Pratidin TV

Odisha's Digital News Platform

ଅନ୍ଧବିଶ୍ୱାସରେ ବାଟବଣା ମଣିଷ : ବନ୍ଧ୍ୟାକରଣ ପରେ ସ୍ତ୍ରୀକୁ ପୂଜାରୁ ବାରଣ କରିବା ସହ ଘରେ ପୁରାଇଦେଉନାହିଁ ସ୍ୱାମୀ ..

1 min read

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ ଡିମିରିଆ ଗାଁରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ବନ୍ଧ୍ୟାକରଣ ପରେ ସ୍ତ୍ରୀକୁ ଘରେ ପୁରାଇ ଦେଉନାହିଁ ସ୍ବାମୀ । ସ୍ଵାମୀ ଘରକୁ ଯିବାକୁ ଦେଉ ନଥିବାରୁ ଆମ୍ବଗଛ ମୂଳେ ଛୁଆ ପିଲାଙ୍କୁ ଧରି ପଡ଼ି ରହିଛନ୍ତି ସ୍ତ୍ରୀ ଜାନକୀ ଦେହୁରୀ ।

ସଲେଇକେନା ପଞ୍ଚାୟତ ଡିମିରିଆ ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ସ୍ତ୍ରୀର ବନ୍ଧ୍ୟାକରଣ ପରେ ସ୍ତ୍ରୀକୁ ଘରେ ପଶିବାକୁ ଦେଉନାହିଁ ସ୍ୱାମୀ । ଘରର ଠାକୁର ଆଉ ସ୍ତ୍ରୀ ହାତରେ ପୂଜା ପାଇବେ ନାହିଁ । ସ୍ଵାମୀକୁ ନପଚାରି ବନ୍ଧ୍ୟାକରଣ ହୋଇଥିବାରୁ ଏଭଳି କହୁଛି ସ୍ଵାମୀ ରବି ଦେହୁରୀ । ପାଟିତୁଣ୍ଡ କରି ନିଜ ସ୍ତ୍ରୀକୁ ଘରୁ ବାହାର କରି ଦେଇଛି ସ୍ଵାମୀ ରବି ଦେହୁରୀ। ଅନ୍ୟ ଉପାୟ ନପାଇ ଘର ନିକଟରେ ଥିବା ଆମ୍ବଗଛ ମୂଳରେ ପିଲାଛୁଆଙ୍କୁ ଧରି ଆଶ୍ରୟ ନେଇଛନ୍ତି ଜାନକୀ ।

Advertisement

ରବି ଦେହୁରୀ ଓ ସ୍ତ୍ରୀ ଜାନକୀଙ୍କର ୧୧ଟି ସନ୍ତାନ ମଧ୍ୟରୁ ଜଣେ ଶିଶୁର ମୃତ୍ୟୁ ଘଟିଛି । ଗରିବ ଦମ୍ପତ୍ତିଙ୍କ ନିକଟରେ କାମଧନ୍ଦା ନଥିବାରୁ ପିଲାଙ୍କ ପାଇଁ ଖାଦ୍ୟ ଯୋଗାଡ଼ କରିବା ସମ୍ଭବପର ନୁହେଁ । ବାରମ୍ବାର ସନ୍ତାନ ଜନ୍ମ କରି ଶରୀର ଅସୁସ୍ଥ ହେବା ସହ , ଜାନକୀଙ୍କର ଶରୀର କ୍ଷୀଣ ହୋଇଯାଇଛି । ଗତ ୧୪ ତାରିଖ ତେଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅନୁଷ୍ଠିତ ବନ୍ଧ୍ୟାକରଣ ଶିବିରରେ ଆଶା ଓ ଡାକ୍ତରଙ୍କ ପରାମର୍ଶକ୍ରମେ ଜାନକୀ ଅସ୍ତ୍ରୋପଚାର କରିଥିଲେ । ମାସକର ଶିଶୁପୁତ୍ରକୁ ଧରି ଘର ଆମ୍ବଗଛ ମୂଳରେ ଆଶ୍ରୟ ନେଇଛନ୍ତି ଜାନକୀ । ଏଭଳି ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

Leave a Reply

Your email address will not be published. Required fields are marked *