Pratidin TV

Odisha's Digital News Platform

ଭୂସ୍ଖଳନ ପ୍ରଭାବିତ ଅଞ୍ଚଳ ଗସ୍ତ କରିବା ପୂର୍ବରୁ ଆହତ ହେଲେ ସ୍ୱାସ୍ଥ୍ୟମନ୍ତ୍ରୀ ..

1 min read

କେରଳ ରାଜ୍ୟର ଓ୍ବାୟନାଡ ଜିଲ୍ଲାର ମେପ୍ପଡି ନିକଟସ୍ଥ ପାହାଡିଆ ଅଞ୍ଚଳରେ ଭୁସ୍ଖଳନ ହୋଇଛି । କିଛି ସମୟ ବ୍ୟବଧାନରେ ଏକାଧିକ ସ୍ଥାନରେ ଭୂସ୍ଖଳନ ଘଟିଛି । ଏଥିରେ ଏବେସୁଦ୍ଧା ୩ ଶିଶୁ ସମେତ 143ଙ୍କ ମୃତ୍ୟୁ ହୋଇଥିବା ବେଳେ ଏବେବି ଅନେକ ମାଟି ତଳେ ଫସିରହିଥିବା ନେଇ ଆଶଙ୍କା କରାଯାଉଛି । ସେପଟେ ପାଖାପାଖି 400 ଘର ମାଟିରେ ପୋତି ଯାଇଥିବାରୁ ଅନେକ ପରିବାର ବେଘର ହୋଇଯାଇଛନ୍ତି । ପ୍ରବଳ ବର୍ଷା ଯୋଗୁଁ ମାଟି ଧସିଯାଇଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ତେବେ ଏହି ଦୁର୍ଘଟଣା ରେ ଶିକାର ହୋଇଥିବା ଆହତ ମାନଙ୍କୁ ଭେଟିବାକୁ କେରଳର ସ୍ୱାସ୍ଥ୍ୟମନ୍ତ୍ରୀ ବାହାରିବା ର୍ବରୁ ସେ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି  ।  ମାଲାପୁରାମ ଜିଲାର ମଞ୍ଜେରୀ ନିକଟରେ ଜର୍ଜଙ୍କ କାର ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏବଂ ସ୍ଥାନୀୟ ପୋଲିସ କହିଛି ଯେ ଏହି ଦୁର୍ଘଟଣାରେ କେରଳ ସ୍ବାସ୍ଥ୍ୟମନ୍ତ୍ରୀ ସାମାନ୍ୟ ଆହତ ହୋଇଛନ୍ତି ଏବଂ ମଞ୍ଜରୀ ମେଡିକାଲ କଲେଜରେ ଚିକିତ୍ସିତ ହେଉଛନ୍ତି। ସେ ଭୂସ୍ଖଳନ ପ୍ରଭାବିତ ଜିଲା ୱାୟାନାଡ ପରିଦର୍ଶନ କରିବାକୁ ଯାଉଥିଲେ। ଏହି ସମୟ ମଧ୍ୟରେ ତାଙ୍କ କାର ଏକ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା।

Advertisement

ୱାୟାନାଡରେ ଭୂସ୍ଖଳନ ହେତୁ ଏପର୍ଯ୍ୟନ୍ତ ୧୫୧ଜଣଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ସ୍ବାସ୍ଥ୍ୟମନ୍ତ୍ରୀ ୱାୟନାଡରେ ପରିସ୍ଥିତି ଉପରେ ନଜର ରଖିଛନ୍ତି। ଏନଡିଆରଏଫ କହିଛି ଯେ ୱାୟନାଡରେ ପ୍ରବଳ ବର୍ଷା ହେତୁ ପୁଣି ଭୂସ୍ଖଳନ ହେବାର ଆଶଙ୍କା ରହିଛି। ଏହି କାରଣରୁ ସ୍ବାସ୍ଥ୍ୟମନ୍ତ୍ରୀ ୱାୟନାଡ ଗସ୍ତରେ ଯାଉଥିଲେ, ଯାହାଫଳରେ ସେ ଘଟଣାସ୍ଥଳରେ ଉପସ୍ଥିତ ରହି ଉଦ୍ଧାର କାର୍ଯ୍ୟ ଉପରେ ନଜର ରଖିପାରିବେ।

Leave a Reply

Your email address will not be published. Required fields are marked *