Pratidin TV

Odisha's Digital News Platform

(ଭିଡିଓ)କୁମ୍ଭ ମେଳାରେ ଡକାୟତି ପାଇଁ ଚାଲିଥିଲା ବ୍ଲୁପ୍ରିଣ୍ଟ , ବିଫଳ କରିଦେଲା ଖଣ୍ଡଗିରି ପୋଲିସ୍ ..

1 min read

ଭୁବନେଶ୍ୱର : ଖଣ୍ଡଗିରି ମେଳା କୁ ନଜର ରେ ରଖି ଡକାୟତି ପାଇଁ ବ୍ଲୁ ପ୍ରିଣ୍ଟ କରୁଥିଲା ୫ ଜଣିଆ ଡକାୟତି ଟିମ୍ । ଗ୍ୟାଙ୍ଗ କୁ ମାଡି ବସିଲା ଖଣ୍ଡ ଗିରି ପୋଲିସ। ବିଳମ୍ବିତ ରାତିରେ ଖଣ୍ଡଗିରି ପାହାଡ଼ ତଳେ ଅନ୍ଧାରୁଆ ସ୍ଥାନରେ ବସି ପ୍ଲାଣିଂ କରୁଥିଲେ ଡକାୟତି ଗ୍ୟାଙ୍ଗ। ଶୁକ୍ରବାରଠୁ ଆରମ୍ଭ ହେବାକୁ ଥିବା ଖଣ୍ଡଗିରୀ କୁମ୍ଭ ମେଳା ଭିଡ଼ ଭିତରେ କେମିତି ଲୋକଙ୍କ ପକେଟ୍ ମାର ଓ ସୁନା ଅଳଙ୍କାର ଚୋରୀ କରିବେ ତା ପାଇଁ ଚାଲି ଥିଲା ବ୍ଲୁ ପ୍ରିଣ୍ଟ । କେମିତି ଭିଡ଼ ଭିତରେ ଲୋକଙ୍କ ସହ ମିଶି ଟାର୍ଗେଟ କରିବେ ଓ ଚୋରୀ କରିବେ ।

Advertisement

ଯଦି କେହି ଧରି ଦେବେ ତାହେଲେ ଆଖିରେ ଲଙ୍କା ଗୁଣ୍ଡ ପକେଇ ଫୁ ମାରିବେ ଯୋଜନା ଚାଲିଥିଲା। ଖଣ୍ଡଗିରି ପୋଲିସ ଖବର ପାଇଁ ରାତିରେ ମାଡି ବସିଥିଲା ଓ ଡକାୟତି ଉଦ୍ୟମକୁ ବିଫଳ କରିଛି । ୫ ଜଣଙ୍କୁ ଗିରଫ କରିବା ଶହ ସେମାନଙ୍କ ଠାରୁ ୨ ଟି ସ୍ପିଡ ବାଇକ ,ଗୋଟେ ବଡ଼ ଖଣ୍ଡା, ଲଙ୍କା ଗୁଣ୍ଡ ,ଲୁହା ରଡ଼ ,୯ ଟି ମୋବାଇଲ ମଦ ଶହ ଚୋରୀ ସାମଗ୍ରୀ ଜବଦ କରିଛି ପୋଲିସ। ୫ ଜଣଙ୍କ ମଧ୍ୟରେ ମୂଖ୍ୟ ଥିଲା ଅମିତ କୁମାର ନାୟକ । ଯିଏ କି ପୂର୍ବରୁ ନୟାପଲ୍ଲୀ, ଖଣ୍ଡଗିରି, ସହିଦ ନଗର ଥାନାରେ ଗିରଫ ହେଇ ଜେଲ ଯାଇଥିଲା। ଜେଲ ରୁ ଫେରିବା ପରେ ନୁଆ ଗ୍ୟାଙ୍ଗ କରି ଚୋରୀ ଡକାୟତ କରୁଥିଲା। ସମସ୍ତ ଙ୍କୁ ଆଜି ପୋଲିସ ଗିରଫ କରି କୋର୍ଟ ଚାଲଣ କରିଛି ।

ପୂର୍ବରୁ ୫ ଜଣ ରାତିରେ ଏକୁଟିଆ ଯାଉଥିବା ଲୋକଙ୍କୁ ଟାର୍ଗେଟ କରୁଥିଲେ। ବେକରେ ଖଣ୍ଡା ଲଗେଇ ଲୁଟ କରୁଥିଲେ। ସମସ୍ତେ ରାଜଧାନୀ ର ବିଭିନ୍ନ ବସ୍ତିରେ ରହୁଥିବା ବେଳେ ଚୋରୀ ସାମଗ୍ରୀ କୁ ବିକ୍ରି କରି ବିଳାସ ପୂର୍ଣ୍ଣ ଜୀବନ ଅତିବାହିତ କରୁଥିଲେ। ଏବେ ବି ଚୋରୀ ସାମଗ୍ରୀ କିଣୁଥିବା ବ୍ୟକ୍ତି ପାଖରେ ପୋଲିସ ପହଚିପାରି ନାହିଁ ।

Leave a Reply

Your email address will not be published. Required fields are marked *