Pratidin TV

Odisha's Digital News Platform

ଚଳିତବର୍ଷ ଏହି ସବୁ ଅଭିନେତ୍ରୀ ପାଳିବେ ନିଜର ପ୍ରଥମ କରୱାଚୌଥ,ତାଙ୍କ ଭିତରେ ଜଣେ ମାଆ ମଧ୍ୟ ହୋଇ ସାରିଲେଣି,ଜାଣନ୍ତୁ କିଏ..

ସଧବାନାରୀଙ୍କ ପାଇଁ କରୱାଚୌଥ ଏକଶୁଭ ପର୍ବ ଅଟେ । ଯାହା ଆଜି ସାରା ଦେଶରେ ଏହି ବ୍ରତ ପାଳନ କରାଯାଉଛି । ତେବେ ବ୍ରତ ତାଲିକାରେ ଚଳିତ ବର୍ଷ ବଲିଉଡରେ ନୂଆ ବିବାହ କରିଥିବା କିଛି ଅଭିନେତା ଅଭିନେତ୍ରୀ ମଧ୍ୟ ରହିଛନ୍ତି । ଯେଉଁମାନଙ୍କ ଏହାର ପ୍ରଥମ କରୱାଚୌଥ ବ୍ରତ ହେବ । ଆସନ୍ତୁ ଆଜି ଆମେ ଆପଣଙ୍କୁ କହିବୁ ସେ କେଉଁ ସବୁ ବଲିଉଡ ସେଲିବ୍ରିଟି ଅଛନ୍ତି ଯେଉଁମାନେ ଚଳିତ ବର୍ଷ ପ୍ରଥମ ଥର ପାଇଁ ବ୍ରତ ପାଳନ କରିବାକୁ ଯାଉଛନ୍ତି ।
ଏହି ତାଲିକାରେ ପ୍ରଥମେ ରହିଛନ୍ତି ନବବିବାହିତା ଅଭିନେତ୍ରୀ

ପରୀନୀତି ଚୋପ୍ରା :
୨୦୨୩ ର ସବୁଠାରୁ ଚର୍ଚ୍ଚିତ ବିବାହ ମଧ୍ୟରୁ ଗୋଟେ ହେଉଛି ପରିନୀତି ଏବଂ ରାଘବ ଚଡ୍ଡାଙ୍କ ବିବାହ । ଉଦୟପୁରରେ ବଡ ଧୁମଧାମର ସହ ବିବାହ କରିଥିଲେ । ଯାହା ସେପ୍ଟେମ୍ବର ୨୪ ରେ ଲୀଲା ପ୍ୟାଲେସରେ ହୋଇଥିଲା । କେବଳ କିଛି ଘନିଷ୍ଠ ବନ୍ଧୁ ଏବଂ ପରିବାର ସଦସ୍ୟ ଉପସ୍ଥିତ ଏହି ବିବାହ ହୋଇଥିଲା । ପରିନୀତି ତାଙ୍କର ଅଫିସିଆଲ୍ ବିବାହ ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ ଏବଂ ଲେଖିଥିଲେ, “ଜଳଖିଆ ଟେବୁଲରେ ପ୍ରଥମ କଥାରେ ଆମ ହୃଦୟ ମିଶିଥିଲା । ଦୀର୍ଘ ଦିନ ଧରି ଏହି ଦିନକୁ ଅପେକ୍ଷା କରି ରହିଛନ୍ତି । ଶେଷରେ ଶ୍ରୀମାନ ଏବଂ ଶ୍ରୀମତୀ ହୋଇଥିବାରୁ ଆଶୀର୍ବାଦ! ପରସ୍ପର ବିନା ବଞ୍ଚି ପାରିନଥାନ୍ତେ । ଆମର ନୂଆ ଜୀବନ ଆରମ୍ଭ ହେଉଛି । ”ତେବେ ବିବାହ ପରେ ଶାଶୁଘରେ ପରୀନୀତିଙ୍କଏହା ପ୍ରଥମ କରୱାଚୌଥ ଅଟେ ।

