Pratidin TV

Odisha's Digital News Platform

ରାମ ମନ୍ଦିର ନିର୍ମାଣ କାର୍ଯ୍ୟରେ କେନ୍ଦ୍ରାପଡା ପୁଅର ହାତ , ଚାରିଆଡୁ ଛୁଟୁଛି ପ୍ରଶଂସାର ସୁଅ ….

1 min read

କେନ୍ଦ୍ରାପଡା : ଅଯୋଧ୍ୟାରେ ନିର୍ମିତ ରାମ ଲାଲାଙ୍କ ଭବ୍ୟ ମନ୍ଦିର ପ୍ରତିଷ୍ଠାରେ ନିୟୋଜିତ ହୋଇଛନ୍ତି କେନ୍ଦ୍ରାପଡାର ପଥର ଶିଳ୍ପୀ ପରୀକ୍ଷିତ ଓଝା । ଗତ ଜୁଲାଇ ମାସରେ ସେ ମନ୍ଦିର ନିର୍ମାଣ କାର୍ଯ୍ୟରେ ଯୋଗ ଦେଇଥିଲେ । ପ୍ରାୟ ୬ ମାସ ପରେ ଘରକୁ ଫେରିଛନ୍ତି ପରୀକ୍ଷିତ । ଏବେ ତାଙ୍କ ପରିବାର ଖୁସି କହିଲେ ନସରେ , ଆଉ ଏବେ ପୁଣି ଥରେ ପରୀକ୍ଷିତ ଙ୍କୁ ଅଯୋଦ୍ଧାରୁ ଡକରା ଆସିଲାଣି ।

ଅଯୋଧ୍ୟା ରାମ ମନ୍ଦିର ନିର୍ମାଣରେ କେନ୍ଦ୍ରାପଡାର ପଥର ଶିଳ୍ପୀଙ୍କ ନିଖୁଣ କାରିଗରୀ । କେନ୍ଦ୍ରାପଡା ଡେରାବିଶ ବ୍ଲକ ଏଣ୍ଡର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ନୀଳକଣ୍ଠ ପୁର ଗାଁ ର ଶିଳ୍ପୀ ପରୀକ୍ଷିତ ଓଝା ରାମ ମନ୍ଦିର ନିର୍ମାଣ ର ଜଣେ ସହଯୋଗୀ ଶିଳ୍ପୀ । ଗତ ଜୁଲାଇ ମାସରେ ପରୀକ୍ଷିତ ଏକ କମ୍ପାନୀ ଦ୍ଵାରା ମନୋନୀତ ହୋଇ ଅଯୋଧ୍ୟା ଯାଇଥିଲେ । ସାଙ୍ଗରେ ଥିଲେ ଅନ୍ୟ ୨୨ ଜଣ ଶୀଳ୍ପି । ତେବେ ଅଯୋଧ୍ୟା ରାମ ମନ୍ଦିର ପରିସରରେ ଥିବା ରଙ୍ଗ ମଣ୍ଡପ ରେ ସ୍ଥାପିତ ହୋଇଥିବା ପ୍ରସ୍ତର ମୂର୍ତ୍ତୀ ନିର୍ମାଣ ଦାୟିତ୍ଵ ରେ ଥିଲେ ପରୀକ୍ଷିତ । ବିଭିନ୍ନ ଶିଫ୍ଟ ରେ ପ୍ରାୟ ସାଢେ ୩ ହଜାର ଶିଳ୍ପୀ ଓ ସହଯୋଗୀ ମନ୍ଦିର ନିର୍ମାଣ କାର୍ଯ୍ୟରେ ନିୟୋଜିତ ହୋଇଥିଲେ । ମନ୍ଦିର ପରିସରରେ ନିର୍ମାଣ ହେଉଥିବା ୬ ଗୋଟି ଅନ୍ୟ ମନ୍ଦିରର ନିର୍ମାଣ ରେ ମଧ୍ୟ ପରୀକ୍ଷିତ ଙ୍କ ଭୂମିକା ରହିଛି । ମନ୍ଦିର ନିର୍ମାଣ କାର୍ଯ୍ୟରୁ ସାମୟିକ ବିରତି ନେଇ ଘର କୁ ଫେରିବା ପରେ ପରୀକ୍ଷିତ ଙ୍କ ପରିବାର ରେ ଖୁସିର ଲହରି ଖେଳି ଯାଇଛି ।

Advertisement

ଖୁବ୍ କମ୍ ବୟସରୁ ପରୀକ୍ଷିତ ମୂର୍ତ୍ତୀ ନିର୍ମାଣ କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ । ତାଙ୍କୁ ଯେତେବେଳ ମାତ୍ର ୧୪ ବର୍ଷ ସେ ଭୁବନେଶ୍ବର ଯାଇ ଛୋଟଛୋଟ କାମ ରେ ହାତ ଦେଲେ । ମହାବାତ୍ୟା ପରେ କାମ ନପାଇ ସେ ରାଜ୍ୟ ବାହାରକୁ ଯାଇ ବିଭିନ୍ନ ମନ୍ଦିର ନିର୍ମାଣ କାମରେ ଯୋଗ ଦେଇଥିଲେ । ପରେ ପରେ ତାଙ୍କ ହାତକୁ ଆଉ ଫୁରସତ୍ ମିଳି ନାହିଁ । ପରୀକ୍ଷିତଙ୍କ ବଡ ଭାଇ ଅରକ୍ଷିତ ମଧ୍ୟ ଜଣେ କାଠ କାରିଗର । ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ରେ ପରୀକ୍ଷିତ ଙ୍କ ଯୋଗଦାନ ପାଇଁ ତାଙ୍କ ପରିବାର ଲୋକେ ବେଶ୍ ଖୁସି । ସୁଯୋଗ ପାଇଲେ ନିଜ ପରିବାର ଲୋକଙ୍କୁ ସାଙ୍ଗରେ ନେଇ ଅଯୋଧ୍ୟା ର ଭବ୍ୟ ରାମ ମନ୍ଦିର ଦର୍ଶନ କରାଇବା ପାଇଁ ଲକ୍ଷ୍ୟ ରଖିଛନ୍ତି ପରୀକ୍ଷିତ ।

Leave a Reply

Your email address will not be published. Required fields are marked *