Pratidin TV

Odisha's Digital News Platform

ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ମୃତ୍ୟୁ ପରେ ଲଗାମ ଛଡା ସ୍ୱାସ୍ଥ୍ୟ ବିଭାଗ : ବିନା ଡାକ୍ତରରେ ପପୁଲାରରେ ନସିଂହୋମରେ ଚାଲିଛି ଅସ୍ତ୍ରୋପଚାର , ଦାୟୀ କିଏ ?..

1 min read

କେନ୍ଦ୍ରାପଡା : ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ମୃତ୍ୟୁ ପରେ ଟଳମଳ ସ୍ୱାସ୍ଥ୍ୟ ବିଭାଗ । କାହା ନିର୍ଦ୍ଧେଶରେ ଚାଲିଛି କେନ୍ଦ୍ରାପଡ଼ା,କାହା ଇଙ୍ଗିତରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ? ସିଡିଏମଓ ଙ୍କର ଚାଞ୍ଚଲ୍ୟକର ବୟାନ ଚଞ୍ଚଳୀୟ କର ବୟାନ-ମୋ ହାତରେ ନାହିଁ ସ୍ବାସ୍ଥ୍ୟ ବ୍ୟବସ୍ଥା ଘରୋଇ ନର୍ସିଂହୋମ ରେ ଅଘଟଣ ଘଟିଲେ ଦାଇ କିଏ ? କାହା ହାତରେ କ୍ଷମତା କିଏ ନବ କାର୍ଯ୍ୟନୁଷ୍ଠାନ ? କେନ୍ଦ୍ରାପଡ଼ା ରେ ଘରୋଇ ନର୍ଷିଁ ହୋମ ରେ ଦିନକୁ ଦିନ ଅଘଟଣ ବଢ଼ିବାରେ ଲାଗିଛି ଏଥି ପାଇଁ ଦାୟୀ କିଏ ?

ସୂଚନାଯୋଗ୍ୟ ଯେ ଗତ ୨୦ତାରିଖ ରେ କେନ୍ଦ୍ରାପଡା ପପୁଲାର ନର୍ଷିହୋମରେ ଜଣେ ମହିଳାଙ୍କ ଅସ୍ତ୍ରୋପଚାର ରେ ତ୍ରୁଟି ହେଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଏଠାରେ ବିନା ଡକ୍ଟର ରେ ଦିଦି ଅସ୍ତ୍ର ପଚାର କରୁଥିଲେ । ଡାକ୍ତରୀ ବିଦ୍ୟା ବାଟବଣା ଘରୋଇ ନର୍ସିଂ ହୋମ ପାଇଁ ଜୀବନ ଖେଳନା ସାଜିଛି । ଯାହାକୁ ନେଇ ଏବେ କେନ୍ଦ୍ରାପଡ଼ା ସ୍ୱାସ୍ଥ୍ୟ ବିଭାଗ ଉପରେ ଉଠିଛି ବଡ଼ ପ୍ରଶ୍ନ ? କେନ୍ଦ୍ରାପଡ଼ାରେ ଗଢି ଉଠି ଥିବା ନର୍ସିଂ ହୋମ ଗୁଡ଼ିକ ଠିକ୍ କି ଭୁଲ ତାହାର ସଠିକତା ଏବେ କାହା ପାଖରେ ? ନା ଏଠି ତଦନ୍ତ ହେଉଛି ନା ତଦାରଖ ହେଉଛି । ଏବେ ଯେପରି ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କ ମୃତୁ ପରେ ସତରେ କଣ ସ୍ବାସ୍ଥ୍ୟ ବିଭାଗ ଲଗାମ ଛଡ଼ା ହୋଇଯାଇଛି କି? ଯାହା ଏବେ କେନ୍ଦ୍ରାପଡ଼ା ବାସୀଙ୍କ ପାଇଁ ସବୁଠୁ ବଡ ଚିନ୍ତାର କାରଣ ପାଲଟିଛି । ସବୁଠୁ ବଡ଼ କଥା କେନ୍ଦ୍ରାପଡ଼ା ସହର ଛାତି ଉପରେ ଥିବା ଘରୋଇ ନର୍ସିଂହୋମ ରେ ଏତେ ବଡ଼ ଅଘଟଣ ଘଟିଲା,ଥାନାରେ ଅଭିଯୋଗ ହେଲା ହେଲେ କେନ୍ଦ୍ରାପଡ଼ା ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କର ଖାମ୍ ଖିୟାଲି ମନ୍ତବ୍ୟ ଏବେ ସ୍ୱାସ୍ଥ୍ୟ ବିଭାଗ କୁ ଦୋହଲାଇ ଦେଇଛି । ସହରରେ ଥିବା ଘରୋଇ ନର୍ସିଂହୋମ ରେ କଣ ଘଟୁଛି ଏମିତିକି ସିଡିଏମଓ ଙ୍କ କାର୍ଯ୍ୟଳୟ ତଳେ କଣ ଘଟୁଛି ତାକୁ କେଆର କରୁନି ବୋଲି ସିଡିଏମ ମାଡାମ ଏବେ ତଥ୍ୟ ଆସିଛି ସାମ୍ନାକୁ ଯଦିଓ ପ୍ରତିକ୍ରିୟା ଦେହି ନାହାନ୍ତି ହେଲେ ସିଧାସଳଖ କହିଲେ ମୂଁ ଜାଣିନି !

