Pratidin TV

Odisha's Digital News Platform

ଦ୍ୱିତୀୟ ଥର ନାଗରିକତା ପାଇବା ପରେ ଭୋଟ ଦେଲେ ଖିଲାଡ଼ି ମାଷ୍ଟର

1 min read

ଆଜି ଦେଶରେ ଲୋକସଭା ନିର୍ବାଚନରେ ୫ମ ପର୍ଯ୍ୟାୟ ମତଦାନ କରୁଛନ୍ତି ଜନତା | ହାଇପ୍ରୋଫାଇଲ ସିଟରେ ହେଭିୱେଟ ନେତାଙ୍କ ହେଉଛି ଲଢେ଼ଇ | ଏଥିମଧ୍ୟରେ ନେତାଙ୍କ ଠାରୁ ଆରମ୍ଭ କରି ବଲିଉଡ ଷ୍ଟାର ମଧ୍ୟ ଦେଉଛନ୍ତି ଭୋଟ |

ତେବେ ଆଜି ସକାଳେ ବଲିଉଡ ଷ୍ଟାର ନିଜ ଭୋଟ ଦେଇ ନିଜ କର୍ତ୍ତବ୍ୟ ସମ୍ପନ୍ନ କରିଛନ୍ତି | ବଲିଉଡ ଷ୍ଟାର ମଧ୍ୟରୁ ଖିଲାଡ଼ି ମାଷ୍ଟର ମଧ୍ୟ ଦେଇଛନ୍ତି ଭୋଟ | ଭୋଟ ଦେଇ ଆସିବା ପରେ ଗଣମାଧ୍ୟମ ସାମ୍ନାରେ ଭୋଟ ଦେବା ପାଇଁ ଅପିଲ କରିଥିଲେ ଅକ୍ଷୟ କୁମାର | ଅକ୍ଷୟ କୁମାର ଗଣମାଧ୍ୟମ ଆଗରେ କହିଥିଲେ ଭାରତ ବିକଶିତ ରହୁ, ଆଉ ମଜବୁତ ହୋଇ ରହୁ ତାକୁ ଦେଖି ମୁଁ ଭୋଟ ଦେଇଛି | ସେହି ହିସାବରେ ଭାରତବାସୀ ଭୋଟ କରନ୍ତୁ | ଯାହାକୁ ସେ ଠିକ ଭାବୁଛନ୍ତି ତାଙ୍କୁ ଭୋଟ ଦିଅନ୍ତୁ |

Advertisement

Leave a Reply

Your email address will not be published. Required fields are marked *