Pratidin TV

Odisha's Digital News Platform

ଖୋର୍ଦ୍ଧା ଜିଲ୍ଲାପାଳ ଖୋଲିଲେ ମୁହଁ, ବିଭୂତି ନା ପ୍ରଶାନ୍ତ ଜଗଦ୍ଦେବ ଭୁଲଥିଲା କାହାର ?

1 min read

ଶନିବାର ଖୋର୍ଦ୍ଧା ଜିଲ୍ଲା ପରିଷଦ ସଭାଗୃହ ରେ ଷଷ୍ଠ ଜିଲ୍ଲା ପରିଷଦ ର ୩ ୟ ସାଧାରଣ ବୈଠକ ଜିଲ୍ଲା ପରିଷଦ ଅଧ୍ୟକ୍ଷା ରୂପଶ୍ରୀରାଣୀ ଗୁମାନସିଂ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ମାନ୍ୟବର ମନ୍ତ୍ରୀ ତଥା ଚିଲିକା ବିଧାୟକ ପୃଥ୍ୱୀରାଜ ହରିଚନ୍ଦନ,ବେଗୁନିଆ ବିଧାୟକ ପ୍ରଦୀପ ସାହୁ, ବିଧାୟକ ବାବୁ ସିଂ,ନବକିଶୋର ମଲ୍ଲିକ,ଖୋର୍ଦ୍ଧା ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ସହିତ ଜିଲ୍ଲାର ସମସ୍ତ ଜିଲ୍ଲା ସ୍ତରର ବିଭାଗୀୟ ଅଧିକାରୀ ,ସମସ୍ତ ଜିଲ୍ଲା ପରିଷଦ ସଭ୍ୟ, ସଭ୍ୟା, ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା ପ୍ରମୁଖ ଯୋଗ ଦେଇ ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ବିଭିନ୍ନ ପ୍ରସଙ୍ଗ ରେ ଆଲୋକପାତ କରିଥିଲେ।

ତେବେ ସଭା ଆରମ୍ଭ ରୁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଉପରେ ଆଲୋଚନା ସମୟରେ ସଭା କୁ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା ସଭା ପରିଚାଳନା କରିବାକୁ ଯାଉଥିବା ବେଳେ ଏହାକୁ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେଵ ଘୋର ବିରୋଧ କରିଥିଲେ। ଫଳରେ ଉଭୟ ଙ୍କ ମଧ୍ୟରେ କିଛି ଯୁକ୍ତି ତର୍କ ଆରମ୍ଭ ହୋଇଥିଲା ଜିଲାପାଳ ମଧ୍ୟ ବୁଝାଇବାକୁ ଚେଷ୍ଟା କରି ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦେଵ ଙ୍କ ଗାଡି ପର୍ଯ୍ୟନ୍ତ ଯାଇଥିଲେ।ହେଲେ ବିଧାୟକ ପ୍ରଶାନ୍ତ ଜଗଦେଵ ସଭା ଛାଡି ଚାଲି ଯାଇଥିଲେ।

Advertisement

Leave a Reply

Your email address will not be published. Required fields are marked *