Pratidin TV

Odisha's Digital News Platform

ସିଡ୍‌-କିଆରାଙ୍କ ଶାଦୀ : ଜାଣିଛନ୍ତି କି ! କେତେ ଦକ୍ଷିଣା ନେଇଥିବେ ବ୍ରାହ୍ମଣ ?

1 min read

ମୁମ୍ବାଇ : ବଲିଉଡ୍‌ର ଲଭ୍ ବର୍ଡ କିଆରା-ସିଦ୍ଧାର୍ଥ ଦୁହେଁ ପ୍ରେମ ସପ୍ତାହରେ ହିଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ତେବେ ଏହି ଦୁଇ କପୁଲଙ୍କ ବିବାହ କରାଇଥିବା ପଣ୍ଡିତ୍ ଜି/ବ୍ରାହ୍ମଣ ଗଣମାଧ୍ୟମ ଆଗରେ କିଛି ଏଭଳି ଖୁଲାସା କରିଛନ୍ତି । ବ୍ରାହ୍ମଣଙ୍କ କହିବା ଅନୁ୍‌ଯାୟୀ , ଦୁହେଁ ବୋହୁତ ହିଁ ଭଲ ଯୋଡି, ଦୁହେଁ ଧର୍ମ ବିଷୟରେ ସମାନ ଚିନ୍ତାଧରା ରଖନ୍ତି । ଲୋକମାନଙ୍କ ପ୍ରତି ଦୁହିଁଙ୍କ ଭାବନା , ବ୍ୟବାହାର ବୋହୁତ ଭଲ । ଏହା ଛଡା ପଣ୍ଡିତ୍ ଆଉ ଏକ ବଡ ଖୁଲାସା କରିଛନ୍ତି । ଇଣ୍ଡିଆର ଏଭଳି ବଡ ବିବାହପାଇଁ ସେ କେତେ ଦକ୍ଷିଣା ନେଇଛନ୍ତି ତାହା ମଧ୍ୟ କହିଛନ୍ତି ।

କିଆରା ଆଡବାନି ଏବଂ ସିଦ୍ଧାର୍ଥ ମଲହୋତ୍ରାଙ୍କ ସାତ ବଚନ ସହ ସାତ ଫେରା କରାଇଥିବା ପଣ୍ଡିତ ଗଣମାଧ୍ୟମ ଆଗରେ କିଆରା –ସିଦ୍ଧାର୍ଥଙ୍କୁ ନେଇ ଅନେକ ଚର୍ଚ୍ଚା କରିଥିଲେ । ଦୁହିଁଙ୍କ ବିବାହ ସନାତନ ଧର୍ମ ଅନୁଯାୟୀ ବୈଦିକ ରୀତିନୀତି ଅନୁସାରେ ହୋଇଛି । ଏହାଛଡା ରାଜସ୍ଥାନର କଳା ବା ସଂସ୍କୁତି ଏହି ବିବାହକୁ ଆହୁରି ମନୋରମ କରିଥିଲା ବୋଲି କହିଛନ୍ତି । ସେହି ମସୟରେ ଗଣମାଧ୍ୟମର କିଛି ରିପୋର୍ଟର ବ୍ରାହ୍ମଣଙ୍କୁ ପ୍ରଶ୍ନ ପଚାରିଥିଲେ ଯେ ଆପଣଙ୍କୁ ଏହି ବଲିଉଡ୍ କପୁଲଙ୍କ ମ୍ୟାରେଜ୍‌ରୁ କେତେ ଦକ୍ଷିଣା ମିଳିଛି ? ସେତେବେଳେ ବ୍ରାହ୍ମଣ ଜଣଙ୍କ ଅତି ଚାଲାକିର ସହ ଉତ୍ତର ଦେଇଥିଲେ ଯେ ମନେରଖୁନ୍ତୁ , କେବେବି ନିଜ ସମ୍ପତ୍ତି,ଜମିବାଡ ଆଉ ଆଉ ବା ରୋଜଗାରକୁ ନିଜ ଭିତରେ ରଖନ୍ତୁ ଅନ୍ୟକୁ ଜଣାନ୍ତୁ ନାହିଁ । ଦକ୍ଷିଣା ଗୋଟିଏ ଅନୁଭବ ଯାହାକୁ କେବେବି କୁହାଯାଏ ନାହିଁ ।

Advertisement

ତେବେ ବଲିଉଡ୍‌ର ଗ୍ଲାମରକୁଇନ କିଆରା ଓ ହ୍ୟାଣ୍ଡସମ୍ ହଙ୍କ୍ ସିଦ୍ଧାର୍ଥ ମଲହୋତ୍ରା ଜେସମେଲାରର ସୂର୍ଯ୍ୟଗଡରେ ନିଜ ପରିବାର , କିଛି ବନ୍ଧୁବାନ୍ଧବ ଓ ଅଳ୍ପ ସାଙ୍ଗସାଥିଙ୍କ ଉପସ୍ଥିତିରେ ବିବାହ କରିଥିଲେ । ଏନେଇ ସିଡ୍ –କିଆରା ୨ ଟି ରିସ୍ପେସନ୍ ରତ୍କଛନ୍ତି । ଗୋଟିଏ ଫ୍ରେବୃଆରୀ ୯ ତାରିଖରେ ଦିଲ୍ଲୀରେ ହେବାକୁଥିବାବେଳେ ଅନ୍ୟଟି ଫ୍ରେବୃଆରୀ ୧୨ ତାରିଖରେ ମୁମ୍ବାଇରେ ହେବ ।

ସୂଚନାଯୋଗ୍ୟ ଯେ ଦିଲ୍ଲୀରେ ସିଦ୍ଧାର୍ଥଙ୍କ ପରିବାର ରହୁଛନ୍ତି ସେଥିପାଇଁ ପ୍ରଥମ ରିସ୍ପେସନ ପାର୍ଟି ସେଠି ଦିଆଯିବା ଏହାପରେ ମୁମ୍ବାଇରେ ବଲିଉଡ୍ ସେଲିବ୍ରେଟିଙ୍କ ପାଇଁ ୧୨ ତାରିଖରେ ପାର୍ଟି ଦେବେ ସିଡ୍ –କିଆରା ।
ସିଡ୍‌-କିଆରାଙ୍କ ଲଭ୍ ଷ୍ଟୋରୀ ୨୦୨୧ରୁ ହିଁ ଆରମ୍ଭ ହୋଇଥିଲା । ଦୁହିଁଙ୍କ ଯୋଡିକୁ ଶେରଶାହ ଫିଲ୍ମରୁହିଁ ପ୍ରଶଂସକମାନେ ମାନେ ଖୁବ୍ ଭଲପାଇବା ଦେଇଥିଲେ । ତେବେ ରିଲ୍ ଲାଇଫ୍‌ରେ ହିଟ୍ ଥିବା ଏହି ଜୋଡି ବର୍ତ୍ତମାନ ରିଅଲ ଲାଇଫ୍‌ରେ ମଧ୍ୟ ସେହିଭଳି କିଛି ନାଁ କରିବେ ବୋଲି ଆଶା ରଖିଛନ୍ତି ପ୍ରଶଂସକ ।

Leave a Reply

Your email address will not be published. Required fields are marked *