Pratidin TV

Odisha's Digital News Platform

ଫିଲ୍ମ ଷ୍ଟାଇଲରେ ହୋଇଥିଲା କିଡନାପ୍ , ହିରୋ ଭଳି ଖସିଆସିଲେ ଯୁକ୍ତ ୩ ଛାତ୍ର ।

1 min read

ବାଲେଶ୍ୱର ; ଫିଲ୍ମ ଷ୍ଟାଇଲରେ ଅପହରଣ କରି ନେଉଥିଲେ ହେଲେ ଉପସ୍ଥିତ ବୁଦ୍ଧି ଯୋଗୁଁ ସେ ନିଜକୁ ବଞ୍ଚାଇ ପାରିଲେ ।ଢେଙ୍କାନାଳ ରୁ କିଡନାପ ଛାତ୍ର ଜଳେଶ୍ୱର ରୁ ଉଦ୍ଧାର କରାଯାଇଛି । ସୂଚନା ମୁତାବକ ଗତ ୧୬ ଅକ୍ଟୋବର ରେ ଢେଙ୍କାନାଳ ମଇଁଷିପାଟଣା ଏଗ୍ରି ପୋଲିଟେକ୍ନିକ କଲେଜ +୩ ପ୍ରଥମ ବର୍ଷ ର ଛାତ୍ର ଶିବସୁନ୍ଦର ପରିଡ଼ାଙ୍କୁ ହଷ୍ଟେଲ ନିକଟରୁ କିଡନାପ୍ କରାଯାଇଥିଲା ।

ଏକ ଧଳା ବୋଲେରୋରେ ଆସି କିଛି ଲୋକ ଠିକଣା ପଚାରିବା ବାହାନାରେ ଛାତ୍ର ଜଣଙ୍କୁ ଗାଡି ନିକଟକୁ ଡାକିଥିଲେ । ତେବେ ଭୁଜାଲି ଦେଖାଇବା ସହ ଏକ ରୁମାଲ ରେ ନାକ ବନ୍ଦ କରି ଚେତା ଶୂନ୍ୟ କରାଇ ଦେଇଥିଲେ । ତେବେ ଭୋର୍ ସମୟରେ NH -60 ଜାତୀୟ ରାଜପଥ ଶାନ୍ତିଆ ନିକଟରେ ବୋଲେରୋ ଟି ଛିଡ଼ା ହୋଇଥିବା ବେଳେ ଛାତ୍ର ଜଣକର ଚେତା ଫେରିପାଇଥିଲେ ।

Advertisement

ତେବେ ସେ କୌଶଳ କ୍ରମେ ସେମାନଙ୍କ ଠାରୁ ମୋବାଇଲ ସହ ଖସି ଆସିଥିବା ଛାତ୍ର ଜଣକ କହଛନ୍ତି। ମୂମୂର୍ଷ ଅବସ୍ଥାରେ ତାଙ୍କୁ କିଛି ଲୋକ ଦେଖିବାକୁ ପାଇଥିଲେ । ଖବର ପାଇ ଛାତ୍ରଙ୍କୁ ଉଦ୍ଧାର କରିଛି ଜଳେଶ୍ୱର ପୋଲିସ।

Leave a Reply

Your email address will not be published. Required fields are marked *