Pratidin TV

Odisha's Digital News Platform

କେରଳ ୱାୟନାଡ ଭୂସ୍ଖଳନ; ମିଳିଲା ଡାକ୍ତର ବିଷ୍ଣୁ ପ୍ରସାଦଙ୍କ ମୃତଦେହ , ଏବେବି ନିଖୋଜ ଡାକ୍ତର ବନ୍ଧୁ ସ୍ଵାଧୀନ ।

1 min read

କେରଳ ଭୂସ୍ଖଳନରେ ନିଖୋଜ୍ ହୋଇଯାଇଥିବା ୨ ଓଡିଆ ଡାକ୍ତର ବନ୍ଧୁଙ୍କ ମଧ୍ୟରୁ ଡାକ୍ତର ବିଷ୍ଣୁ ପ୍ରସାଦଙ୍କ ମୃତଦେହ ମିଳିଥିବା ନେଇ ସୂଚନା ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ଏନେଇ ବିଷ୍ଣୁଙ୍କ ମୃତ୍ୟୁ ନେଇ ପରିବାର ପକ୍ଷରୁ କିନ୍ତୁ କୌଣସି ସୂଚନା ମିଳିନାହିଁ। ଏବେ ବି ନିଖୋଜ ଅଛନ୍ତି ବିଷ୍ଣୁ ପ୍ରସାଦଙ୍କ ବନ୍ଧୁ ସ୍ୱାଧୀନ ପଣ୍ଡା ।

ମିଳିଥିବା ସୂଚନା ଅନୁଯାୟୀ କଟକ ଜିଲ୍ଲା ଚୌଦ୍ୱାର ହାଉସିଂ ବୋର୍ଡର ବାସିନ୍ଦା ହେଉଛନ୍ତି ଡାକ୍ତର ବିଷ୍ଣୁ ପ୍ରସାଦ ଚିନରା। ବିଷ୍ଣୁ ପ୍ରସାଦ ଓ ତାଙ୍କ ଅଧ୍ୟାପିକା ପତ୍ନୀ ପ୍ରିୟଦର୍ଶିନୀ ପାଲ ଓ ଡାକ୍ତର ସ୍ଵାଧୀନ ପଣ୍ଡା ଓ ପତ୍ନୀ ସ୍ୱୀକୃତି ମହାପାତ୍ର ଗତ ୨୬ ତାରିଖରେ ବାଙ୍ଗାଲୁରୁ ବୁଲିବା ପାଇଁ ଯାଇଥିଲେ। ସେମାନେ ସେଠାରୁ କେରଳ ଯାଇ ୱାଇନାଡର ଲିନରା ଭିଲ୍ଲାରେ ରହିଥିଲେ। ସୋମବାର ରାତିରେ କେରଳର ୱାୟନାଡ଼ର ମେପାଡ଼ି ପାହାଡ଼ ଭୂସ୍ଖଳନ ହେବା ଯୋଗୁ ମାଟି ମିଶା ବନ୍ୟା ପାଣି ବିଭିନ୍ନ ଜନବସତୀ ଅଞ୍ଚଳକୁ ମାଡ଼ି ଆସିଥିଲା। ଫଳରେ ସମସ୍ତେ ପାଣିର ପ୍ରଖର ସ୍ରୋତରେ ଭାସି ଯାଇଥିଲେ। ଉକ୍ତ ସମୟରେ ଉଭୟ ଡାକ୍ତର ବିଷ୍ଣୁ ପ୍ରସାଦ ଓ ସ୍ୱାଧୀନ ନିଜ ପତ୍ନୀଙ୍କ ସହ ପାଣିର ପ୍ରଖର ସ୍ରୋତରେ ଭାସି ଯାଇଥିଲେ।

Advertisement

ସଙ୍ଗେସଙ୍ଗେ ପ୍ରିୟଦର୍ଶିନୀ ପାଲ ଓ ସ୍ୱୀକୃତି ମହାପାତ୍ରଙ୍କୁ ଉଦ୍ଧାର କରାଯାଇଥିବା ବେଳେ ସେମାନେ ଏବେ କେରଳର ଏକ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ମାତ୍ର ବିଷ୍ଣୁ ପ୍ରସାଦ ଓ ସ୍ଵାଧୀନଙ୍କ ପତ୍ତା ମିଳି ପାରୁ ନ ଥିବା ବେଳେ ଆଜି ବିଷ୍ଣୁ ପ୍ରସାଦଙ୍କ ମୃତଦେହ ଉଦ୍ଧାର ହୋଇଛି।

Leave a Reply

Your email address will not be published. Required fields are marked *