କିଆରା ଆଡଭାନୀ :
ଅଭିନେତ୍ରୀ କିଆରା ଆଡଭାନୀ ଏବଂ ସିଦ୍ଧାର୍ଥ ମଲହୋତ୍ରା ଚଳିତ ବର୍ଷ ଫେବୃଆରୀ ୭ ରେ ଜୟସଲମର ସୁର୍ଯ୍ୟଗଡ ମହଲରେ ଏକ ବ୍ୟକ୍ତିଗତ ବିବାହ ସମାରୋହ କରିଥିଲେ । କେବଳ ପରିବାର ସଦସ୍ୟ ଏବଂ ଘନିଷ୍ଠ ଶିଳ୍ପ ବନ୍ଧୁ ଏଥିରେ ଉପସ୍ଥିତ ହୋଇଥିଲେ । କିଆରା ଏବଂ ସିଦ୍ଧାର୍ଥ ସେମାନଙ୍କର ପ୍ରଥମ ବିବାହ ଫଟୋ କ୍ୟାପସନ୍ ସହିତ ଅଂଶୀଦାର କରିଛନ୍ତି, “ବର୍ତ୍ତମାନ ଆମରି ସ୍ଥାୟୀ ବୁକିଂ ହୋଇଯାଇଛି । ଆଗାମୀ ଯାତ୍ରା ସମୟରେ ଆମେ ତୁମର ଆଶୀର୍ବାଦ ଏବଂ ପ୍ରେମ ଚାହୁଁଛୁ । ବିବାହ ପରେ କିଆରାଙ୍କ ବି ଏହି ପ୍ରତମ ବ୍ରତ ଅଟେ । ଯେଉଁଥିପା ଇଁ ଉଭୟ ସିଦ୍ଧାର୍ଥ ଏବଂ କିଆରା ଦିଲ୍ଲୀ ଯାଇଛନ୍ତି । ସେଠାରେ ଥିବା ଶାଶୁ ଘରେ ସେ ତାଭ୍‌କର ଆଜି ବ୍ରତ ପାଳନ କରିବେ । ହାତରେ ମେହେନ୍ଦ୍ର ଲଗାଇଥିବା ଫଟୋ ସେ ସୋସିଆଲ ମିଡିଆରେ ପୋଷ୍ଟ କରି ଫ୍ୟାନ୍ସଙ୍କୁ ଜଣାଇଛନ୍ତି ।

ସ୍ୱରା ଭାସ୍କର :
ଅଭିନେତା ସ୍ୱରା ଭାସ୍କର ରାଜନେତା ଫହାଦ ଅହମ୍ମଦଙ୍କ ସହ ଫେବୃଆରୀ ୧୬ ରେ କୋର୍ଟରେ ବିବାହ କରିଥିଲେ । ସେମାନେ ଦିଲ୍ଲୀରେ ଏକ ବିବାହ ଭୋଜି ଆୟୋଜନ କରିଥିଲେ । ମାର୍ଚ୍ଚରେ ଫହାଦ୍‌ଙ୍କ ପରିବାର ଦ୍ୱାରା ଆୟୋଜିତ ହୋଇଥିଲା ଅନ୍ୟ ଏକ ବିବାହ ରିସେପ୍ସନ୍ । ତେବେ ସ୍ୱରା ତା ଭିତରେ ଏକ କନ୍ୟା ସନ୍ତାନକୁ ଘରକୁ ସ୍ୱାଗତ କରିଛନ୍ତି । କିନ୍ତ ବିବାହ ପରେ ଆଜି ସ୍ୱାରା ଙ୍କ ପ୍ରଥମ କରୱାଚୌଥ ବ୍ରତ ଅଟେ ।

ଆଥିଆ ଶେଟ୍ଟୀ :
ଅଭିନେତା ଆଥିଆ ଶେଟ୍ଟୀ ଏବଂ କ୍ରିକେଟର କେ.ଏଲ୍ ରାହୁଲ ଜାନୁଆରୀ ୨୩ ରେ ସୁନୀଲ ଶେଟ୍ଟୀଙ୍କ ଚାନ୍ଦାଲା ଫାର୍ମହାଉସରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ବିବାହ ପରେ ଇନଷ୍ଟାଗ୍ରାମରେ ବିବାହର ଘୋଷଣା କରିଥିଲେ । ସେମାନେ ଲେଖିଛନ୍ତି, “ତୁମର ଆଲୋକରେ, ମୁଁ କିପରି ଭଲ ପାଇବାକୁ ଶିଖେ… ଆଜି, ଆମର ଅତି ପ୍ରିୟ ଲୋକଙ୍କ ସହିତ, ଆମେ ଘରେ ବିବାହ କଲୁ ଯାହା ଆମକୁ ଅପାର ଆନନ୍ଦ ଏବଂ ଶାନ୍ତି ପ୍ରଦାନ କରିଛି । କୃତଜ୍ଞତା ଏବଂ ପ୍ରେମରେ ପରିପୂର୍ଣ୍ଣ ହୃଦୟ ସହିତ, ଏହି ମିଳିତ ଯାତ୍ରାରେ ଆମେ ଆପଣଙ୍କ ଆଶୀର୍ବାଦ ଚାହୁଁଛୁ । ” ବିଶ୍ୱକପରେ ବର୍ତ୍ତମାନ ରାହୁଲ ବ୍ୟସ୍ତ ଥିବା ବେଳେ ଆଥିୟା ତାଙ୍କ ପ୍ରଥମ ବ୍ରତ ଆଜି ରଖିବେ ।

