Pratidin TV

Odisha's Digital News Platform

ବଦଳିବ କେରଳର ନାଁ….ବିଧାନସଭାରେ ପ୍ରସ୍ତାବ ପାରିତ, ଗୃହ ମନ୍ତ୍ରଣାଳୟର ମଞ୍ଜୁରୀକୁ ଅପେକ୍ଷା

1 min read

ବଦଳିବ କେରଳର ନାଁ। ଏନେଇ କେରଳ ବିଧାନସଭାରେ ସର୍ବସମ୍ମତିରେ ଏକ ପ୍ରସ୍ତାବ ପାରିତ ହୋଇଛି। ଏଥିରେ କେନ୍ଦ୍ର ନିକଟରେ ଆନୁଷ୍ଠାନିକ ଭାବେ ରାଜ୍ୟର ନାଁ ବଦଳାଇ କେରଳମ କରିବା ପାଇଁ ଆଗ୍ରହ କରାଯାଇଛି | ବିଧାନସଭା ଦ୍ୱିତୀୟ ଥର ପାଇଁ ପ୍ରସ୍ତାବ ପାରିତ କରିଛି | କେନ୍ଦ୍ର ଗୃହ ମନ୍ତ୍ରାଳୟ ପ୍ରଥମ ପ୍ରସ୍ତାବର ସମୀକ୍ଷା କରିଥିଲା ଏବଂ ଏହା କିଛି ପରିବର୍ତ୍ତନ ନେଇ ପରାମର୍ଶ ଦେଇଥିଲା |

ମୁଖ୍ୟମନ୍ତ୍ରୀ ପିନରାଇ ବିଜୟନ ଗତକାଲି ବିଧାନସଭାରେ ପ୍ରସ୍ତାବକୁ ଉପସ୍ଥାପନ କରିଥିଲେ। ସେ କେନ୍ଦ୍ର ନିକଟରେ ଦେଶର ସାମ୍ବିଧାନର ଅଷ୍ଠମ ଅନୁସୂଚୀରେ ସାମିଲ ସମସ୍ତ ଭାଷାରେ ଦକ୍ଷିଣ ରାଜ୍ୟର ନାମ କେରଳରୁ କେରଳମ କରିବା ପାଇଁ ଦାବି କରିଛନ୍ତି। ପ୍ରସ୍ତାବ ଉପସ୍ଥାପନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ମଲୟାଲମରେ ରାଜ୍ୟକୁ କେରଳମ କୁହାଯାଏ। ସମ୍ବିଧାନର ପ୍ରଥମ ଅନୁସୂଚୀରେ ଆମ ରାଜ୍ୟର ନାମ କେରଳ ଲେଖାଯାଇଛି। ତେଣୁ ସମ୍ବିଧାନର ଅନୁଛେଦ-୩ ଅନୁସାରେ ପ୍ରଥମ କାର୍ଯ୍ୟସୂଚୀରେ ଏହାର ନାଁ ପରିବର୍ତ୍ତନ କରି କେରଳମ କରାଯାଉ ବୋଲ ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ଅନୁରୋଧ କରିଛନ୍ତି।

Advertisement

ସୂଚନା ଅନୁଯାୟୀ, ୨୦୨୩ ଅଗଷ୍ଟ ୯ରେ ଏହି ପ୍ରସ୍ତାବ ବିଧାନସଭାରେ ଅନୁମୋଦିତ ହୋଇସାରିଥିଲା। ତେବେ ସଂଶୋଧିତ ପ୍ରସ୍ତାବ ଦାଖଲ କରିବାକୁ କେନ୍ଦ୍ର ପକ୍ଷରୁ ସେତେବେଳେ କେରଳ ସରକାରଙ୍କୁ ନିର୍ଦେଶ ଦିଆଯାଇଥିଲା। ଫଳରେ ଆବଶ୍ୟକ ସଂଶୋଧନ ସହ ସୋମବାର ଏହି ପ୍ରସ୍ତାବକୁ ବିଧାନସଭାରେ ପୁଣି ଅନୁମୋଦନ କରାଯାଇଛି। ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଏହି ପ୍ରସ୍ତାବ ଆଗତ କରି କେରଳ ବଦଳାଇ କେରଳମ କରିବାକୁ ଦାବି କରିଛନ୍ତି |

Leave a Reply

Your email address will not be published. Required fields are marked *