Pratidin TV

Odisha's Digital News Platform

ପ୍ରାର୍ଥନା ବେଳେ ହେଲା ବିସ୍ଫୋରଣ..ଆଖିବୁଜିଲେ ୩ଜଣ,ନିଜକୁ ଦାୟୀ କରି ବ୍ୟକ୍ତି କଲେ ଆତ୍ମସମର୍ପଣ..

1 min read

କେରଳ ଏର୍ଣ୍ଣାକୁଲମରେ ଏକ କନ୍‌ଭେନସନ ସେଣ୍ଟରରେ ବଡ ବିସ୍ଫୋରଣ । ଏହି ଘଟଣାରେ ମୃତକଙ୍କ ସଂଖ୍ୟା ୩ରେ ପହଞ୍ଚିଛି । ତା ସହ ୫୦ରୁ ଅଧିକ ଆହତ ହୋଇଛନ୍ତି । ଆହତଙ୍କୁ ଉଦ୍ଧାର କରାଯାଇ ହସପିଟାଲରେ ଚିକିତ୍ସା ଚାଲିଛି । ରବିବାର ସକାଳ ସମୟରେ କେରଳର କୋଚିର ଏର୍ଣ୍ଣାକୁଲମ୍ ଜିଲ୍ଲାର କଲାମାସେରି ସମ୍ମିଳନୀ କେନ୍ଦ୍ରରେ ଏକ ଖ୍ରୀଷ୍ଟିଆନ ପ୍ରାର୍ଥନା ସଭା ଆୟୋଜନ କରାଯାଇଥିଲା । ସେତେବେଳେ ସେଠାରେ ପାଖାପାଖି ୨ରୁ ଅଢେଇ ହଜାର ଲୋକ ଉପସ୍ଥିତ ରହିଥିଲେ । ସମସ୍ତେ ଆଖି ବନ୍ଦ କରି ପ୍ରାର୍ଥନା କରିବାରେ ବ୍ୟସ୍ତ ଥିଲେ । ଠିକ ଏତିକି ବେଳେ ଏକ ପ୍ରଚଣ୍ଡ ବିସ୍ଫୋରଣ ଘଟିଲା, ଏବଂ ଖୁସିର ପରିବେଶ ଏକ ଭୟଙ୍କର ଦୃଶ୍ୟରେ ପରିଣତ ହୋଇଗଲା । ତେବେ ବିସ୍ଫୋରଣ ଖବର ଜଣାପଡିବା ପରେ ଏହିଘଟଣାରେ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଗୃହମନ୍ତ୍ରୀ ଅମିତ ଶାହଙ୍କ ସହିତ କଥା ହୋଇଛନ୍ତି । ଏହି ମାମଲାରେ ମୁଖ୍ୟମନ୍ତ୍ରୀ ପିନାରାଇ ୧୦ଟାରେ ସର୍ବଦଳୀୟ ବୈଠକ ଡାକିଥିଲେ ।

ବିସ୍ଫୋରଣ ପାଇଁ ଆଇଇଡି ବିସ୍ଫୋରକ ସାମଗ୍ରୀକୁ ଟିଫିନ ଭିତରେ ଲୁଚାଇ ଅଣାଯାଇଥିଲା ବୋଲି ସୂଚନା ମିଳିଛି । ବିସ୍ଫୋରଣ ପାଇଁ ଇନସୋୟରୀ ଡିଭାଇସର ବ୍ୟବହାର କରାଯାଇଥିଲା । ବିସ୍ଫୋରଣ ପରେ ମୁମ୍ବାଇ ଓ ପୁନେରେ ସତର୍କ ଆଲର୍ଟ ଜାରି କରାଯାଇଛି । ପୂର୍ବରୁ ଦୁଇଜଣ ମହିଳାଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେ ଜଣେ ୧୨ ବର୍ଷୀୟ ନାବାଳକର ମୃତ୍ୟୁ ହୋଇଛି । ଆହତ ହୋଇଥିବା କିଛି ଲୋକଙ୍କ ଅବସ୍ଥା ଗୁରୁତର ରହିଛି । ଏହି ମାମଲାରେ ଜଣକୁ ଗିରଫ କରାଯାଇଥିଲା । ପୋଲିସ ଆଇପିସି ଧାରା ୩୦୨ ଏବଂ ୩୦୭ ଅଧିନରେ ମାମଲା ରୁଜୁ କରିଛି । ତେବେ ଅଭିଯୁକ୍ତ ଜଣକ ନିଜକୁ ଦାୟୀ କରି ଆତ୍ମ ସମର୍ପଣ କରିଛନ୍ତି । ବ୍ୟକ୍ତିର ନାମ ଡୋମିନିକ୍ ମାର୍ଟିନ । ସେ ଦାବି କରିଛି ଯେ ସେ ଏହି ସଭାର ଏକ ଗୋଷ୍ଠୀ ସହିତ ଜଡିତ ଅଛି ।

Advertisement

ଅଧିକ ପଢନ୍ତୁ ,https://www.pratidintv.com/kerala-kochi-convention-centre-blast-dead/
ସୂଚନାମୁତାବକ, କେରଳର ଏର୍ଣ୍ଣାକୁଲାମର କଳାମସେରୀ ସ୍ଥିତ କନ୍‌ଭେନସନ ହଲରେ ଖୀଷ୍ଟ୍ର ଧର୍ମାଲମ୍ବୀଙ୍କ ପ୍ରାର୍ଥନା ସଭା ଚାଲିଥିଲା । ଏହି ସମୟରେ ୨୦୦୦ରୁ ଅଧିକ ଲୋକ ଉପସ୍ଥିତ ରହିଥିଲେ । ପ୍ରଥମେ ୯.୩୦ ମିନିଟରେ ବିସ୍ଫୋରଣ ହୋଇଥିଲା । ପାଖାପାଖି ୧୫-୨୦ ମିନିଟ୍ ଭିତରେ ୩ଟି ବିସ୍ଫୋରଣ ହୋଇଥିଲା । ଫଳରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ସହିତ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୮ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି ।

Leave a Reply

Your email address will not be published. Required fields are marked *