କେରଳ ଭୂସ୍ଖଳନ : ୩୫୮ ଛୁଇଁଲା ମୃତ୍ୟ ସଂଖ୍ୟା , ଆହୁରି ବଢିବା ଆଶଙ୍କା ..
1 min readପ୍ରକୃତି ର ତାଣ୍ଡବ କେତେ ବେଳେ ଆସିବ ତାହା କହିବା ମୁସକିଲ ।କାହା ମୁଣ୍ଡରେ କେତେ ବେଳେ ବଜ୍ରପାତ ପରି ଚଡ଼କ ପଡ଼ିବ ତାକୁ ମଧ୍ୟ ଜାଣିବା କଷ୍ଟକର । ଆଜି ଏମିତି କିଛି ତାଣ୍ଡବ ରଚିଛି କେରଳର ୱାୟନାଡ୍ ରେ । ୱାୟନାଡ୍ ଭୂସ୍ଖଳନ ମୃତ୍ୟୁସଂଖ୍ୟା ପହଁଞ୍ଚିଛି । ଚତୁର୍ଥ ଦିନରେ ସେନା ଯବାନମାନେ ଭୂସ୍ଖଳନ ସ୍ଥଳରୁ ୪ ଜଣଙ୍କୁ ଜୀବନ୍ତ ଉଦ୍ଧାର କରିଛନ୍ତି । ପ୍ରତିରକ୍ଷା ବିଭାଗ ଜନସମ୍ପର୍କ ଅଧିକାରୀଙ୍କ ସୂଚନା ଅନୁଯାୟୀ ଭେଲାରିମାଳାର ଜନ୍ କେ.ଜେ, ଜୋମୋଲ ଜନ୍, କ୍ରିଷ୍ଟିନ୍ ଜନ୍ ଏବଂ ଆବ୍ରାହାମ୍ ଜନ୍ଙ୍କୁ ନିରାପଦର ସହ ଉଦ୍ଧାର କରାଯାଇ ନିକଟବର୍ତ୍ତୀ ରିଲିଫ୍ କ୍ୟାମ୍ପ୍କୁ ନିଆଯାଇଛି । ପ୍ରଥମେ ଏହି ପରିବାରକୁ ହେଲିକପ୍ଟର ଯୋଗେ ଅନ୍ୟତ୍ର ନେବା ପାଇଁ ଯୋଜନା ହୋଇଥିଲା । ତେବେ ନିରାପଦ ରୁଟ୍ରେ ସେମାନେ ରିଲିଫ୍ କ୍ୟାମ୍ପ୍କୁ ଯିବାକୁ ରାଜି ହୋଇଥିଲେ ।
ଏବେ ମଧ୍ୟ ପ୍ରାୟ ୩୦୦ ଲୋକ ନିଖୋଜ ଥିବାରୁ ମୃତ୍ୟୁସଂଖ୍ୟା ଆହୁରି ବଢ଼ିବା ଆଶଙ୍କା କରାଯାଉଛି । ସ୍ଥଳସେନା, ନୌସେନା, ତଟସୁରକ୍ଷା ବାହିନୀ, ଏନ୍ଡିଆର୍ଏଫ୍ ଏବଂ ଏସ୍ଡିଆର୍ଏଫ୍ କର୍ମଚାରୀ ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିବାବେଳେ ତାମିଲନାଡୁରୁ ଆଉ ୪ଟି ତାଲିମପ୍ରାପ୍ତ କୁକୁରକୁ ମଧ୍ୟ ରେସ୍କ୍ୟୁ ଅପରେଶନରେ ସାମିଲ କରାଯାଇଛି । ତେବେ ପ୍ରତିକୂଳ ପାଗ, ରାସ୍ତାଘାଟ ଓ ବ୍ରିଜ୍ ନଷ୍ଟ ହୋଇଥିବାରୁ ଠିକଣା ସ୍ଥଳରେ ପହଞ୍ଚିବାରେ ସମସ୍ୟା ଏବଂ ଆବଶ୍ୟକ ଉପକରଣର ଅଭାବ ଯୋଗୁ ଉଦ୍ଧାର କାର୍ଯ୍ୟରେ ପ୍ରତିବନ୍ଧକ ସୃଷ୍ଟି ହୋଇଛି । ପ୍ରବଳ ବର୍ଷା ଲାଗି ରହିଥିବା ସତ୍ତ୍ୱେ ୪୦ଟି ଟିମ୍ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଏବେ ମୃତଦେହକୁ ଉଦ୍ଧାର ପାଇଁ ରାଡାର ଯୁକ୍ତ ଡ୍ରୋନକୁ ନିୟୋଜିତ କରାଯାଇଛି । ଏହି ଡ୍ରୋନ ଭୂ- ପୃଷ୍ଠରୁ ୧୨୦ ମିଟର ଉଚ୍ଚତାରେ ଉଡ଼ିବା ସହିତ ପ୍ରାୟ ୪୦ ହେକ୍ଟର ଏରିଆ ସର୍ଚ୍ଚ କରିପାରିବ । ଏଥିରେ ରାଡାର ସିଷ୍ଟମକୁ ବ୍ୟବହାର କରାଯାଇଛି । ଏହି ଡ୍ରୋନ୍ ଶବ୍ଦ ତରଙ୍ଗ ପଠାଇଥାଏ ଏବଂ ଏହା ଦ୍ୱାରା ମାଟି ତଳେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବାରେ ସହଯୋଗ କରିଥାଏ ।