Pratidin TV

Odisha's Digital News Platform

ଭାରତରେ ପ୍ରବେଶ କଲା କିଆର ଇଲେକ୍ଟ୍ରିକ୍ କାର: ଜାଣନ୍ତୁ କେତେ ରହିଛି ପ୍ରାରମ୍ଭିକ ମୂଲ୍ୟ

1 min read

ଭୁବନେଶ୍ୱର: କିଆ ଇଣ୍ଡିଆ ପକ୍ଷରୁ ଭାରତରେ ୫୯.୯୫ଲକ୍ଷ ଟଙ୍କାର ପ୍ରାରମ୍ଭିକ ମୂଲ୍ୟରେ ନୂଆ ଇଭି୬ ର ଶୁଭାରମ୍ଭ କରାଯାଇଛି । ଏହା ସହିତ ବିଶ୍ୱରେ ସ୍ଥାୟୀ ମୋବିଲିଟି ଉପରେ ଅଧିକ ଧ୍ୟାନ ଦେବା ପାଇଁ କିଆ ଇଣ୍ଡିଆର ପ୍ୟାରେଂଟ କମ୍ପାନୀ କିଆ କର୍ପୋରେସନ ୨୦୨୭ ସୁଦ୍ଧା ବିଶ୍ୱ ବଜାରରେ ୧୪ଟି ଇଭିର ଶୁଭାରମ୍ଭ କରିବ ବୋଲି ଦର୍ଶାଯାଇଛି । କିଆ ଇଣ୍ଡିଆ ଭାରତୀୟ ବଜାର ପାଇଁ ଅନ୍ୟାନ୍ୟ ଇଭିଗୁଡ଼ିକର ମୂଲ୍ୟାଙ୍କନ କରୁଛି ଏବଂ ୨୦୨୫ ସୁଦ୍ଧା ଆରଭି ବଡି ଟାଇପରେ ଏକ ଭାରତ-କେନ୍ଦ୍ରିକ ଇଭି ବିକଶିତ କରିବା ନେଇ ଏହାର ଯୋଜନା ସମ୍ପର୍କରେ ସୁନିଶ୍ଚିତ କରିଛି ।

କିଆ ଇଣ୍ଡିଆର ପ୍ୟାରେଂଟ କମ୍ପାନୀ, କିଆ କର୍ପୋରେସନ ଆଗାମୀ ପାଂଚ ବର୍ଷ ମଧ୍ୟରେ ପ୍ରାୟ ୨୨.୨୨ ବିଲିୟନ ୟୁଏସଡି (ସମୁଦାୟ ୨୮ ଟ୍ରିଲିୟନ ଓନ) ର ନିବେଶ କରିବ । ଏହି ନିବେଶର କିଛି ଅଂଶକୁ ଉତ୍ପାଦର ବିକାଶ ପାଇଁ ବ୍ୟବହାର କରାଯିବ ଯାହାକୁ ଭାରତରେ ବିକ୍ରି କରାଯିବ ଓ ଏହା ସହିତ ଭିତିଭୂମିର ନିର୍ମାଣ ମଧ୍ୟ କରାଯିବ । ଏହି ଘୋଷଣାକୁ କିଆ କର୍ପୋରେସନର ସ୍ଥାୟୀ ମୋବିଲିଟି ସମାଧାନ ପ୍ରଦାନ କରିବାର ଗ୍ଲୋବାଲ ଭିଜନ ଅନ୍ତର୍ଗତ କରାଯାଇଛି ଏବଂ ଏହା ସହିତ ୨୦୪୫ ସୁଦ୍ଧା କାର୍ବନ ନିଉଟ୍ରାଲ ହେବାର ଲକ୍ଷ୍ୟ ରହିଛି । ଏହାର ‘ୱାକାଂ ଦ ଟକ’ ଷ୍ଟାଇଲ ଜାରି ରଖି କମ୍ପାନୀ ଏହାର ରୂପାନ୍ତରଣ ପ୍ରକ୍ରିୟା ଆରମ୍ଭ କରିଛି ଯଦ୍ୱାରା ଏହା ଭାରତରେ ଏକ ସ୍ଥାୟୀ ମୋବିଲିଟି ନେତୃତ୍ୱ ହୋଇପାରିବ । ଏହା ବିଶ୍ୱର ପ୍ରଥମ ବିଇଭି-ଇଭି ୬ର ଶୁଭାରମ୍ଭ କରିଛି । ଏହି ଯାନରେ ରହିଛି ଉଚ୍ଚ ଦକ୍ଷତାସମ୍ପର୍ଣ୍ଣ ରିୟଲ ୱାର୍ଲଡ ଡ୍ରାଇଭିଂ ରେଞ୍ଜ, ଅଲଟ୍ରା ଫାଷ୍ଟ ଚାର୍ଜିଂ କ୍ଷମତା ଏବଂ ଏକ ସ୍ପେସିୟସ, ହାଇ-ଟେକ ଇଂଟେରିୟର । କମ୍ପାନୀ ଏହି କାର ପାଇଁ ୩୩୫ ବୁକିଂ ସହିତ ଚମତ୍କାର ପ୍ରତିକ୍ରିୟା ହାସଲ କରିଛି , ଯାହାକି ୨୦୨୨ ପାଇଁ ଯୋଜନା କରାଯାଉଥିବା ସଂଖ୍ୟାର ୩.୫ ଗୁଣା ।

Advertisement

ଏହି ଘୋଷଣା ସମ୍ପର୍କରେ ସୂଚନା ପ୍ରଦାନ କରି, ଟାଇ-ଜିନ ପାର୍କ, ପରିଚାଳନା ନିର୍ଦ୍ଦେଶକ ଓ ସିଇଓ, କିଆ ଇଣ୍ଡିଆ କହିଛନ୍ତିଯେ, “ଆମେ ଭାରତର ଯାତ୍ରାର ଆଗାମୀ ପର୍ଯ୍ୟାୟ ପାଇଁ ଆର ଆଣ୍ଡ ଡି ନିବେଶ ଓ ଇଭି ଭିତିଭୂମିର ବିକାଶ ପାଇଁ ପ୍ରସ୍ତୁତ ରହିଛୁ । ଆମେ ଭବିଷ୍ୟତ ଉପଯୋଗୀ ଓ ଉପଯୋଗୀ ବିଇଭି ପ୍ରଦାନ କରିବୁ ଯାହାକି ଅତୂଳନୀୟ କ୍ୟାବିନ ଅନୁଭୂତି ସହିତ ଦୀର୍ଘ ରେଞ୍ଜ ପ୍ରଦାନ କରିବ ଯଦ୍ୱାରା ଗ୍ରାହକମାନଙ୍କର ଏହା ସମ୍ପର୍କିତ ବିଚଳନତା ଦୂର ହୋଇପାରିବ ଓ ଅନ୍ୟ ଉତ୍ପାଦ ଚଳାଇବା ପରି ଆନନ୍ଦକୁ ସେମାନେ ଉପଭୋଗ କରିପାରିବେ । ଦେଶ ପାଇଁ ଆମ ଇଭିର ଘୋଷଣା ଯେଉଁଥିରେ ଅନ୍ତର୍ଭୁକ୍ତ ରହିଛି ଭାରତ ଉପଯୋଗୀ ବିଇଭି ବଡି ଟାଇପ ଏବଂ ଏହାକୁ ୨୦୨୫ ସୁଦ୍ଧା ଶୁଭାରମ୍ଭ କରାଯିବ ।

Leave a Reply

Your email address will not be published. Required fields are marked *