Pratidin TV

Odisha's Digital News Platform

ନିଜ କାମରେ ଦୁବାଇର ମନ ଜିତିଲେ କେନ୍ଦ୍ରାପଡାର ପୁଅ ଦେବାଶିଷ, ଆଉ ପାଇଗଲେ ଗୋଲ୍ଡେନ ଭିସା ..

1 min read

କେନ୍ଦ୍ରାପଡା: ଦୁବାଇର ନାଗରିକତା ପାଇଲେ ଓଡିଆ ପୁଅ ଦେବାଶିଷ ଦାଶ । କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ସ୍ଥିତ ଗୋପୀନାଥପୁର ଶାସନ ଗ୍ରାମରେ ଜନ୍ମିତ ଦେବାଶିଷ ଦାଶ ଏବେ ହେବେ ଦୁବାଇର ବାସିନ୍ଦା । ଯାହା କେନ୍ଦ୍ରାପଡ଼ା ପାଇଁ ଗର୍ବ ଓ ଗୌରବ ଆଣି ଦେଇଛି । ବିଶ୍ୱର ମୁସଲିମ୍ ଦେଶ ହେଉଛି ଦୁବାଇ । ଦୁବାଇ ଅନ୍ୟ ଦେଶର ବାସିନ୍ଦାଙ୍କୁ ଆଦୌ ନିଜ ଦେଶର ନାଗରକି ଭାବେ ଗ୍ରହଣ କରେ ନାହିଁ । କିନ୍ତୁ କୂଟନୈତିକ କ୍ଷେତ୍ରରେ ଦୁବାଇ ସହିତ ଭାରତର ସମ୍ପର୍କ ମଜବୁତ ହେବା ପରେ ଏବେ ଦୁବାଇର ମନ ପରିବର୍ତ୍ତନ ହୋଇଛି । ବିଶେଷ କରି ମୋଦି ସରକାର ଆସିବା ପରଠାରୁ ଭାରତ ପ୍ରତି ଦୁବାଇର ବଦଳିଛି ମନୋଭାବ । ଭାରତୀୟଙ୍କୁ ଉପରେ ଏବେ ଦୁବାଇ ସ୍ନେହ ଓ ପ୍ରେମ ଓଜାଡ଼ି ଦେଉଛି ।

ଦୁବାଇରେ ହିନ୍ଦୁ ମନ୍ଦିର ପ୍ରତିଷ୍ଠା ପାଇଁ ଦୁବାଇ ରାଜା ନିର୍ଦ୍ଦେଶ ଦେଇଛନ୍ତି । ନିଜେ ସେହି ମନ୍ଦିର ନିର୍ମାଣ ସ୍ଥାନକୁ ଯାଇ କାମ ତଦାରଖ କରୁଛନ୍ତି । ଏବେ ଆମେରିକା ଓ ଇଂଲଣ୍ଡ ଭଳି ଦୁବାଇରେ ମଧ୍ୟ ଭାରତୀୟମାନେ ବାସିନ୍ଦା ହୋଇ ପାରିବେ । ତେବେ ଦେବାଶିଷ ଦୁବାଇରେ ଥିବା ଏକ ଅର୍ନ୍ତଜାତୀୟ କମ୍ପାନି ରେ ୧୫ ବର୍ଷ ଧରି ଇଂଜିନିୟର ଅଛନ୍ତି । ସେ ଏବେ ସେହି କମ୍ପାନିର ମ୍ୟାନେଜର ଅଟନ୍ତି । ତାଙ୍କ ଇଂଜିନିୟରିଂ ରେ ଦୁବାଇରେ ଅନେକ ସରକାରୀ କାମ ହୋଇଛି । ତାଙ୍କ ଏହି କାମକୁ ଦୁବାଇ ସରକାର ପସନ୍ଦ କରିବା ସହ ପ୍ରଶଂସା ମଧ୍ୟ କରିଛନ୍ତି । ଖାସ୍ ଏଥିପାଇଁ ତାଙ୍କୁ ଦିଆଯାଇଛିି ଗୋଲଡେନ୍ ଭିସା । ଗୋଲଡେନ୍ ଭିସାରେ ସେଠାରେ ସେ ଜାଗା କିଣି ଘର କରି ପାରିବେ ।

Advertisement

ଦୁବାଇର ଅନ୍ୟ ନାଗରିକଙ୍କ ଭଳି ସେ ମଧ୍ୟ ସେଠାରେ ସମସ୍ତ ସୁବିଧା ସୁଯୋଗ ପାଇବେ । ଜଣେ ଓଡ଼ିଆ ପୁଅ ହିସାବରେ ଏହା ଏକ ଗର୍ବର କଥା । ବିଶେଷକରି ଜଣେ କେନ୍ଦ୍ରାପଡ଼ିଆ ହୋଇଥିବାରୁ ସେ କେନ୍ଦ୍ରାପଡ଼ା ପାଇଁ ଉଦାହରଣ ପାଲଟିଛନ୍ତି । ଦେବାଶିଷ କେବଳ ଜଣେ ଇଂଜିନିୟର ନୁହଁନ୍ତି ଲୋକଙ୍କ ସେବା କରିବା ମଧ୍ୟ ତାଙ୍କର ପସନ୍ଦ ଅଟେ । ଏଥିପାଇଁ ସେ ସୌମ୍ୟାଶିଷ ଟ୍ରଷ୍ଟନସମା ନାମକ ଏକ ସ୍ୱେଚ୍ଛାସେବୀ ସଂଗଠନ କରିଛନ୍ତି । ଯାହାଦ୍ୱାରା ସେ ଅସହାୟ ଲୋକଙ୍କ ସହୟତା କରି ପାରିବେ । ଏବଂ କିଛି ମାତ୍ରାରେ ଲୋକଙ୍କ ଦୁଃଖ ସମସ୍ୟା ଦୁର କରିପାରିବେ ।

Leave a Reply

Your email address will not be published. Required fields are marked *