Pratidin TV

Odisha's Digital News Platform

ଆଉ ନାହାନ୍ତି KGF ଷ୍ଟାର ‘କ୍ରିଷ୍ଣା ଜି ରାଓ’

1 min read

ନୂଆଦିଲ୍ଲୀ : ପୁଣି ସାଉଥ୍ ଇଣ୍ଡଷ୍ଟ୍ରିରୁ ଆସିଲା ଦୁଃଖଦ ଖବର । ଆଉ ନାହାନ୍ତି ସାଉଥ୍ ସୁପରହିଟ୍ ଫିଲ୍ମ କେଜିଏଫ୍‌ରେ ଅଭିନୟ କରିଥିବା ଭେଟେରାନ୍ ଅଭିନେତା କ୍ରିଷ୍ଣା ଜି ରାଓ । ଗତ କିଛି ମାସ ଧରି ଜୀବନ ମୃତ୍ୟୁ ସହ ସଂଘର୍ଷ କରୁଥିବା ୭୦ ବର୍ଷିୟ କ୍ରିଷ୍ଣା ଜି ରାଓ ଶେଷରେ ହାରମାନିନେଇଥିଲେ । ବେଙ୍ଗାଲୁରର ବିନାୟକ ବିନାୟକ ହସ୍ପିଟାଲରେ ସେ କିଛି ମାସ ଧରି ଲଙ୍ଗସ୍ ଇନ୍‌ଫେକ୍ସନ ଯୋଗୁ ଚିକିତ୍ସିତ ହୋଇଆସୁଥିଲେ । ଏହା ପରେ ସେ ସୁସ୍ଥ ହୋଇ ପୁନଶ୍ଚ ନିଜ ଘରକୁ ଫେରିଯାଇଥିଲେ ।

ସୂଚାନ ଅନୁ୍‌ଯାୟୀ ଗତକାଲି ସେ ତାଙ୍କର ଜଣେ ବନ୍ଧୁଙ୍କ ଘରକୁ ବୁଲିବାକୁ ଯାଇଥିଲେ । ସେଠାରେ ରାତ୍ରି ସମୟରେ କ୍ରିଷ୍ଣା ଜିଙ୍କ ସ୍ୱାସ୍ଥ ଖରାପ୍ ହେବାରୁ ତାଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ଗୁରୁତର ଅବସ୍ଥାରେ ଆଇସିୟୁରେ ଭର୍ତ୍ତି କରାଇ ଚିକିତ୍ସା ଚଳାଇଥିଲେ । କିନ୍ତୁ ଦୁଭାଗ୍ୟର କଥା କ୍ରିଷ୍ଣା ଜି ରାଓ ଆଜି ସକାଳ ସମୟରେ ହିଁ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ମୃତ୍ୟୁ ସମୟରେ ତାଙ୍କ ପାଖରେ ସମସ୍ତ ପରିବାର ଏବଂ ବନ୍ଧୁ ବର୍ଗ ଉପସ୍ଥିତ ଥିବା ଜଣାପଡିଛି ।

KRISHNA G RAO

ତେବେ କ୍ରିଷ୍ଣା ଜି ରାଓ ଗତ କିଛି ବର୍ଷ ଧରି ତାଙ୍କ ନିଖୁଣ ଅଭିନୟ ଜରିଆରେ ଲଗାତର ଭାବରେ ପ୍ରଶଂସକଙ୍କୁ ମନୋରଞ୍ଜନ କରୁଥିଲେ। କ୍ରିଷ୍ଣା କେଜିଏଫ୍ରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରି ସମସ୍ତଙ୍କ ହୃଦୟ ଜିତିଥିଲେ। ଏହି ଫିଲ୍ମ ପରେ ତାଙ୍କୁ ପ୍ରାୟ ୩୦ ଟି ଫିଲ୍ମରେ ବ୍ୟାକ୍-ଟୁ-ବ୍ୟାକ୍ ଦେଖିବାକୁ ମିଳିଥିଲା।

Leave a Reply

Your email address will not be published. Required fields are marked *