କେରଳ ଭୂସ୍ଖଳନ : ୪୦୦ ଟପିଲା ମୃତ୍ୟ ସଂଖ୍ୟା ..
1 min readକେରଳର ୱାଏନାଡ ଭୂସ୍ଖଳନ ଘଟଣା । ଥମୁ ନାହିଁ ମୃତ୍ୟୁ ସଂଖ୍ୟା । ପ୍ରାକୃତିକ ବିପର୍ଯ୍ୟୟର ଏକ ସପ୍ତାହ ବିତିଗଲାଣି, କିନ୍ତୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆଜିବି ପଥର ତଳୁ ଉଦ୍ଧାର ହେଉଛି ମୃତ ଦେହ । ମଙ୍ଗଳବାର ୱାଏନାଡରେ ଉଦ୍ଧାର କାର୍ଯ୍ୟର ଅଷ୍ଟମ ଦିନରେ ପହଞ୍ଚିଛି । ଏହି ଭୂସ୍ଖଳନରେ ଏପର୍ଯ୍ୟନ୍ତ ୪୦୮ ଜଣଙ୍କର ମୃତ୍ୟୁ ଘଟିଛି, ସେଥିମଧ୍ୟରୁ ୨୨୬ ଜଣଙ୍କ ମୃତଦେହ ମିଳିଥିବା ନେଇ ସୂଚନା ରହିଛି । ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି ଏନଡିଆରଏଫ, ସେନା ଏବଂ ସ୍ୱେଚ୍ଛାସେବୀ ଦଳ । ସୋଚିପାରାରରେ ସର୍ଚ୍ଚ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯିବ । ଏହା ଏକ ଅପହଞ୍ଚ ଅଞ୍ଚଳ, ଯେଉଁଠାରେ ବର୍ତ୍ତମାନ ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇନାହିଁ । ଏହି ସ୍ଥାନରେ ୨୦ରୁ ଅଧିକ ଘର ରହିଥିଲା । ଭାରତୀୟ ବାୟୁସେନା ହେଲିକପ୍ଟର ଯୋଗେ ଏକ ଦଳ ଏଠାରେ ପହଞ୍ଚି ଫସି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିବା ନେଇ ଖବର ରହିଛି ।
ବର୍ତ୍ତମାନ ବର୍ଷା ବନ୍ଦ ହେତୁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହେଉଛି। ଆମେରିକାର ମାନ୍ଦାବସ୍ଥା ଭାରତରେ ପଡିଲା ପ୍ରଭାବ, ଆଖି ପିଛୁଳାକେ ସ୍ୱାହା ହେଲା ୧୦ ଲକ୍ଷ କୋଟି ବିଳମ୍ବିତ ରାତିରେ ପୁଥୁମାଲାରେ ୨୯ ଜଣ ଅଜଣା ବ୍ୟକ୍ତି ଏବଂ ଭୂସ୍ଖଳରେ ପ୍ରାଣ ହରାଇ ଥିବା ୧୫୪ ଜଣଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା । କେରଳ ଏଡିଜିପି ଆଇନ ଏବଂ ଅର୍ଡର ଏମଆର ଅଜିତ କୁମାର କହିଛନ୍ତି ଯେ ଉଦ୍ଧାର କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ସେ କହିଛନ୍ତି, “ଉଦ୍ଧାର ଓ ସର୍ଚ୍ଚ ଅପରେସନ ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ୱାୟାନାଡ ଭୂସ୍ଖଳନ ଦ୍ୱାରା ପ୍ରଭାବିତ ଆଦିବାସୀ ପରିବାର ଅନୁସୂଚିତ ଜାତି (ଏସସି) ଏବଂ ଅନୁସୂଚିତ ଜନଜାତି (ଏସଟି) ବିଭାଗ ଦ୍ୱାରା ପରିଚାଳିତ ରିଲିଫ କ୍ୟାମ୍ପରେ ରହୁଛନ୍ତି ବୋଲି କେରଳ ସରକାର ସୂଚନା ଦେଇଛନ୍ତି। ଏଥିରେ ଶିଶୁଙ୍କ ସମେତ ୪୭ ଜଣ ବ୍ୟକ୍ତି ଅଛନ୍ତି, ଯେଉଁମାନେଙ୍କୁ ଆଶ୍ରୟସ୍ଥଳି କ୍ୟାମ୍ପରେ ରଖାଯାଇଛି ଏବଂ ସମସ୍ତ ପ୍ରକାରର ସହାୟତା ପ୍ରଦାନ କରାଯାଉଥିବା ନେଇ ସୂଚନା ରହିଛି ।