Pratidin TV

Odisha's Digital News Platform

ଚନ୍ଦକା ଥାନା ନିକଟରୁ ଯୁବକଙ୍କୁ ଅପହରଣ , ବନ୍ଧୂକ ଦେଖାଇ ଉଠାଇନେଲେ ଦୁର୍ବୁତ୍ତ ….

ଭୁବନେଶ୍ୱର ; ବନ୍ଧୂକ ଦେଖାଇ ଚନ୍ଦକା ଥାନା ନିକଟରୁ ଯୁବକଙ୍କୁ ଅପହରଣ। ଏକ କାରରେ ଆସି ଯୁବକଙ୍କୁ ଉଠାଇନେଲେ କିଛି ଦୁର୍ବୁତ୍ତ । ତେବେ ଅପହୃତ ଯୁବକ ଦାରୁଠେଙ୍ଗର ଆଶିଷ ରଞ୍ଜନ ବେହେରା ବୋଲି ଜଣାପଡିଛି ।ପୂର୍ବ ଶତ୍ରୁତା କୁ କେନ୍ଦ୍ର କରି ଅପହରଣ ହୋଇଥିବା ସୂଚନା।

ଗୁରୁବାର ସନ୍ଧ୍ୟା ବେଳେ ଦାରୁଠେଙ୍ଗର ଆଶିଷ ରଞ୍ଜନ ବେହେରା ଓ ତାଙ୍କର ସାଥୀ ଚାଲି ଚାଳି ଯାଉଥିଲେ। ତେବେ ଚନ୍ଦକା ଥାନାଠାରେ ଅଳ୍ପ ଦୂରରେ କିଛି ଦୁର୍ବୃତ୍ତ ଏକ କାର୍ରେ ଆସି ତାଙ୍କ ପାଖରେ ଅଟକିଥିଲେ। ସେମାନେ ଆଶିଷଙ୍କୁ ଡାକିଥିଲେ। ଆଶିଷ ଯିବା ପରେ ଦୁର୍ବୃତ୍ତମାନେ ତାଙ୍କ ମୁଣ୍ଡରେ ବନ୍ଧୁକ ଦେଖାଇ ଜବଦସ୍ତି ଉଠାଇ ନେଇଥିଲେ। ହେଲେ ଆଶିଷଙ୍କ ବନ୍ଧୁ ଅପହରଣରୁ ଅଳ୍ପକେ ବର୍ତ୍ତୀଯାଇଥିଲେ । ଏହାପରେ ବର୍ତ୍ତୀଯାଇଥିବା ସାଙ୍ଗ ତୁରନ୍ତ ଆଶିଷଙ୍କ ପରିବାରକୁ ଖବର ଦେବା ସହ ଚନ୍ଧକା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ କରିବା ପରେ ଆଶିଷଙ୍କ ଫୋନ୍ ନମ୍ବରକୁ ପୁଲିସ ଟ୍ରାକରେ ପକାଇଥିଲା । ହେଲେ ଫୋନ୍ ସ୍ୱିଚ୍ ଅଫ ଥିବାରୁ ଟ୍ରାକ କରିବା ସମ୍ଭବ ହୋଇନଥିଲା ।

ପରେ ଆଉ ଜଣେ ଅପହରଣକାରୀଙ୍କ ନମ୍ବର ଟ୍ରାକ କରି ପୁଲିସ ଲୋକେସନ ପାଇବା ପରେ ଚନ୍ଦକା ଥାନାର ଏକ ଟିମ୍ ଘଟଣାସ୍ଥଳ ଅଭିମୁଖେ ବାହାରିଥିଲା ଏବଂ ପାତ୍ରପଡ଼ାର ଏକ ଘରୁ ଅପହୃତ ଯୁବକଙ୍କୁ ଉଦ୍ଧାର କରିଥିଲା । ଅପହରଣକାରୀଙ୍କୁ ଚନ୍ଦକା ଥାନା ପୋଲିସ ଅଟକ ରଖି ତନାଘନା କରୁଥିବା ଜଣାପଡିଛି ।

Leave a Reply

Your email address will not be published. Required fields are marked *