Pratidin TV

Odisha's Digital News Platform

ଦୀର୍ଘ ଦିନର ଦାବି ପରେ ମିଳିଲା ସଫଳ, କେନ୍ଦ୍ରାପଡାର ପ୍ରସିଦ୍ଧ ମିଠା ରସାବଳୀକୁ ଜିଆଇ ଟ୍ୟାଗ୍‌

1 min read

ସାରା ଓଡିଶା ପାଇଁ ଆସିଲା ଖୁସି ଖବର । କେନ୍ଦ୍ରାପଡାର ବହୁ ପ୍ରସିଦ୍ଧ ମିଠା ରସାବଳିକୁ ମିଳିଲା ଜିଆଇ ଟ୍ୟାଗ୍ ମାନ୍ୟତା । ଗୂଣବତ୍ତା ଓ ମାନ ଯାଞ୍ଚ ପରେ ମିଳିଲା ସ୍ୱୀକୃତି । କେନ୍ଦ୍ରାପଡା ମିଷ୍ଟାନ୍ନ ରସାବଳୀ ସଂଘର ଆବେଦନକୁ ମଞ୍ଜୁରୀ ମିଳିବା ପରେ ସବୁଠି ଖୁସିର ଲହରୀ ଖେଳି ଯାଇଛି । ତେବେ ତୁଳସୀ କ୍ଷେତ୍ର ଶ୍ରୀ ବଳଦେବଜୀଉଙ୍କ ମୁଖ୍ୟ ଭୋଗ ହେଉଛି ରସାବଳୀ ଅଟେ । କେନ୍ଦ୍ରାପଡା ସଂସ୍କୃତି ସହିତ ଜଡିତ ଏହି ମିଠା । ଦୀର୍ଘ ଦିନ ଧରି ରସାବଳୀକୁ ଜିଆଇ ଟ୍ୟାଗ ପାଇଁ ଦାବି ହୋଇ ଆସୁଥିଲା । ୧୩ ଡିସେମ୍ବର ୨୦୨୧ରେ ଆବେଦନ କରାଯାଇଥିଲେ । ଶେଷରେ ଚଳିତ ବର୍ଷରେ ଏଆକୂ ଜିଆଇ ଟ୍ୟାଗର ମାନ୍ୟତା ଦିଆଯାଇଛି ।

Advertisement

Leave a Reply

Your email address will not be published. Required fields are marked *