ନିଶ୍ୱାସ ନେବାର ହେଉଥିଲା ଅସୁବିଧା,…..୮ ଘଣ୍ଟାର ଅପରେସନ ପରେ ଫୁସ୍ଫୁସ୍ରୁ ବାହାରିଲା ଅସରପା
1 min readଖବର ଶୁଣିଲେ ହେବେ ଆଶ୍ଚର୍ଯ୍ୟ | ମଣିଷ ଶରୀରରୁ ବାହାରିଛି କିଛି ଏମିତି ଜିନିଷ ଯାହା ଭାବିବା ମଧ୍ୟ ସମ୍ଭବ | ଏପରି କିଛି ଅନ୍ୟ ଖବର ଆସିଛି କିନ୍ତୁ ଏହା ତକ ଭିନ୍ନ ଖବର ସାମ୍ନାକୁ ଆସିଛି | ଫୁସ୍ପୁସରୁ ବାହାରିଲା ଅସରପା | କିଛି ଏପରି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି କେରଳ କୋଚିଠାରେ | ବ୍ୟକ୍ତିଙ୍କୁ ହେଉଥିଲା ନିଶ୍ୱାସ ନେବାରେ ଅସୁବିଧା | ଡାକ୍ତର ପାଖକୁ ଗଲା ପରେ ବାହାରିଲା ଫୁସ୍ପୁସରୁ 4 ସେମିର ଅସରପା |
ସୂଚନା ମୁତାବକ, କେରଳର କୋଚିଠାରେ ଜଣେ ୫୫ ବର୍ଷ ବୟସ୍କ ବ୍ୟକ୍ତିଙ୍କୁ ହୋଇଥିଲା ନିଶ୍ୱାସ ନେବାରେ ଅସୁବିଧା | ଯାହାଫଳରେ ଯାଇଥିଲେ ଡାକ୍ତର ପାଖକୁ | ଡାକ୍ତର ପରୀକ୍ଷା ପାଇଁ କହିଥିଲା , ପରୀକ୍ଷାର ରିପୋର୍ଟ ଦେଖି ଡାକ୍ତର ହୋଇଗଲେ ଆଶ୍ଚର୍ଯ୍ୟ | କ୍ଟର ଟିଙ୍କୁ ଜୋସେଫ୍ ଓ ଇଣ୍ଟରଭେସନାଲ ପଲମୋନୋଲୋଜୀର ଏକ ଟିମ୍ ତାଙ୍କର ପରୀକ୍ଷା କରିଥିଲେ। ତେବେ ଏହି ରିପୋର୍ଟରେ ସେମାନ ଯାହା ଦେଖିଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ରିପୋର୍ଟରେ ଦେଖିବାକୁ ମିଳିଥିଲା କି ସେହି ବ୍ୟକ୍ତିଙ୍କ ଫୁସ୍ଫୁସ୍ରେ ଏକ ଅସରପା ଥିଲା। ଯେଉଁଥିପାଇଁ ସେ ନିଶ୍ୱାସ ନେବାରେ ଅସହଜ ମନେ କରିଥିଲେ।
ଏହାପରେ ତୁରନ୍ତ ତାଙ୍କୁ ଡାକ୍ତରଖାନରେ ଭର୍ତ୍ତି କରାଯାଇଥିଲା ଏବଂ ଅପରେସନ ପାଇଁ ସବୁ ପ୍ରସ୍ତୁତି କରିଥିଲେ | ଫେବୃଆରୀ ୨୨ ରେ ହୋଇଥିଲା ଅପରେସନ | ଡାକ୍ତରମାନେ ଦୀର୍ଘ ଆଠ ଘଣ୍ଟାର ଅପରେସନ୍ କରି ସେହି ବ୍ୟକ୍ତିଙ୍କ ଫୁସ୍ଫୁସ୍ରୁ ୪ ସେମି ଲମ୍ବାର ଏକ ଅସରପା ବାହାର କରିଥିଲେ। ତେବେ ଅପରେସନ ପରେ ବ୍ୟକ୍ତି ଜଣକ ଏବେ ପୁରା ସୁସ୍ଥ ଥିବା ନେଇ ଡାକ୍ତର ଟିଙ୍କୁ ଜୋସେଫ୍ କହିଥିଲେ ।
ତେବେ ଏହା ପ୍ରଶ୍ନ ଉପୁଜୁଛି କି ରୋଗୀର ଫୁସ୍ଫୁସ୍ ଭିତରକୁ ଅସରପାଟି କିପରି ଗଲା। ତେବେ ଏକ ମିଡିଆ ରିପୋର୍ଟସ ଅନୁସାରୁ ପୂର୍ବରୁ ସେହି ବ୍ୟକ୍ତିଙ୍କ ଚିକିତ୍ସା ପାଇଁ ଏକ ଶ୍ୱାସନଳୀ ଲାଗିଥିଲା। ସେହି ଶ୍ୱାସନଳୀ ମାଧ୍ୟମରେ ହିଁ ସେହି ଅସରପା ଫୁସ୍ଫୁସ୍ ଭିତରକୁ ଯାଇପାରିଥାଏ ବୋଲି ଅନୁମାନ କରାଯାଉଛି।