Pratidin TV

Odisha's Digital News Platform

ଏହି ଦିନ ପଡିବ ସିଦ୍ଧାର୍ଥ- କିଆରାଙ୍କ ହାତଗଣ୍ଠି : ସାମ୍ନାକୁ ଆସିଲା ଗେଷ୍ଟ ଲିଷ୍ଟ , ବଲିଉଡ୍ ସହ ସାମିଲ ହେବେ ସାଉଥର ଏହି ସବୁ ..

1 min read

ମୁମ୍ବାଇ : ଫେବୃଆରୀ ୬ରେ ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡ୍‌ଭାନୀ ରାଜସ୍ଥାନର ଜୈସଲମେରରେ ବିବାହ କରିବେ । ଦୁଇଜଣ ନିଜ ବିବାହ ପାଇଁ ସୂର୍ଯ୍ୟଗଡ ପ୍ୟାଲେସକୁ ବାଛିଛନ୍ତି । ଏହି ପ୍ୟାଲେସର ସବୁଠାରୁ ଦାମିକିଆ ରୁମ୍‌ର ନାମ ‘ଥାର୍ ରୁମ୍‌’ । ଏହି ଦାମିକିଆ ରୁମ୍‌ର ମୂଲ୍ୟ ଗୋଟେ ରାତି ପାଇଁ ୧ ଲକ୍ଷ ୩୦ ହଜାର ଟଙ୍କା । ନିଜ ଅତୀଥି ମାନଙ୍କର ବେଶ୍ ଧ୍ୟାନ ରଖି ସିଦ୍ଧାର୍ଥ- କିୟାରା ଏପରି ଜାଗରେ ଅତୀଥିମାନଙ୍କର ରହିବା ବ୍ୟବସ୍ଥା କରିଛନ୍ତି । ତେବେ ଏହି ପ୍ୟାଲେସରେ ଆହୁରି ମଧ୍ୟ ଅଲଗା ଅଲାଗା ଦାମର ରୁମ୍ ଅଚି ଯାହାକୁ କିଆରା ନିଜ ପରିବାର ଆଉ ସର୍ମ୍ପକିୟମାନଙ୍କ ପାଇଁ ବୁକ୍ କରିଛନ୍ତି ।

Advertisement

ତେବେ ଦୁହେଁ ସଙ୍ଗୀତ କାର୍ଯ୍ୟକ୍ରମ ପାଇଁ ନଗାଡାକୁ ମଧ୍ୟ ଡକାଇଛନ୍ତି । ସେହିଭଳି ଅମ୍ବାନୀ ପରିବାରର ସାନ ବୋହୂ ରାଧିକାଙ୍କ ମେହେନ୍ଦୀ କରିଥିବା ଡିଜଇନରକୁ ମେହେନ୍ଦୀ ପାଇଁ ଡକାଯାଇଛି । ପଞ୍ଜାବୀ ଢଙ୍ଗରେ ଉଭୟଙ୍କ ବିବାହ ଖୁବ୍ ଧୁମ୍ ଧାମରେ ହେବ । ଯାହାକୁ ଦେଖିବା ପାଇଁ ଦର୍ଶକମାନେ ଚାହିଁବସିଛନ୍ତି । ଏହି ସମୟରେ ସିଦ୍ଧାର୍ଥ ଓ କିଆରାଙ୍କ ବିବାହରେ ଯୋଗଦେବେ ଅତିଥିମାନଙ୍କ ନାମ ସାମ୍ନାକୁ ଆସିଛି ।

ସିଦ୍ଧାର୍ଥ ମାଲହୋତ୍ରା ଓ କିଆରା ଆଡଭାନୀଙ୍କ ବିବାହରେ କରଣ ଜୋହର, ବରୁଣ ଧାୱନ,ତନିଶା ଦଲାଲ, ଅଶ୍ୱିନୀ ୟାର୍ଡି ଓ ଅନ୍ୟାନ ନାମ ଅନ୍ତର୍ଭୁକ୍ତ ଅଛି । ସେହିଭଳି ସାଉଥରୁ ମଧ୍ୟ ଅନେକ କଳାକାରଙ୍କୁ ଦୁହେଁ ଇନଭିଟେସନ୍ ପଠାଇଛନ୍ତି । ସେମାନଙ୍କ ମଧ୍ୟରୁ କିଆରାଙ୍କ କୋ-ଷ୍ଟାର ରାମ ଚରଣ ଆସିପାରନ୍ତି । କାରଣ କିଆରା ଆଉ ରାମଚରଣ ଖୁବ୍ ଭଳ ସାଙ୍ଗ ବୋଲି ଦୁହେଁ କୁହଁନ୍ତି ।ନିକଟରେ ଦୁହେଁ ଆରସି-୧୫ ଫିଲ୍ମରେ ନଜର ଆସିବେ । ସେହିଭଳି ସାହିଦ୍ କପୂର ଓ ମୀରା ରାଜପୁତଙ୍କୁ ମଧ୍ୟ କିଆରା ବିବାହର କାର୍ଡ ପଠାଇଛନ୍ତି । ଏହି ଦୁଇ ପତୀପତ୍ନୀ ମଧ୍ୟ ବିବାହରେ ଯୋଗ ଦେଇପାରନ୍ତି । ଶୁଣିବାକୁ ମିଳୁଛି ଯେ ବିବାହ ପରେ କିଆରା-ସିର୍ଦ୍ଧାର୍ଥ ଦୁହେଁ ଦୁଇଟି ରିସେପ୍ସନ୍ ପାର୍ଟୀ ଦେବେ ।

ପ୍ରଥମଟି ଦିଲ୍ଲୀରେ ଏବଂ ଦ୍ୱିତୀୟଟି ମୁମ୍ବାଇରେ ହେବ, ଯେଉଁଥିରେ ଉଭୟ ତାରକାଙ୍କର ବନ୍ଧୁ ଏବଂ ଘନିଷ୍ଠ ବ୍ୟକ୍ତିମାନେ ସାମିଲ ହେବେ ।ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀ ଗତ କିଛି ବର୍ଷ ହେବ ପରସ୍ପରକୁ ଡେଟ କରୁଥିଲେ । ଶେରଶାହା ଫିଲ୍ମରେ ଉଭୟଙ୍କ କେମେଷ୍ଟ୍ରିକୁ ଲୋକଙ୍କୁ ପସନ୍ଦ ଆସିଥିଲା ।

Leave a Reply

Your email address will not be published. Required fields are marked *