Pratidin TV

Odisha's Digital News Platform

କ୍ଷେତ୍ରାଧିପତି ଶ୍ରୀ ଜଗନ୍ନାଥ ଶିର୍ଷକ ଆଲୋଚନା ଚକ୍ର ଓ ପୁସ୍ତକ ଉନ୍ମୋଚନ…

1 min read


ଭୂବନେଶ୍ୱର: କ୍ଷେତ୍ରାଧିପତି ଆଧ୍ୟାତ୍ମିକ ଟ୍ରଷ୍ଟର ପକ୍ଷରୁ କ୍ଷେତ୍ରକ୍ଷଧିପତି ଶ୍ରୀ ଜଗନ୍ନାଥ ଶୀର୍ଷକ ଆଲୋଚନା ଚକ୍ର ଶ୍ରୀ ବାସ୍ତୁ ଜ୍ୟୋତି ଗବେଷଣା ପ୍ରତିଷ୍ଠାନ ସୌଜନ୍ୟରେ ହୋଟେଲ ହଲିଡେ ରିସର୍ଟ କେନ୍ଦ୍ରୀୟ ହଲରେ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମ ପ୍ରାରମ୍ଭରେ ବେଦପାଠ ସହ ମୁଖ୍ୟ ଅତିଥିଙ୍କ ଦ୍ୱାରା ପ୍ରଦୀପ ପ୍ରଜ୍ୱଳନ ଓ ସୁଶ୍ରୀ ଅଭିଲିପ୍ସା ଦାଶ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ । ଶିବସୁନ୍ଦର ମିଶ୍ର କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିବା ଅତିଥି ମାନଙ୍କର ପରିଚୟ ପ୍ରଦାନ କରିଥିଲେ । ଟ୍ରଷ୍ଟର ସଭାପତି ଅଧ୍ୟାପକ ଡ଼ଃ ବଳରାମ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ, ଅଖିଳ ବିଶ୍ୱ ବ୍ରହ୍ମାଣ୍ଡ ଗୁଡିକର ସୃଷ୍ଟିକର୍ତ୍ତା ସ୍ୱୟଂ ଜଗନ୍ନାଥ, ସମଗ୍ର ସୃଷ୍ଟି ହିଁ ପ୍ରଭୁଙ୍କର, ତାଙ୍କ ବିନା ସୃଷ୍ଟି ଅସମ୍ଭବ, ସେହିଁ ନିଜେ ନିଜର ପରିପ୍ରକାଶ ବୋଲି ଡ଼ଃ ବଳରାମ ଦାଶ କହିଥିଲେ । ସମ୍ପାଦକ ପଣ୍ଡିତ ଅଧ୍ୟାପକ ଦୟାନିଧି ପଣ୍ଡା ସ୍ୱାଗତ ଭାଷଣ ସହ କ୍ଷେତ୍ରାଧିପତି ଜଗନ୍ନାଥଙ୍କର ମାହାତ୍ମ୍ୟର ପ୍ରଖ୍ୟାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ସାଧୁ ମହାରାଜ ସ୍ୱାମୀ ଶୁଭାନନ୍ଦ ପୁରୀ କହିଥିଲେ ଯେ ଭାଗବାନ ଜଗନ୍ନାଥଙ୍କ ଆଶୀର୍ବାଦ ବିନା ଆମ୍ଭ ଜୀବନ ରେ ପୂର୍ଣ୍ଣତା ନାହିଁ । ଧ୍ୟାନ, ଭଜନ, କୀର୍ତନ ତଥା ଆଧ୍ୟାତ୍ମିକ ଚେତନା ମାଧ୍ୟମରେ ହିଁ ଭଗବାନଙ୍କ ସାନିଧ୍ୟ ଲାଭ କରିପାରିବା । ସେହିପରି ମୁଖ୍ୟ ବକ୍ତା ରୂପେ ଡ଼ଃ ନରେଶ ଚନ୍ଦ୍ର ଦାଶ କହିଥିଲେ- ମହାପ୍ରଭୁ କ୍ଷେତ୍ରକ୍ଷଧିପତି ଶ୍ରୀ ଜଗନ୍ନାଥଙ୍କ ନିକଟରେ ଭକ୍ତି ଭାବରେ ସମର୍ପିତ ହୋଇ ସେବା କରିପାରିଲେ ପରମ ମୁକ୍ତି ମିଳିଥାଏ ବୋଲି । ଅପରପକ୍ଷେ ସମ୍ମାନିତ ଅତିଥି ରୂପେ ଗବେଷକ ଡ଼ଃ ଭାସ୍କର ଚନ୍ଦ୍ର ମିଶ୍ର, ସମକ୍ଷଜସେବୀ ରାଜକିଶୋର ପାତ୍ର, ସମାଜସେବିଡ଼ଃ ମନୋଜ କୁମାର ରଥ, ଜଗନ୍ନାଥଙ୍କ ସେବକ ମଧୁସୂଦନ ସିଂହାରୀ ଯୋଗ ଦେଇ କ୍ଷେତ୍ରାଧିପତି ଜଗନ୍ନାଥଙ୍କ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଆବସରରେ କ୍ଷେତ୍ରାଧିପତି ଲୋକାର୍ପଣ ଉତ୍ସବ ସହ ପ୍ରତିଭାମାନଙ୍କୁ ମାନପତ୍ର ଦେଇ ସମ୍ବୋଧିତ କରାଯାଇଥିଲା । ଶ୍ରୀମତୀ ବିଜୟଲକ୍ଷ୍ମୀ ଦାଶ, ଡ଼ଃ ଗୋପାଳକୃଷ୍ଣ କର,ଅନ୍ନପୂର୍ଣ୍ଣା କର,ଡ଼ଃ ରାଧେଶ୍ୟାମ ରଥ, ନରେନ୍ଦ୍ର କୁମାର ଜେନା, ପ୍ରାନ୍ତସିନୀ ଜେନା, କଣ୍ଠଶିଳ୍ପୀ ଅଭିଲିପ୍ସା ଦାଶ, ପ୍ରକ୍ଷବନ୍ଧିକ ସତ୍ୟନାରାୟଣ ମିଶ୍ର, କ୍ରିଷ୍ଣା ମହାପାତ୍ର,ସାରଙ୍ଗଧର ଷଢଙ୍ଗୀ,ଶିକ୍ଷୟିତ୍ରୀ ଚାରୁଲତା ମିଶ୍ର, ମନୋରମକ୍ଷ ଆଚର୍ଯ୍ୟ, ବିଜୟଲକ୍ଷ୍ମୀ ସାହୁ, ପଦ୍ମ ଚରଣ ମିଶ୍ର, ସୌମ୍ୟକ୍ଷଶ୍ରୀ ଦାଶ, ଦେବାଶିଷ ମିଶ୍ର ,ଅନୁଷ୍ଠାନର ଉପଦେଷ୍ଟା ଡ଼ଃ ରବି ରଥ, ପଣ୍ଡିତ ଜଗନ୍ନାଥ ରଥ ଓ ଟୁନାମାଳୀ ପରିଡ଼ାଙ୍କୁ ଜଗନ୍ନାଥଙ୍କୁ ଫୋଟଚିତ୍ର ପ୍ରଦାନ କରାଯଇଥିଲା । ପ୍ରାରମ୍ଭ ରେ ଶିବ ସୁନ୍ଦର ମିଶ୍ର ଙ୍କ ସଂଯୋଜନା ରେ କବିତା ଆସର ରେ ସୁରେଶ ପଟନାୟକ, ବିଜୟଲକ୍ଷ୍ମୀ ସାହୁ ଅତିଥି ଥିଲେ ଶେଷରେ କ୍ରିଷ୍ଣା ମହାପାତ୍ର ଧନ୍ୟବାଦ ଦେଇଥିଲେ ।

Advertisement

Leave a Reply

Your email address will not be published. Required fields are marked *