ଖଡଗେଙ୍କ ଭାଷଣ ଦାନା ଧରିଲାନି, କଂଗ୍ରେସକୁ ଏବେ ବହୁତ୍ ପରିଶ୍ରମ କରିବା ଆବଶ୍ୟକ ଅଛି!
1 min readକଂଗ୍ରେସର ମୁଖିଆ ହେବାପରେ ପ୍ରଥମ ଥର ଓଡିଶା ଆସିଥିଲେ ମଲ୍ଲିକାର୍ଜୁନ ଖଡଗେ । ଖଡଗେଙ୍କୁ ସ୍ୱାଗତ କରିବା ପାଇଁ ସଜେଇ ହୋଇପଡିଥିଲା କଂଗ୍ରେସ ଭବନ । ଉତ୍ସାହିତ ଥିଲେ କଂଗ୍ରେସ କର୍ମୀ ଓ ନେତା । ଭୂବନେଶ୍ୱରର ଲୋଏରପିଏମିଜି ରେ ‘ଓଡିଶା ବଞ୍ଚାଓ ଅଭିଯାନ’ରେ ଯୋଗଦେଇଥିଲେ ଖଡଗେ । ଏହି ସମାବେଶରେ ପ୍ରଥମ ଫୋକସ୍ ରହିଥିଲା ସାଧାରଣ ନିର୍ବାଚନ ୨୦୨୪ । ଆଉ ସେହି ସମାବେଶରେ ରଣହୁଙ୍କାର ଦେବାକୁ ଆଶା ରଖିଥିଲେ କଂଗ୍ରେସ କର୍ମୀ ।
ଭାବିଥିଲେ ରାଜ୍ୟରେ ଶାସକ ଦଳ ବିଜେଡି ଏବଂ ବିଜେପିର ବିଫଳତା, ଦେଶରେ ଗଣତନ୍ତ୍ରର ସୁରକ୍ଷା ନେଇ ସରକାରଙ୍କୁ ଟାର୍ଗେଟ କରିବ କଂଗ୍ରେସ । ହେଲେ ମଲ୍ଲିକାର୍ଜୁନ ଖଡଗେଙ୍କ ଭାଷାଣ ସେତିକି ପ୍ରଭାବୀ ଭାଷାଣ ନଥିଲା । ଯେତିିକି କଂଗ୍ରେସ କର୍ମୀମାନେ ଆଶା କରିଥିଲେ ସେତିକି ଲୋକମାନଙ୍କୁ ପ୍ରଭାବିତ କରିପାରିଲାନି ଖଡଗେଙ୍କ ଭାଷାଣ । ତେବେ ଖଡଗେଙ୍କର ଏହି ଭାଷାଣ ଓଡିଶା ବାସୀଙ୍କ ଉପରେ କୌଣସି ପ୍ରଭାବ ପକାଇ ପାରିନି ବୋଲି ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି ପ୍ରକାଶ କରିଛନ୍ତି । ତେବେ ଚାଲନ୍ତୁ ଶୁଣିବା ଏ ବିଷୟରେ କଣ କହୁଛନ୍ତି ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ମହାନ୍ତି ….