Pratidin TV

Odisha's Digital News Platform

ଖଲିକୋଟରେ ମାତିଛନ୍ତି ଚୋର: ଘରେ କେହି ନ ଥିବା ବେଳେ ନେଇଗଲେ ନଗଦ ଟଙ୍କା ଆଉ ସୁନାଗହଣା..

1 min read

ଖଲିକୋଟରେ ମାତିଛନ୍ତି ଚୋର । ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଇ ଚୋରି କରୁଛନ୍ତି । ରାତିରେ ପଶି  ଲୁଟି ନେଲେ ଟଙ୍କା ସୁନା  । ଗତ କାଲି ବିଳମ୍ବିତ ରାତିରେ ଖଲ୍ଲିକୋଟ ଥାନା ଅନ୍ତର୍ଗତ ମଥୁରା ରେ ଏକ ବଡ ଧରଣର ଚୋରି ହେବା ସହ ଅନ୍ୟ ଏକ ଘରୁ ଚୋରୀ ଉଦ୍ୟମ ହେବା ନେଇ ଅଭିଯୋଗ ହୋଇଛି। ମିଳିଥିବା ଖବର  ଅନୁଯାୟୀ ଗତ କାଲି ବିଳମ୍ବିତ ରାତିରେ ମଥୁରା ଗ୍ରାମ ର ମୂଖ୍ୟ ରାସ୍ତା କଡ଼ରେ ଥିବା ଆକାଶ ତରାଇ ଙ୍କ ପରିବାର ଲୋକେ ଦୀର୍ଘ ୮ ଦିନ ଅନୁପସ୍ଥିତ ଥିବା ସୁଯୋଗ ନେଇ ଦୃର୍ବୁତ୍ତ ମାନେ ଘର ପଛପଟୁ ତାଲା ଭାଙ୍ଗି ଘର ଭିତରେ ପଶି ଆଲମିରl ,

ଦସ୍ତl ପେଡ଼ି ଓ ଆଟାଚ୍ ଭାଙ୍ଗି ସେଥିରେ ଥିବା ନଗଦ ୫୦ ହଜାର ଟଙ୍କା ୧୨ତୁଳା ସୁନା ସହିତ ୬ତୁଳା ରୂପା ଚୋରି କରି ଚମ୍ପଟ ମାରିଥିଲେ। ପରେ ସେଇ ଗ୍ରାମ ର ହିମାଂଶୁ ତରେଇ ଙ୍କ ଘର ବାଡି ପଟେ ଲାଗିଥିବା ଲୁହା ଗ୍ରିଲ୍ କାଟି ଚୋରି କରିବା ପାଇଁ ଉଦ୍ୟମ କରୁଥିବା ବେଳେ ଘରେ ଥିବା ହିମାଂଶୁ ଓ ତାଙ୍କ ମା ଜୋର୍ ରେ ଚିତ୍କାର କରିବା ଶୁଣି ଦୃର୍ବୁତ୍ତ ମାନେ ସେଠାରୁ ଚାଲି ଯାଇଥିଲେ। ଏ ନେଇ ଖଲ୍ଲିକୋଟ ଥାନା ରେ ଉଭୟ ପରିବାର ରୁ ଏତେଲା ଦେବା ପରେ ଖଲ୍ଲିକୋଟ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Advertisement

Leave a Reply

Your email address will not be published. Required fields are marked *