Pratidin TV

Odisha's Digital News Platform

ନିମ୍ନମାନର କାର୍ଯ୍ୟକୁ ଗ୍ରାମବାସୀଙ୍କ ବିରୋଧ : ଠିକାଦାର ଓ ଯନ୍ତ୍ରୀଙ୍କ ସଲାସୁତରରେ ୧୧ କୋଟିର ପ୍ରକଳ୍ପ

1 min read

କେନ୍ଦ୍ରାପଡା : ଆଳି ଅଞ୍ଚଳ ଗୋଟେ ଏପରି ଜାଗା ସାଧାରଣତଃ ବନ୍ୟା ଓ ବାତ୍ୟାରେ ଅଞ୍ଚଳବାସୀ ନାକେଦମ୍ ହୋଇପଡ଼ନ୍ତି । କାରଣ ଏହାର ଚାରି ପଟରେ ରହିଛି ପ୍ରମୁଖ ତିନୋଟି ନଦୀ ସମୟ ଅନୁସାରେ ଦିନକୁ ଦିନ ନଦୀ ତାହାର ଗତି ପଥ ବଦଳାଇ ଗ୍ରାମରିମୁଖୀ ହୋଇ ନଦୀକୁଳିଆ ଗ୍ରାମକୁ ବିପଦ ଆଡକୁ ଟାଣି ନେଉଛି । ଏହାସହ ଅନେକ ଲୋକଙ୍କ ବାସଗୃହ ନଦୀର କରାଳ ଗର୍ଭରେ ଲୀନ ହୋଇସାରିଲାନି । ଯାହାକି ବର୍ତ୍ତମାନ ଗ୍ରାମବାସୀଙ୍କ ଆଖୁରୁ ନିଦ ହଜାଇ ଦେଉଛି । ଏହାକୁ ରକ୍ଷା କରିବାକୁ ରାଜ୍ୟ ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ସରକାରଙ୍କ ଅର୍ଥ ହେଉଛି ବାଟମାରଣା , ଉପକୃତ ହୋଇ ପାରୁ ନାହାଁନ୍ତି ଅଞ୍ଚଳବାସୀ , ଅଭିଯୋଗକାରୀଙ୍କୁ ଦେଖା ଦେଉନାହାନ୍ତି ଅଧିକାରୀ ।

ବିଭାଗର ଅଧିକାରୀ ଓ କାର୍ଯ୍ୟାଦେଶ ନେଇଥିବା ଠିକାଦାର କେବଳ ନିଜ ପକେଟ ଗରମ କରିବା ସାର ହେଉଛି । ଏଭଳି ଏକ ଜଳନ୍ତା ଉଦାହରଣର ଅଭିଯୋଗ ହେଉଛି ଆଳି ବ୍ଲକ ବଡାମ୍ବିଳା ପଞ୍ଚାୟତ ସାହୁପଡା ଗ୍ରାମରେ । ଏହା ହେଉଛି ବ୍ରାହ୍ମଣୀ ନଦୀ କୁଳରେ ଅବସ୍ଥିତ ଏହି ଗାଁରେ ୧୯୯ ପରିବାର ଅବସ୍ଥାପିତ କରିଥାନ୍ତି । ଏଥ୍ ମଧ୍ୟରୁ ଅଧିକାଂଶ ଲୋକ ଅନେକ ଘର ନଦୀର କରାଳ ଗର୍ଭରେ ଲୀନ ହୋଇ ସାରିଲାଣି । ଏହା ସହିତ କୁମ୍ଭୀର ମାନକ ଉପଦ୍ରବ ଏହି ନଦୀରେ ଲାଗି ରହିଥାଏ । ପ୍ରତ୍ୟେକ ସମୟରେ ଗ୍ରାମବାସୀମାନେ ଭୟଭୀତ ହୋଇଥାଆନ୍ତି ଏହା ସହ ନଦୀ କୂଳ ଖାଇ ଏହାର ଧାର ଗ୍ରାମକୁ ଲାଗି ରହିଥିବାରୁ ଟିକିଏ ଅସବଧାନ ହେଲେ କୁମ୍ଭୀର ମୁହଁରେ ଜୀବନ ଚାଲିଯିବା ନିଶ୍ଚିତ । କୁମ୍ଭୀର ଆକ୍ରମଣରେ ଅନେକ ଗୁରୁତର ଆହତ ହୋଇଥିବା ଦୁଇଟି ଜୀବନ ଅକାଳରେ ଚାଲି ଯାଇଛି ।

