ସାଇବର ଲୁଟର ଶିକାର ହେଲେ ସରକାରୀ ଶିକ୍ଷକ
1 min readଭୁବନେଶ୍ୱର : ଦିନକୁ ଦିନ ସାଇବର ଲୁଟେରାଙ୍କ କଳା କାରନାମା ବଢିବାରେ ଲାଗିଛି । ପ୍ରଯୁକ୍ତି ବିଦ୍ୟାର ଦୂରୁପଯୋଗ କରି ଏମାନେ ଲୁଟି ନେଉଛନ୍ତି ଲକ୍ଷେ ଲକ୍ଷେ ଟଙ୍କା । ସାବଧାନ ରୁହନ୍ତୁ ଆପଣଙ୍କ ପାଖକୁ ବି ଆସିପାରେ ଏମିତି ଫୋନ କିମ୍ବା ମେସେଜ ଯାହାଦ୍ୱାରା ଯାଇପାରେ ଆପଣଙ୍କ ପରିଶ୍ରମର ଟଙ୍କା।
ଖୋର୍ଦ୍ଧା ବାଣପୁରର ଅଞ୍ଚଳର ଜଣେ ଶିକ୍ଷକଙ୍କ ସହ ଘଡିଛି ଏପରି ଘଡଣା । କ୍ରେଡିଟ କାର୍ଡର ବାର୍ଷିକ ଫି ଛାଡ ପାଇଁ ଶିକ୍ଷକଙ୍କ ପାଖକୁ ଆସିଥିଲା ଫୋନ୍ , ତେବେ ଶିକ୍ଷକ ଜଣକ କିଛି ଯାଞ୍ଚ ନକରି ନିଜର ସମସ୍ତ ତଥ୍ୟ ଏବଂ ଓଟିପି ଦେବା କ୍ଷଣି ତାଙ୍କ ଆକାଉଣ୍ଟରୁ କଡିଯାଇଥିଲା ୭୩ ହଜାର ଟଙ୍କା । ତେବେ ଏନେଇ ଶିକ୍ଷକ ଜଣକ ବାଣପୁର ସାଇବର ଥାନାରେ ଅଭିଯୋଗ ଆଣିଥିବା ସୂଚନା ମିଳିଛି ।