Pratidin TV

Odisha's Digital News Platform

(ଭିଡିଓ)ସୁଟ୍‌କେସ ମର୍ଡର ସସ୍‌ସ୍ପେନ୍ସ : ପ୍ରେସମିଟ୍ ଡାକି ପର୍ଦାଫାସ କଲା ପୋଲିସ୍ , କହିଲା ହତ୍ୟା ପଛରେ ସ୍ତ୍ରୀ ସହ ସର୍ମ୍ପକୀୟ ..

ବାଲୁଗାଁ : ରବିବାର ସକାଳୁ ଖୋର୍ଦ୍ଧାଜିଲ୍ଲା ନାଚୁଣି ଥାନାଅନ୍ତର୍ଗତ ହରିପୁର ଜଙ୍ଗଲରୁ ସୁଟକେସରୁ ଉଦ୍ଧାର ହୋଇଥିଲା ଜଣେ ଯୁବକର ମୃତଦେହ। ଏ ସମ୍ପର୍କରେ ନାଚୁଣି ପୋଲିସ କରିଥିଲା ଛାନଭିନ। ଅତି ଆକୁଳହୋଇ କାନ୍ଦୁଥିଲା ସ୍ତ୍ରୀ। କିନ୍ତୁ ପୋଲିସର ତଦନ୍ତ ପରେ ଜଣା ପଡିଥିଲା ସ୍ତ୍ରୀ ହିଁ ସାଜିଥିଲା ସ୍ୱାମୀର ହତ୍ୟାକାରୀ।ମୃତମନୋରଞ୍ଜନ ମହାପାତ୍ର ବିଭିନ୍ନ ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ଥିଲା ଏବଂ ବିଭିନ୍ନ ଥାନାରେ କେସ ମଧ୍ୟ ଥିଲା।ଯାହାଫଳରେ ଅତ୍ୟଧିକ ମଦ୍ୟପାନ ମଧ୍ୟ କରୁଥିଲା।ମଦ୍ୟପାନ କରି ବହୁବାର ସ୍ତ୍ରୀ ନିଲି ଦାସକୁ ମାଡ଼ ମାରିବା ସହ ମାନସିକ ନିର୍ଯ୍ୟତନା ମଧ୍ୟ ଦେଉଥିଲା। ଏଥିରେ ଅତିଷ୍ଠ ହୋଇସ୍ତ୍ରୀ ନିଲି ଦାସ ନିଜର ସ୍ୱାମୀ ମନୋରଞ୍ଜନ ମହାପାତ୍ରକୁ ହଟେଇଦେବା ପାଇଁ ଯୋଜନା କରିଥିଲା।

ନୟାଗଡ଼ ପୋଲିସ ମନୋରଂଜନଙ୍କୁ ଖୋଜୁଥିବାରୁ ମନୋରଂଜନଙ୍କୁ ପରିବାର ସହ ଚଣ୍ଡେଶ୍ୱର ଠାରେ ଘର ଭଡ଼ାରେ ରହୁଥିଲା।ଏହାର ସୁଯୋଗ ସ୍ତ୍ରୀ ନିଲି ହାତଛଡା କରିନଥିଲା। ଟାଙ୍ଗୀ ଥାନା ଅନ୍ତର୍ଗତ ନିଜର ଏକ ସାଙ୍ଗ ବିକ୍ରମ ସାହୁ ଓ ନିଜର ସମ୍ପର୍କୀୟ ଭାଇ ମିଟୁ ଦାସକୁ ନେଇ ଏକ ଯୋଜନା କରି ଶନିବାର ରାତିରେ ଏକ ପାର୍ଟିର ଆୟୋଜନ କଲା।ନିଜ ଭଡା ଘରେ ସମ୍ପର୍କୀୟ ଭାଇ ଓ ସାଙ୍ଗ ସହ ମିଶି ସ୍ୱାମୀକୁ ସବୁଦିନ ପାଇଁ ଓପରକୁ ପଠାଇଦେଇଥିଲା ।ଏହାପରେ ଯୋଜକନା ପୂର୍ବକ ଘରେ ଥିବା ଏକ ନୂଆ ଲାଇଟ ବ୍ଲୁ ରଙ୍ଗର ସୁଟକେସରେ ଭର୍ତ୍ତି କରି ବାଇକ ସାହାଯ୍ୟରେ ହରିପୁର ଜଙ୍ଗଲରେ ଫିଙ୍ଗିଥିଲେ ।

ଘଞ୍ଚ ଜଙ୍ଗଲରେ ଏକ ନୂଆ ସୁଟ୍‌କେଶ ପଡିଥିବା ଖବର ପାଇ ନାଚୁଣି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ଏବଂ ସୁଟକେସ କେଉଁଠାରୁ କିଣା ଯାଇଥିଲା ଖୋଜୁଖୋଜୁ ଜାଣି ପାରିଥିଲେ । ତେବେ ସୁଟ୍‌କେସ୍‌ଟି ଚାନ୍ଦପୁରର ଏକ ଦୋକାନରୁ କିଣା ଯାଇଥିଲା।ଏବଂ ସିସିଟିଭିରୁ ସୁଟକେସ କିଣିଥିବା ବିକ୍ରମକୁ କାବୁ କରିଥିଲେ ପରେ ସ୍ତ୍ରୀ ନିଲିଦାସ ଓ ସମ୍ପର୍କୀୟ ଭାଇ ମିଟୁ ଦାସକୁ ମଧ୍ୟ ଗିରଫ କରିଛି ପୋଲିସ । ଆଜି ଏହି ତିନି ଜଣଙ୍କୁ କୋର୍ଟଚାଲାଣ କରାଯିବ ବୋଲି ଏସ୍‌ପି ସିଦ୍ଧାର୍ଥ କଟରିଆ ସୂଚନାଦେଇଛନ୍ତି।

Leave a Reply

Your email address will not be published. Required fields are marked *