Pratidin TV

Odisha's Digital News Platform

ଥମୁନି ଦାଦନ ଦୁଃଖ : କେରଳରେ ଚାଲିଗଲା ଦାଦନ ଶ୍ରମିକର ଜୀବନ..

1 min read

ଥମୁନି ଦାଦନ ଦୁଃଖ ।  ଓଡିଶାର ଉପାନ୍ତ ଅଞ୍ଚଳ ରାୟଗଡା ଜିଲ୍ଲା କାଶୀପୁର ବ୍ଲକ। ଏହି ଅଞ୍ଚଳ   ହେଉଛି ଏକ ଖଣିଖାଦନ  ଶିଳ୍ପାଅଞ୍ଚଳ ହେଲେ  ଆଜିବି ସରୁନି ଦାଦନର ଦୁଃଖ ।  ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଖୁରୀଗାଁ ପଞ୍ଚାୟତର ତଳମାଳିଗାଁରେ। ଜଳଧର ଗୌଡ଼ ନାମକ ଯୁବକ ପେଟପାଟଣା ପାଇଁ ନିଜ ଅଞ୍ଚଳରେ ଖଣିଖାଦାନ  ଶିଳ୍ପାଞ୍ଚଳ ରହି ମଧ୍ୟ କାମଧନ୍ଦା ମିଳୁନଥିବାରୁ ସୁଦର କେରଳ ରାଜ୍ୟକୁ ଦାଦନ ଖଟିବାକୁ ଯାଇଥିଲେ  । ହେଲେ ସେଠାର ତାଙ୍କର  ମୃତ୍ୟୁ ହୋଇଥିବା ଜଣାପଡିଛି  ।  ମୃତ୍ୟୁ ଦାଦନ ଶ୍ରମିକ  ସ୍ତ୍ରୀର ଆଖିରୁ ଲୁହ ଧାର ଧାର ହୋଇ ଏବେ ବହିଯାଉଛି  ସ୍ୱାମୀର ଆଶା ଭରସାରେ ମୁଁ ନୂଆ ଘର ତିଆରି କରୁଥିଲି କେତେ ସ୍ବପ୍ନ ଦେଖିଥିଲି ଏବେ ସବୁ ସ୍ୱପ୍ନ ମୋର ଛଡେଇନେଲା ଦଇବ ସବୁ ସ୍ବପ୍ନ ମୋର ଏବେ ଛାରଖାର ହୋଇଗଲା ବୋଲି ସ୍ୱାମୀର କଥାକୁ ଭାବି କାନ୍ଦି କାନ୍ଦି ଏବେ ଆଖିରୁ ଲୁହ ବୁହାଉଛି  ।

ମୃତ୍ୟୁ ଖବର ଶୁଣି ପରିବାରରେ ଶୋକରେ ଛାୟାଖେଳି ଯାଇଛି  ।  କାଶୀପୁର ଅଞ୍ଚଳର କିଛି ସମାଜସେବୀ ମାନଙ୍କ ସହଯୋରେ ନିଜ ଗାଁ ମରଶରୀର ପଞ୍ଚିଥିଲା  । ଯେତେବେଳେ ଘରର ମୁରବି ଚାଲିଯାଏ କିଏ ବୁଝିବ ଏ ବେସାହାରା ପରିବାର କଥା  । ଏବେ  ରୋଜଗାରିଆ ପୁଅକୁ ହରାଇ ଛାତି ଫଟାଇ କାନ୍ଦୁଛି ବାପା  । ମୃତ ଦାଦନ ଶ୍ରମିକର ମର ଶରୀର ନିଜ ଗାଁ ପହଞ୍ଚିବା ପରେ ଗ୍ରାମକୁ କାଶୀପୁର ତହସିଲଦାର ଗାଁରେ  ପହଁଞ୍ଚି    ସରକାରୀ ସହାୟତା ଯୋଗାଇ ଦିଆଯିବ ବୋଲି  ଦାଦନ ଶ୍ରମିକର ପରିବାରକୁ ପ୍ରତିଶୃତି ଦେଇଛନ୍ତି  । ତେବେ  କାଶୀପୁର ବ୍ଲକରେ ଦାଦନ ଶ୍ରମିକମାନଙ୍କ  ମୃତ୍ୟୁର ପୂର୍ଣ୍ଣଛେଦ କେବେ ପଡିବ ସେ ସମୟ କହିବ  ।

Advertisement

Leave a Reply

Your email address will not be published. Required fields are marked *