Pratidin TV

Odisha's Digital News Platform

କେରଳର ଏର୍ଣ୍ଣାକୁଲମଠାରେ ଚାଲିଥିଲା ସମ୍ମିଳନୀ ,ଘଟିଲା ଭୟଙ୍କର ବିସ୍ଫୋରଣ ୧ମୃତ,୨୦ ଗୁରୁତର

1 min read

କେରଳର କୋଚିର କାଲାମାସେରିରେ ଥିବା ଏକ ସମ୍ମିଳନୀ କେନ୍ଦ୍ରରେ ବଡଧରଣର ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ ରୁ ଅଧିକ ଆହତ ହୋଇଛନ୍ତି । ବିସ୍ଫୋରଣରେ ଆହତମାନଙ୍କୁ ଚିକିତ୍ସା ନିମନ୍ତେ ମେଡିକାଲରେ ଭର୍ତ୍ତି କରାଯାଇଛ଼ି । ତେବେ ଏପରି ବଡ ଧରଣର ବିସ୍ଫୋରଣ ପାଇଁ ଆତଙ୍କବାଦୀ ଆକ୍ରମଣ ସନ୍ଦେହ କରାଯାଇଛି । ସେପଟେ କେରଳ ସ୍ୱାସ୍ଥ୍ୟମନ୍ତ୍ରୀ ଭୀନା ଜର୍ଜ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ତଥା ଡାକ୍ତରୀ ଶିକ୍ଷା ବିଭାଗର ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଡାକ୍ତରଖାନାଗୁଡ଼ିକୁ ସତର୍କ କରାଯାଇଥିବା ବେଳେ ଛୁଟିରେ ଥିବା ଡାକ୍ତରଙ୍କ ସମେତ ସମସ୍ତ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ତୁରନ୍ତ ଫେରିଯିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ମୁତାବିକ ରବିବାର ସକାଳେ କେରଳର ଏକ ଖ୍ରୀଷ୍ଟିଆନ ସମ୍ମିଳନୀ କେନ୍ଦ୍ରରେ ଏକ ଧାର୍ମିକ ସମାବେଶ ଚାଲିଥିଲା ବେଳେ ହଠାତ୍ ୩ ଥର ବିସ୍ଫୋରଣ ହୋଇଥିଲା । ୫ରୁ ୧୦ ସେକେଣ୍ଡ ମଧ୍ୟରେ ୨ ଥର ବିସ୍ଫୋରଣ ହୋଇଥିଲା ବୋଲି ସୂଚନା ରହିଛି । ପରେ ତୁରନ୍ତ ସେଠାରୁ ଗୁରୁତର ମାନଙ୍କୁ ଉଦ୍ଧାର କରାଯାଇ କାଲାମାସେରି ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

Advertisement

Leave a Reply

Your email address will not be published. Required fields are marked *