Pratidin TV

Odisha's Digital News Platform

ଖୋର୍ଦ୍ଧାରେ ବିଭତ୍ସ ହତ୍ୟାକାଣ୍ଡ ; ଘରେ ପଶି ବାପା ଓ ଦୁଇ ପୁଅଙ୍କୁ ହାଣିଦେଲା ଦୁର୍ବୁତ୍ତ

ଖୋର୍ଦ୍ଧା : ବାଣପୁର ଥାନା ଅନ୍ତର୍ଗତ ଭୀମପୁର ହରିଜନ ସାହିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଯାଇଛି । ଘଟଣାରୁ ପ୍ରକାଶ ଯେ ଉକ୍ତ ଗ୍ରାମର ରବୀନ୍ଦ୍ର ନାୟକ ପିତା ଲୋକନାଥ ଏବଂ ତାଙ୍କ ସାନଭାଇ ଶ୍ୟାମ ନାୟକ ଘରେ ବସି ଟିଭି ଦେଖୁଥିବା ବେଳେ ସେହି ଗ୍ରାମର ବସନ୍ତ ନାୟକ ପିତା ସତ୍ୟ ନାୟକ (୪୫) ମଦ ପିଇ ମାତାଲ ଅବସ୍ଥାରେ ଏକ ଧାରୁଆ କଟୁରି ଧରି ଘର ଭିତରକୁ ପଶି ଆସିଥିଲା ।

ପ୍ରଥମେ ସାନଭାଇ ଶ୍ୟାମକୁ ଆକ୍ରମଣ କରି ଲହୁ ଲୁହାଣ କରିବା ପରେ ଗହଳି ଶୁଭିବାରୁ ବଡଭାଇ ରବୀନ୍ଦ୍ର ନାୟକ ପହଂଚିବାରୁ ରବୀନ୍ଦ୍ରଙ୍କର ବେକକୁ ଲକ୍ଷକରି କଟୁରିରେ ଆକ୍ରମଣ କରିଥିଲା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ପରିବାର ବର୍ଗ ଉଭୟଙ୍କୁ ଡାକ୍ତରଖାନା ଆଣିଥିବା ବେଳେ ଡାକ୍ତର ରବୀନ୍ଦ୍ରଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ଅନ୍ୟପଟେ ଅଭିଯୁକ୍ତ ଜଣକ ଫେରାର୍ ଅଛି ।

Leave a Reply

Your email address will not be published. Required fields are marked *