ଜୟ ଜେନା ।

Advertisement

Leave a Reply

Your email address will not be published. Required fields are marked *