Pratidin TV

Odisha's Digital News Platform

ଭିଜିଲାନ୍ସ ଜାଲରେ ପୋଲିସ ସବ୍ ଇନ୍ସପେକ୍ଟର ; ଲାଞ୍ଚ ନେଉଥିବା ବେଳେ ରେଡହାଣ୍ଡ ଧରିଲା ଭିଜିଲାନ୍ସ …

ଭୁବନେଶ୍ୱର : ଖଣ୍ଡଗିରି ଥାନା ଏସଆଇ ସୁଶାନ୍ତ ସ୍ବାଇଁକୁ ଲାଞ୍ଚ ନେବା ବେଳେ ମାଡିବସିଥିଲା ଭିଜିଲାନ୍ସ । ଅଭିଯୋଗ ଆଧାର ରେ ଭିଜିଲାନ୍ସ ଟ୍ରାପ ରେ ଥିଲେ ଖଣ୍ଡଗିରି ଥାନା ଏସଆଇ ସୁଶାନ୍ତ ସ୍ୱାଇଁ । ଖଣ୍ଡଗିର ନାକା ଗେଟ ନିକଟରେ ନେଉଥିଲେ ୫୦ ହଜାର ଟଙ୍କା ଲାଞ୍ଚ । ଖଣ୍ଡଗିରି ଥାନା କେସ ନମ୍ବର ୨୨/୨୧ ର ରଫାଦଫା ପାଇଁ ନେଉଥିଲେ ଟଙ୍କା । ୫ ଶହ ଟଙ୍କିଆ ବଣ୍ଡଲ ଲାଞ୍ଚ ଟଙ୍କା ସହ ଆଜି ମାଡିବସିଥିଲା ଭିଜିଲାନ୍ସ ।

ରାଜଧାନୀରେ ଥିବା ସୁଶାନ୍ତଙ୍କ ଘର ସମେତ ଅନ୍ୟାନ୍ୟ ସ୍ଥାନରେ ଚଢ଼ାଉ କରୁଛି ଭିଜିଲାନ୍ସ। ପୁର୍ବରୁ ବିଭିନ୍ନ କେସକୁ ରଫା ଦଫା କରିବା ପାଇଁ ଟଙ୍କା ମାଗିଥିବା ଅଭିଯୋଗ ହୋଇଥିଲା। ଆଜି ଭିଜିଲାନ୍ସ ଗିରଫ କରି ଘର ସମେତ ଅଫିସରେ ତଦନ୍ତ କରୁଛି ଭିଜିଲାନ୍ସ।

Leave a Reply

Your email address will not be published. Required fields are marked *