ମାସାବା ଗୁପ୍ତା :
ଫ୍ୟାଶନ ଡିଜାଇନର ତଥା ଅଭିନେତ୍ରୀ ମାସାବା ଗୁପ୍ତା ଜାନୁଆରୀ ୨୭ ରେ ଅଭିନେତା ସତ୍ୟଦୀପ ମିଶ୍ରଙ୍କ ସହ ବିବାହ କରିଥିଲେ । ମାସାବା ତାଙ୍କ ପୋଷ୍ଟରେ ଲେଖିଛନ୍ତି, “ଆଜି ସକାଳେ ମୋର ଶାନ୍ତ ସମୁଦ୍ରକୁ ବିବାହ କରିଛି । ପ୍ରେମ, ଶାନ୍ତି, ସ୍ଥିରତା ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହସ ର ଅନେକ ଜୀବନକାଳ ଏଠାରେ ଅଛି ।


କରଣ ଦେଓଲ :
ସନି ଦେଓଲଙ୍କ ବଡ଼ପୁଅ କରଣ ଦେଓଲ ତାଜ ଲ୍ୟାଣ୍ଡସ ଏଣ୍ଡରେ ହିନ୍ଦୁ ରୀତିନୀତି ଅନୁଯାୟୀ ଚଳିତ ବର୍ଷ ଜୁନ୍ ୧୮ ରେ ଦିଶା ଆଚାର୍ଯ୍ୟଙ୍କ ସହ ବିବାହ କରିଥିଲେ । କରଣ ବିବାହ ଦିନରୁ ଅନେକଗୁଡ଼ିଏ ଫଟୋ ପୋଷ୍ଟ କରିଥିଲେ, ସେ ଏହି ପୋଷ୍ଟର କ୍ୟାପସନରେ ଲେଖିଛନ୍ତି, ପ୍ରଚୁର ଆଶୀର୍ବାଦ ଏବଂ ଆମ ପ୍ରିୟ ପରିବାରର ସମର୍ଥନ ପାଇଁ କୃତଜ୍ଞ, ହୃଦୟ ଭରିଯିବା ସହ ଆମେ କୃତଜ୍ଞତା ଏବଂ କୃତଜ୍ଞତା ଜଣାଉଛୁ ।


ସୋନାଲି ସେଗଲ୍ :
ପ୍ୟାର୍ କା ପଞ୍ଚନାମା ଅଭିନେତ୍ରୀ ସୋନାଲି ସେଗଲ୍ ଜୁନ୍ ୭ ରେ ସାଣ୍ଟା କ୍ରୁଜ୍ ପଶ୍ଚିମର ଏକ ଗୁରୁଦ୍ୱାରରେ ଆଶେଶ ଏଲ୍ ସାଜନାନୀଙ୍କ ସହ ବିବାହ କରିଥିଲେ । ବିବାହ ପରେ ତାଙ୍କର ପ୍ରଥମ ସାକ୍ଷାତକାରରେ ସେ କହିଥିଲେ ଯେ, “ମୋର ବନ୍ଧୁମାନେ ମୋର ବିବାହ ପାଇଁ ସେଠାରେ ଥିଲେ । ବିଶେଷ ପ୍ରସ୍ତୁତି ପାଇଁ ଆମର ଅଧିକ ସମୟ ନଥିଲା, ଯେହେତୁ ଆମେ ମେ ମାସରେ ତାରିଖ ସ୍ଥିର କରିଥିଲୁ ଏବଂ ମାତ୍ର ଏକ ମାସ ଥିଲା । ଆମକୁ ସମସ୍ତ ସାହାଯ୍ୟର ଆବଶ୍ୟକତା ଥିଲା ଏବଂ ଆମର ବନ୍ଧୁମାନେ ଆଗକୁ ଆସିି ଆମକୁ ସାହାଯ୍ୟ କରିଥିଲେ । ତେବେ ଏହି ସବୁ ଅଭିନେତ୍ରୀ ମାନେ ଆଜି ନିଜର ବ୍ରତ ପାଳନ କରିବେ ।ନିଜ ସ୍ୱାମୀ ର ଦୀର୍ଘ ଜୀବନର କାମନା କରି ଉପବାସ ରଖିବେ ।

Leave a Reply

Your email address will not be published. Required fields are marked *