Pratidin TV

Odisha's Digital News Platform

୬ ବର୍ଷ ପରେ ଜେଲରୁ ବାହାରିବା ପରେ ଏବେ ବାଂଲାଦେଶର ପ୍ରଧାନମନ୍ତ୍ରୀ ହେବେ ଖାଲିଦା ଜିୟା !

1 min read

ବାଂଲାଦେଶରେ ସ୍ଥିତି ହେବ କଣ ? ଶେଖ ହସିନାଙ୍କ ପରେ କିଏ ହେବେ ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ? ଶେଖ ହସିନା ପୁଣି ସ୍ବଦେଶ ଫେରିବେ ନା ବିଦେଶରେ ରହିବେ ? ଏସବୁ ପ୍ରଶ୍ନ ଭିତରେ ପଡୋଶୀ ରାଷ୍ଟ୍ର ଭାରତର ବେଶୀ ଚିନ୍ତା। ତେଣେ ହସିନା ରାଜନୀତିକୁ ଆଉ ଫେରି ନପାରନ୍ତି ବୋଲି କହିଛନ୍ତି ପୁଅ ସଜୀବ ୱାଜେଦ ଜୟ। ଆଜି ସଂସଦରେ ଏହି ପ୍ରସଙ୍ଗରେ ଆଲୋଚନା କରିବେ ଏସ. ଜୟଶଙ୍କର। ବାଂଲାଦେଶରେ ଅସ୍ଥିରତା ପ୍ରସଙ୍ଗରେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ଯକ୍ଷତାରେ ନିରାପତ୍ତା ସଂକ୍ରାନ୍ତ କ୍ଯାବିନେଟ କମିଟି ବୈଠକରେ ସ୍ଥିତି ସମୀକ୍ଷା କରାଯାଇଥିଲା

ବାଂଲାଦେଶରେ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଇସ୍ତଫା ପରେ ମଧ୍ୟ ବିକ୍ଷୋଭକାରୀଙ୍କ ମନ ଶାନ୍ତି ହୋଇନାହିଁ। ଏବେ ବି ସ୍ଥିତି ଅଣାୟତ୍ତ। ବ୍ୟାପକ ହିଂସା ଏବଂ ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ପରେ ଏବେ ଭାରତ ପହଞ୍ଚିଛନ୍ତି ଶେଖ ହାସିନା। ଶେଖ ହସିନା ପୁଣି ସ୍ବଦେଶ ଫେରିବେ ନା ବିଦେଶରେ ରହିବେ ସେ ନେଇ ଏବେ ସବୁଠୁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Advertisement

ହିଂସା ନିଆଁରେ ଜଳୁଛି ବାଂଲାଦେଶ। ସାରା ଦେଶରେ ଅସମ୍ଭାଳ ସ୍ଥିତି। ଚାରିଆଡ଼େ ପୋଡ଼ାଜଳା, ଅରାଜକତା। ପ୍ରଧାନମନ୍ତ୍ରୀ ପଦରୁ ଶେଖ ହସିନା ଇସ୍ତଫା ଦେଇ ଦେଶ ଛାଡିବା ପରେ ପାର୍ଲାମେଣ୍ଟକୁ ଭଙ୍ଗ ଘୋଷଣା କରିଛନ୍ତି ବାଂଲାଦେଶ ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ। ସ୍ଥଳ ସେନା, ବାୟୁସେନା, ନୌସେନା ମୁଖ୍ୟଙ୍କ ସମେତ ବିଭିନ୍ନ ରାଜନୈତିକ ଦଳ ନେତା ଓ କିଛି ନାଗରିକ ସମାଜ ସଦସ୍ୟଙ୍କ ସହ ଆଲୋଚନା ପରେ ରାଷ୍ଟ୍ରପତି ସଂସଦ ଭଙ୍ଗ ନିଷ୍ପତ୍ତି ନେଇଥିଲେ।

୬ ବର୍ଷ ପରେ ଖାଲିଦା ଜିୟାଙ୍କୁ ଜେଲରୁ ମୁକ୍ତି ନିର୍ଦ୍ଦେଶ ଦେଇଛନ୍ତି ରାଷ୍ଟ୍ରପତି। ତାଙ୍କ ଭାଗ୍ୟ ବଦଳିବାକୁ ଯାଉଛି ବୋଲି ଚର୍ଚ୍ଚା ହୋଉଛି। ହିନ୍ଦୁ ବିରୋଧୀ ତଥା ଚୀନ୍ ସମର୍ଥକ ଖାଲିଦା ଜିୟା ଖୁବ୍‌ ଶୀଘ୍ର ମୁକ୍ତ ହେବାକୁ ଯାଉଛନ୍ତି। ଖାଲିଦା ଜିୟାଙ୍କ ମୁକ୍ତି ପାଇଁ ଆଦେଶ ପରେ ସେ ବା ତାଙ୍କ ଦଳର କିଛି ଲୋକ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରରେ ସାମିଲ ହୋଇପାରନ୍ତି ବୋଲି ଅନୁମାନ କରାଯାଉଛି। କିଛି ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଖାଲିଦା ଜିୟାଙ୍କ ପୁଅ ତଥା ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (ବିଏନପି) ର କାର୍ଯ୍ୟକାରୀ ଅଧ୍ୟକ୍ଷ ତାରିକ ରହମାନଙ୍କୁ ପ୍ରଧାନମନ୍ତ୍ରୀ କରାଯାଇପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି।

ସୂଚନ ଅନୁଯାୟୀ, ଖାଲିଦା ଜିୟା ବାଂଲାଦେଶର ପୂର୍ବତନ ରାଷ୍ଟ୍ରପତି ଜିୟାଉର୍‌ ରହମାନଙ୍କ ପତ୍ନୀ ଅଟନ୍ତି। ଖାଲିଦା ୧୯୯୧ରୁ ୧୯୯୬ ଯାଏ ବାଂଲାଦେଶର ପ୍ରଧାନମନ୍ତ୍ରୀ ଥିଲେ। ଏହାପରେ ଖାଲିଦା ଜୁନ୍ ୨୦୦୧ରୁ ଅକ୍ଟୋବର ୨୦୦୬ ପର୍ଯ୍ୟନ୍ତ ବାଂଲାଦେଶର ପ୍ରଧାନମନ୍ତ୍ରୀ ରହିଥିଲେ। ଖାଲିଦା ଜିୟାଙ୍କୁ ୨୦୧୮ରେ ଏକ ଦୁର୍ନୀତି ମାମଲାରେ ୧୭ ବର୍ଷର ଜେଲ ଦଣ୍ଡାଦେଶ ମିଳିଥିଲା। ଏହାପରେ ତାଙ୍କୁ ଜେଲ ପଠାଯାଇଥିଲା। ତେବେ ବର୍ତ୍ତମାନ ସ୍ୱାସ୍ଥ୍ୟଗତ କାରଣରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତାଙ୍କର ବୟସ ୭୮ ବର୍ଷ।

Leave a Reply

Your email address will not be published. Required fields are marked *