Pratidin TV

Odisha's Digital News Platform

ଏପଟେ ମେଡିକାଲରେ ପତ୍ନୀ , ସେପଟେ ପଞ୍ଚଭୂତରେ ମିଶିଲା ଡାକ୍ତର ବିଷ୍ଣୁପ୍ରସାଦ ଚିନାରାଙ୍କ ମରଶରୀର…

1 min read

କେରଳରେ ପ୍ରଳୟ ରଚିଲା ଭୂସ୍ଖଳନ । ଆଉ ତାର ବିତ୍କଟ ରୂପ ଦେଖିଲାଣି ପୁରା ଭାରତ । ଏଥିରୁ ବର୍ତ୍ତିପାରିନି ଓଡିଶା । ନିଜ ଜନ୍ମଦିନରେ କେରଳ ବୁଲିବାକୁ ଯାଇ ପ୍ରାଣ ହରାଇଛନ୍ତି ଓଡିଶା ଡାକ୍ତର ବିଷ୍ଣୁପ୍ରସାଦ ଚିନାରା । କିନ୍ତୁ ଅଳ୍‌ପକେ ବର୍ତ୍ତି ଯାଇଛନ୍ତି ପତ୍ନୀ ପ୍ରିୟଦର୍ଶିନୀ ପାଲ୍ । ପ୍ରିୟଦର୍ଶିନୀଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା କରାଯାଉଥଲା ।

ଅନ୍ୟପଟେ ଆଜି କେରଳରୁ ବିଷ୍ଣୁପ୍ରସାଦଙ୍କ ମୃତଦେହ ଆମ୍ବୁଲାନ୍ସ ଯୋଗେ ଓଡ଼ିଶା ଆସିବା ପରେ କଟକର ଚୌଦ୍ୱାରକୁ ନିଆଯାଇଥିଲା। ଚାରବାଟିଆ ସ୍ଥିତ ହାଉସିଂ ବୋର୍ଡ କଲୋନୀ ସ୍ଥିତ ତାଙ୍କ ଘରେ ମୃତଦେହ ପହଞ୍ଚିବା ପରେ ସୃଷ୍ଟି ହୋଇଥିଲା ଶୋକାକୂଳ ପରିବେଶ। ପରେ ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସଂପନ୍ନ କରାଯାଇଥିଲା।

Advertisement

ତେବେ ବିଷ୍ଣୁପ୍ରସାଦଙ୍କ ପତ୍ନୀ ପ୍ରିୟଦର୍ଶିନୀ ପାଲ୍ ମଧ୍ୟ ମେଡିକାଲରୁ ଡିସଚାର୍ଜ ହେବା ପରେ ଓଡ଼ିଶା ଫେରିଛନ୍ତି। ତାଙ୍କ ମୁହଁରେ ଆଘାତ ଲାଗି ଅନେକ କ୍ଷତ ସୃଷ୍ଟି ହୋଇଛି। ଆଉ ୨ ବର୍ହ ପୂର୍ବେ ବିବାହ କରିଥିବା ପ୍ରିୟଦର୍ଶିନୀ ସ୍ୱାମୀଙ୍କ ମୃତ୍ୟୁ ଖବର ଶୁଣି ପୁରା ପୁରି ଭାଙ୍ଗିପଡିଛନ୍ତି ।

Leave a Reply

Your email address will not be published. Required fields are marked *