Pratidin TV

Odisha's Digital News Platform

ଦୀପାବଳି ପୂର୍ବରୁ ବାଣ ଗୋଦାମରେ ଚଢ଼ାଉ , ୧୨ ଲକ୍ଷର ବେଆଇନ ବାରୁଦ ଜବତ୍ ….

1 min read

ଖୋର୍ଦ୍ଧା : ଖୋର୍ଦ୍ଧା ଏସ୍ପି ସିଦ୍ଧାର୍ଥ କଟାରିଆ ଙ୍କ ନିର୍ଦ୍ଦେଶ କ୍ରମେ ଦୀପାବଳୀ ପୂର୍ବରୁ ଖୋର୍ଦ୍ଧା ଜିଲ୍ଲା ପୋଲିସ ର ସ୍ପେଶାଲ ଡ୍ରାଇଭ୍ । ଆଜି ବିଭିନ୍ନ ସ୍ଥାନରେ ମହଜୁଦ ରହିଥିବା ବେଆଇନ ବାଣ ଗୋଦାମ ଉପରେ ପୋଲିସ ର ଚଢାଉ। ଏସପି ସିଦ୍ଧାର୍ଥ କଟାରିଆ ଙ୍କ ନିର୍ଦ୍ଧେଶ କ୍ରମେ ଏସ୍ଡିପିଓ ଦିଲ୍ଲୀପ କୁମାର ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବେଗୁନିଆ ଥାନା ଅଧିକାରୀ ବିଶ୍ୱଜିତ ରାଉତରାୟ ଓ ସ୍ଥାନୀୟ ବେଗୁନିଆ ପୋଲିସ କଣ୍ଟା ବାଡ଼ ଗ୍ରାମରେ ପୋଲିସ ଚଢ଼ାଉ କରି ବିପୁଳ ପରିମାଣ ର ବେଆଇନ ବାଣ ଏବଂ ବାରୁଦ ଜବତ କରିଛନ୍ତି। ଏ ସଂକ୍ରାନ୍ତରେ ଜଣଙ୍କୁ ଗିରଫ କରାଯାଇଛି ।

ଗିରଫ ବ୍ୟବସାୟୀ ହେଲେ ବିଶ୍ଵନାଥ ମହାପାତ୍ର। ଜବତ ବାରୁଦ ଓ ବାଣ ସାମଗ୍ରୀ ର ଆନୁମାନିକ ମୂଲ୍ୟ-“୧୨ ଲକ୍ଷ ଟଙ୍କା ହେବ।ସେହିପରି ଏହି ଚଢ଼ାଉରେ ଏସଆଇ ଉମାକାନ୍ତ ବେହେରା,,ଜେ ପୂଜାରୀ,ପ୍ରମୁଖ ସହଯୋଗ କରିଥିଲେ।ଆଗାମୀ ଦିନରେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଚଢାଉ କରାଯିବ ବୋଲି ଏସପି ସିଦ୍ଧାର୍ଥ କଟାରିଆ ସୂଚନା ଦେଇଛନ୍ତି।

Advertisement

Leave a Reply

Your email address will not be published. Required fields are marked *