Advertisement
FIR

ଜମ୍ବୋ ଅଞ୍ଚଳର ଶଙ୍କର ମଣ୍ଡଳଙ୍କ ସ୍ତ୍ରୀ ରାଧାରାଣୀ ମଣ୍ଡଳଙ୍କୁ ପପୁଲାର ନସିଂହୋମରେ ସ୍ମିତା ନାମକ ଜଣେ ନର୍ସ ନରମାଲ ଡେଲିଭରି କରାଇ ତାଙ୍କୁ ଘରକୁ ପଠାଇଦେଇଥିଲେ । କିନ୍ତୁ ୩,୪ ଦିନ ପରେ ରାଧାଙ୍କ ଅବସ୍ଥା ଗୁରୁତର ହେବାକୁ ଲାଗିଥିଲା । ଏହାପରେ ପରିବାର ଲୋକ ପପୁଲା ନସିଂହୋମାର ସେଇ ନର୍ସକୁ ଫୋନ କରିବାରୁ । ସେ ଶଙ୍କରଙ୍କୁ ଧମକ ଚମକ ଦେଇଥିଲେ । ଏହାପରେ ଶଙ୍କର ସ୍ତ୍ରୀ ରାଧାଙ୍କୁ ଅନ୍ୟଚିକିତ୍ସାଳୟରେ ଭର୍ତ୍ତି କରାଇ ସେହି ନସିଂହୋମ ନାଁରେ ଟାଉନ୍ ପୋଲିସ ଥାନାରେ ଅଭିଯୋଗ କରାଇଥିଲେ ।

RADHARANI

ଏବେ ଘଟଣାକୁ ନେଇ ଟାଉନ ଥାନା ରେ ହୋଇ ଥିବା ଅଭିଯୋଗ ଉପରେ , ୫୬/୨୩ ମାମଲା ରୁଜୁ କରି ଚିଟିଂ ଭଳି ଆଉ ଦୁଇଟି ଲାଗିଛି ସଙ୍ଗୀନ ଦଫା । ମାମଲା ହେବାର ଚାରି ଦିନ ବିତି ଥିଲ ମଧ୍ୟ ଏବେ ସନ୍ଦେହ ଘେରରେ ପୋଲିସ ର ତଦନ୍ତ । ଅଭିଯୋଗ କାରୀ ଅଭିଯୋଗ କରି ପୋଲିସ ଠାରୁ ନ୍ୟାୟ ପାଇବାର ଅପେକ୍ଷାରେ ଥିବା ବେଳେ ଏବେ ପୋଲିସ କୁଆଡେ ମାମଲା ରୁଜୁ କରି ହାତ ବାନ୍ଧି ବସିଛି । ଅନ୍ୟପଟେ ତୁରନ୍ତ ଘଟଣାର ତଦନ୍ତ କରି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବେ ବୋଲି କହି ଛନ୍ତି sdpo ଜୟନ୍ତ ମହାପାତ୍ର।

ତେବେ ଦେଖିବା ବାକି ରହିଲା ଯେ କେବେ ସରୁଛି ତଦନ୍ତ କଣ ହେଉଛି କାର୍ଯ୍ୟ ଅନୁଷ୍ଠାନ ତାହା ତ ସମୟ କହିବ ହେଲେ ଖୋଦ୍ ସ୍ୱାସ୍ଥ୍ୟ ବିଭାଗ ର ଅଧିକାରିଣୀ ଙ୍କ ଖାମ ଖିୟଲି ମନ୍ତବ୍ୟ ଉପରେ ଦୃଷ୍ଟି ଦେବେ କି ଜିଲ୍ଲାପାଳ ଯାହା ବିଭିନ୍ନ ମହଲରେ ଦାବି ହୋଇଛି !

Leave a Reply

Your email address will not be published. Required fields are marked *