Pratidin TV

Odisha's Digital News Platform

ଯୌତୁକ ପାଇଁ ପ୍ରେମିକା ଆତ୍ମହତ୍ୟା ଘଟଣା ; IMA ରୁ ନିଲମ୍ବିତ ହେଲେ ଡାକ୍ତର ପ୍ରେମିକ ……

1 min read

ନୂଆଦିଲ୍ଲୀ ; ବିବାହ ପାଇଁ ଯୌତୁକ ସହ ଡାକ୍ତର ପ୍ରେମିକ କାର୍ ମାଗିବାରୁ ଆତ୍ମହତ୍ୟା କରିଥିବା ଡାକ୍ତରୀ ପ୍ରେମିକାଙ୍କ କେସ୍‌ରେ ବଡ ପରିବର୍ତ୍ତନ । ଯୌତୁକ ନଦେଇପାରିବାରୁ ବିବାହ ଭାଙ୍ଗିଦେଇଥିଲେ ପ୍ରେମିକ ଏବଂ ଏହି ଦୁଃଖକୁ ସହିନପାରିନ ପ୍ରେମିକା ଜଣଙ୍କ ଆତ୍ମହତ୍ୟା କରିଥିଲେ । ଯାହାପରେ ଆଜି ଆଇଏମ୍‌ଏ (ଇଣ୍ଡିଆନ ମେଡିକାଲ ଆସୋସିଏସନ୍‌) ପକ୍ଷରୁ ଆଜି ପ୍ରେମିକକୁ ନିଲମ୍ବିତ କରାଯାଇଛି ।

ଏନେଇ ଆଇଏମଏ ପକ୍ଷରୁ ଜାରି କରାଯାଇଥିବା ଏକ ବିବୃତ୍ତିରେ କୁହାଯାଇଛି । ଆଇଏମ୍‌ଏ ସଂଘର ସଦସ୍ୟ ଡା.ରୁଓି୍ୱଜ୍‌କୁ ଙ୍କୁ ସମୃକ୍ତ ମାମଲାରେ ଗିରଫ୍ କରାଯିବା ପରେ ତାଙ୍କୁ ସଂଘରୁ ନିଲମ୍ବନ କରାଯାଇଛି ।

Advertisement

ସମୃକ୍ତ ଘଟଣାଟି ଏମିତି କି ଥିରୁଭନ୍ତପୁରମର ୨୬ ବର୍ଷୀୟ ମହିଳା ଡାକ୍ତର ଶାହାନାଙ୍କର ନିଜ ଡାକ୍ତର ପ୍ରେମିକ ସହ ବିବାହ ଭାଙ୍ଗିବା ପରେ ଶାହାନା ଆତ୍ମହତ୍ୟା କରିଥିଲେ । କାରଣ ତାଙ୍କ ପ୍ରେମିକ ଓ ତାଙ୍କ ପରିବାର ବିବାହ ପାଇଁ ଟଙ୍କା ଓ ସୁନା ସହ ଏକ ବିଏମ୍‌ଡବ୍ଲ୍ୟୁ କାର୍ ମାଗିଥିଲେ । କିନ୍ତୁ ଶାହାନାଙ୍କ ପରିବାର ସେସବୁ ଦେବାକୁ ଅସମର୍ଥ ହେବାରୁ ପ୍ରେମିକ ରୁଓି୍ୱଜ୍ ବିବାହ ଭାଙ୍ଗିଦେଇଥିଲେ ଫଳରେ ୨୬ ବର୍ଷୀୟ ଶାହାନା ଆତ୍ମହତ୍ୟା କରିଥିଲେ । ପରିବାରର ଅଭିଯୋଗକୁ ଗୁରୁତର ସହ ନେଇ ଆଇଏମଏ ସଂଘ ସଭାପତି ଡା ଜୋସେଫ୍ ବେନାଭେନ୍ ରୁଓି୍ୱଜ୍‌ଙ୍କୁ ଆଇଏମ୍‌ଏରୁ ନିଲମ୍ବିତ କରିଛନ୍ତି ।

Leave a Reply

Your email address will not be published. Required fields are marked *