Pratidin TV

Odisha's Digital News Platform

ଭାଗବତ ପାରାୟଣରେ ରାଜନୈତିକ ହିଂସାକାଣ୍ଡ , ଚାଲିଗଲା ଅମୂଲ୍ୟ ଜୀବନ

1 min read

ଆଳି : ପୂର୍ବ ପଞ୍ଚାୟତ ନିର୍ବାଚନର ରାଜନୈତିକ ହିଂସାକୁ କେନ୍ଦ୍ର କରି ଆଜି ଭାଗବତ ପାରାୟଣ ଚାଲୁଥିବା ସମୟରେ କୌଣସି କାରଣରୁ ବଚସା ହୋଇଥିଲା। ସାମାନ୍ୟ ବଚସାରୁ ହୋଇଥିଲା ରକ୍ତର ନଦୀ, ଏମିତି କି ଜଣେ ମୃତ ହେବା ସହିତ ଆଉଜଣେ କଟକ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣାପଡିଛି।

ଖବର ମୁତାବକ ଆଳି ବ୍ଲକ ଅର୍ନ୍ତଗତ ସହିରା ପଞ୍ଚାୟତ ସହିରା ଗାଁରେ ଘଟିଜାଇଛି ଏକ ଅଘଟଣ। ସହିରା ଗ୍ରାମର ବିଶ୍ଵନାଥ ପାତ୍ର ଙ୍କ ବଡପୁଅ ଅମିତ୍ ପାତ୍ର ବୟସ ୪୪ ପାଖ ଗାଁରେ ଚାଲିଥିଲା ଭାଗବତ ପାରାୟଣ। ସେହି ଭାଗବତ ପାରାୟଣ ଶେଷ ରାତ୍ରିର ଭୋଜି ଖାଇବାକୁ ଜାଇଥିବା ସମୟରେ ସେହି ଗାଁର ରଶ୍ମିରଞ୍ଜନ ରାଉଳ ଗାଳିଗୁଲଜ କରିଥିଲେ ଅମିତ୍ ପ୍ରତିବାଦ କରିବାରୁ ରଶ୍ମି ଉତକ୍ଷିପ୍ତ ହୋଇ ଏକ ଧାରୁଆ ଛୁରିରେ ଆକ୍ରମଣ କରିଥିଲେ ସେହି ଅନ୍ଧାର ରାତିରେ ଅମିତ୍ ଙ୍କ ଶଳା ସଞ୍ଜୟ ଅମିତ୍ ଙ୍କୁ ଉଦ୍ଧାର କରିବା ସମୟରେ ସଞ୍ଜୟ ମଧ୍ୟ ବାଦ୍ ପଡ଼ିନଥିଲେ। ରଶ୍ମର ଛୁରା ମାଡ଼ରେ ସଞ୍ଜୟ ଗୁରୁତର ଆହତ ହୋଇ କଟକ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ଏନେଇ ପରିବାର ଲୋକେ ଆଳି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

Advertisement

ଅଭିଯୋଗକୁ ଭିତ୍ତିକରି ଆଳି ପୋଲିସ ଆସାମୀ ରଶ୍ମି କୁ ଅଟକ ରଖି ପଚରାଉଚରା ଜାରି ରଖିଛି।

Leave a Reply

Your email address will not be published. Required fields are marked *