Pratidin TV

Odisha's Digital News Platform

ଖଡଗପୁର ବସ୍ ଦୁର୍ଘଟଣା ; ମୁଣ୍ଡପିଟି କାନ୍ଦୁଛନ୍ତି ମୃତ ପୁଷ୍ପାଞ୍ଜଳିଙ୍କ ଶାଶୁ ନଣନ୍ଦ ,କହୁଛନ୍ତି ସେ ବୋହୂ ନୁହଁ ଘରର ଝିଅ ଥିଲା ….

1 min read

କେନ୍ଦ୍ରାପଡା ; ଆଲୋକର ପର୍ବରେ ଲାଗିଗଲା ଅମାବସ୍ୟାର ଗ୍ରହଣ । ଆଉ କିଛି ସମୟ ପରେ ଘରେ ପହଞ୍ଚି ଖୁବ୍ ମଜାମସ୍ତ କରିଥାନ୍ତେ କେନ୍ଦ୍ରାପଡା ମାର୍ଶାଘାଇ ଥାନା ଅଧୀନ ନିଳାଦ୍ରୀପୁର ଅଞ୍ଚଳର ପୁଷ୍ପାଞ୍ଚଳି ଦାସ ଓ ତାଙ୍କ ପରିବାର । କିନ୍ତୁ ଦଇବ ବୋଧେ ଆଉ କିଛି ଭାଗ୍ୟରେ ରଖିଥିଲା । କୋଲକାତାରୁ ଶାଶୁ ଶଶୂର ଓ ନଣନ୍ଦଙ୍କ ପାଇଁ ଦୀପାବଳିର ଅନେକ ଉପହାର ସାଙ୍ଗରେ ନେଇ ଫେରୁଥିଲେ ପୁଷ୍ପାଞ୍ଜଳି । ସାଙ୍ଗରେ ଥିଲେ ସ୍ୱାମୀ ଓ ୭ ବର୍ଷର ପୁଅ । କିନ୍ତୁ ଖଡଗପୁର ନିକଟରେ ଘଟିଯାଇଥିଲା ଅଘଟଣ । ସେମାନେ ଆସୁଥିବା ବସ୍ ଇଞ୍ଜିନରେ ଲାଗିଯାଇଥିଲା ନିଆଁ ଆଉ ମଝି ରାସ୍ତାରେ ବନ୍ଦ ହୋଇଯାଇଥିଲା ଗାଡି ଡୋର । ଉପାୟ ନ ପାଇଁ ଝରକା ଭାଙ୍ଗି ଯାତ୍ରୀ ମାନେ ବାହାରକୁ ଡେଇଂପଡୁଥିଲେ ।

ଏହି ସମୟରେ ନିଜ ସ୍ୱାମୀ ଓ ପୁଅକୁ ମଧ୍ୟ ସୁରକ୍ଷିତ ଏମରଜେନ୍ସି ଝରକା ପଟେ ବାହରକୁ ବାହାର କରିଦେଇଥିଲେ ପୁଷ୍ପାଞ୍ଜଳି । ତା ସହ ଅନ୍ୟ ଯାତ୍ରୀମାନଙ୍କୁ ମଧ୍ୟ ବାହାରିବାରେ ସାହାର୍ଯ୍ୟ କରିଥିଲେ । ଏହାପରେ ନିଆଁ ଖୁବ୍ ଜୋରରେ ବଢିଯାଇଥିଲା ବସ୍‌ରେ ଫଳରେ ଦୁଭାଗ୍ୟ ବସତ ବସ୍‌ରୁ ବାହାରିପାରିନଥିଲେ ପୁଷ୍ପାଞ୍ଜଳି । ଆଉ ସେହି ବସ୍ ଭିତରେ ହିଁ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ ସାହସୀ ମହିଳା ପୁଷ୍ପାଞ୍ଜଳି । ହେଲେ ଅନ୍ୟପଟେ କାନ୍ଦରେ ଫାଟିପଡୁଛୁ ଗାଁ ଦାଣ୍ଡ । ଘରେ ପାଲ ପାଲ ହୋଇ ଗଡିଯାଉଛନ୍ତି ଶାଶୁ ନଣନ୍ଦ । ବୋହୂ ନୁହେଁତ ଘରର ଝିଅ ଥିଲା ବୋଲି କାନ୍ଦି କାନ୍ଦି କହୁଛି ଶାଶୁ ।

Advertisement

Leave a Reply

Your email address will not be published. Required fields are marked *