Advertisement

କିଛି ବର୍ଷ ମଧ୍ୟରେ ଏହି ଗ୍ରାମର ୧୦ମ ଶ୍ରେଣୀରେ ପଢୁଥିବ । ସହଦେବ ପରିଡ଼ାଙ୍କ ଝିଅ ସରସ୍ୱତୀକୁ ଶୌଚବେଳେ ଟାଣି ଠିକ ନେଇ ମାରି ଦେଇଥିବାବେଳେ ଜଣେ ଦିବ୍ୟାଙ୍ଗ ସୁବାସ ବରାଳଙ୍କୁ ଖାଇ ଯାଇଥିଲା । ସରକାର ପୂର୍ବରୁ ଏହାକୁ ପଥର ପ୍ୟାକିଂ ବ୍ୟବସ୍ଥା କରି ଲକ୍ଷାଧ୍ୟକ ଟଙ୍କା ଖର୍ଚ୍ଚ କରିଛନ୍ତି । ହେଲେ ବିଭାଗୀୟ ଅଧିକାରୀଙ୍କ ଅବହେଳାରୁ ଅତି ନିମ୍ନମାନର କାର୍ଯ୍ୟା ଯୋଗୁ କିଛି ଫଳପ୍ରଦ ହୋଇନାହିଁ । ସାହୁପଡ଼ାର ଗ୍ରାମବାସୀ ନିଜର ଧନ ଜୀବନ ସୁରକ୍ଷା ପାଇଁ ଏହି ନଦୀ କୂଳରେ ଅତ୍ୟାଧୁନିକ ପ୍ରଣାଳୀରେ ପଥର ପ୍ୟାକିଂ କରିବା ପାଇଁ ତତ୍କାଳିନ ବିଧାୟକ ଓ ବର୍ତ୍ତମାନର ମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କ ନିକଟରେ ବାରମ୍ବାର ଦାବି କରି ଆସୁଥିଲେ । ଏହାକୁ ମନ୍ତ୍ରୀ ଶ୍ରୀ ଦେବ ହୃଦୟ ସହିତ ଅନୁଧ୍ୟାନ କରି ତଟବନ୍ଧ ବିଭାଗର ମୁଖ୍ୟଯନ୍ତ୍ରୀଙ୍କୁ ସହିତ ନଦୀ କୁଳରେ ପହଞ୍ଚି କିପରି କାମ ହେଲେ ପଥର ନଦୀ ଗର୍ଭକୁ ଯିବ ନାହିଁ ସେ ସଂପର୍କରେ ଯୋଜନା କରି ଏହା ପାଇଁ ଯଥେଷ୍ଟ ପରିମାଣ ର ଅର୍ଥ ରାଜ୍ୟ ସରକାରଙ୍କ ଠାରୁ ଅର୍ଥ ମଞ୍ଜୁର କରିଥିଲେ ।

ତଟବଦ୍ଧ ବିଭାଗ ପକ୍ଷରୁ ୧୦କୋଟି ୮୬ଲକ୍ଷ ଟଙ୍କାର ଏହି ପ୍ରକଳ୍ପ ଟେଣ୍ଡର କରାଯିବା ଘୋଷଣା କରାଯାଇଥିଲା । ଠିକାଦାର ଅତି ନିମ୍ନମାନର କାର‌୍ୟ୍ୟ କରୁଥିବାରୁ ଗ୍ରାମବାସୀମାନେ ତିନିତିନି ଥର ଆଳି ତଟବନ୍ଧ ଅଧିକାରୀଙ୍କୁ ଅଭିଯୋଗ କରିବାକୁ ଆସିଥିଲେ ମଧ୍ୟ ଅଧିକାରୀମାନେ ସେମାନଙ୍କୁ ଦେଖା ଦେଉନାହାନ୍ତି ବୋଲି ଗ୍ରାମ ବାସୀ କହିଚନ୍ତି ଯଦି ଆଗାମୀ ଦିନରେ ସଂପୂର୍ଣ୍ଣ କାର୍ଯ୍ୟନକରାଯାଏ ତାହେଲେ ରାଜରାସ୍ତାକୁ ଓହ୍ଲାଇବାକୁ ପଛଘୁଞ୍ଚା ଦେବୁନାହିଁ ବୋଲି ଚେତାବନୀ ଦେଇଛନ୍ତି ।ଗ୍ରାମ ବାସୀଙ୍କ ଅଭିଯୋଗ କୁ ନେଇ ଆମ ପ୍ରତିନିଧି ଆଳି ତଟ ବନ୍ଧ ଅଧିକାରୀଙ୍କ ସହ ଯୋଗା ଯୋଗ କରି ଥିଲେ ସେ କଥା କୁ ଖଣ୍ଡନ କରିବା ସହ କେମେରା ସାମ୍ନା ରେ କିଛି କହିବେନି ବୋଲି ମଧ୍ୟ କହି ଥିଲେ ।

Leave a Reply

Your email address will not be published. Required fields are marked *