Pratidin TV

Odisha's Digital News Platform

ପୁଅ ବାଇକ ପୋଡିବା ପାଇଁ ସୁପାରୀ ଦେଇଥିଲା ମା’, ଟଙ୍କା ନ ପାଇ ଆକ୍ରମଣ କଲେ ଦୁବୁର୍ତ୍ତ…



କେରଳ: ପିଲାମାନଙ୍କର ଆବଶ୍ୟକତା ପୂରଣ କରିବାକୁ ଯାଇ ମା’ ବାପା ମାନେ ବହୁତ କଷ୍ଟ କରିଥାନ୍ତି । ପିଲାମାନେ ଯାହା ଇଚ୍ଚା କରନ୍ତି ବାପା କିମ୍ବା ମା’ ତାଙ୍କ ଇଚ୍ଛାକୁ ପୂରଣ କରିଥାନ୍ତି । ସାଧାରଣଣତଃ ପୁଅ ମାନଙ୍କୁ ମା’ ମାନେ ଅଧରକ ସ୍ନେହ କରିଥାନ୍ଦତି । ସେମାନେ ଯେତେବେଳେ ଯାହା ଚାହିଁଥାନ୍‌ି ତାଙ୍କୁ ଆଣି ଦେଇଥାନ୍ତି । ସେହିଭଳି ଜଣେ ମା’ ତାଙ୍କ ପୁଅକୁ ବାଇକ ଉପହାର ଦେଇଥିଲେ । ଆଉ ପୁଅ ମଧ୍ୟ ସେହି ବାଇକକୁ ବ୍ୟବହାର କରୁଥିଲା । ହେଲେ କିଛି ଦିନ ପରେ ମା’ ପୁଅଙ୍କୁ ମଧ୍ୟରେ କୈାଣସି କଥାକୁ ନେଇ କଳି ଝଗଡା ଲାଗିଲା । ଆଉ ଝଗଡାର ପରିମାଣ ଏତେ ବଢିଯାଇଥିଲା ଯେ ଏହାର ପରିଣାମ କିଛି ଅଲଗା ହେଲା । ପରେ ମା’ ତାର ପୁଅକୁ ସ୍ନେହରେ ଯେଉଁ ବାଇକ ଉପହାର ଦେଇଥିଲେ ତାହାକୁ ଅନ୍ୟ ଲୋକଙ୍କ ଦ୍ୱାରା ପୋଡି ଦେଇଥିଲା ।


ହଁ ଆଜ୍ଞା ଏପରି ଘଟଣା ଘଟିଛି କେରଳରେ । ସୂଚନା ମୁତାବକ କେରଳ ମାଲାପୁରାମର ନାଫିସା ନାମକ ଜଣେ ୪୮ବର୍ଷୀୟ ମହିଳା ତାଙ୍କ ପୁଅକୁ ବାଇକ କିଣି ଦେଇଥିଲେ । ହେଲେ ମା’ ଓ ପୁଅ ମଧ୍ୟରେ କୈାଣସି କାରଣକୁ ନେଇ ବଚସା ହେବାରୁ ମା ଦେଇଥିବା ବାଇକକୁ ଫେରାଇବା ପାଇଁ ପୁଅକୁ କହିଥିଲେ । ହେଲେ ପୁଅ ବାଇକ୍ ନ ଫେରାଇବାରୁ ମହିଳା ଜଣକ କିଛି ଦୁବୁର୍ତ୍ତଙ୍କୁ ସୁପାରି ଦେଇ ସେହି ବାଇକରେ ନିଆଁ ଲଗାଇବାକୁ କହିଥିଲେ । ଆଉ ଦୁବୁର୍ତ୍ତ ମାନେ ମଧ୍ୟ ବାଇକ କୁ ପୋଡି ଦେଇଥିଲେ । ହେଲେ ପରେ ଦୁବୁର୍ତ୍ତମାନେ ଯେତେବେଳେ ତାଙ୍କ ଟଙ୍କା ପାଇ ନଥିଲେ । ସେତେବେଳେ ସେ ମହିଳାଙ୍କ ଉପରକୁ ଆକ୍ରମଣ କରିଥିଲେ । ମହିଳାଙ୍କ ଘରେ ପଶି ଜିନିଷ ପତ୍ର ଭଙ୍ଗାରୁଚା କରିବା ସହ ତାଙ୍କୁ ଆଘାତ କରିଥିଲେ । ଅନ୍ୟପଟେ ପୋଲିସ ଏହି ଘଟଣାରେ ତିନି ଜଣଙ୍କୁ ଗିରଫ କରିଥିବା ବେଳେ ଅନ୍ୟ ଜଣେ ଫେରାର ଥିବା ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *