Pratidin TV

Odisha's Digital News Platform

ଶରୀରରେ ଏପରି କିଛି ଲକ୍ଷଣ ଦେଖା ଦେଉଥିଲେ ହୁଅନ୍ତୁ ସତର୍କ, ଶୀଘ୍ର ଡାକ୍ତରଙ୍କ ସହ କରନ୍ତୁ ପରାମର୍ଶ..

1 min read

ରକ୍ତରୁ ବର୍ଜ୍ୟବସ୍ତୁ ଫିଲ୍ଟର କରି ରକ୍ତଚାପକୁ ନିୟନ୍ତ୍ରଣରେ ରଖିବାରେ ସାହାଯ୍ୟ କରି କିଡନୀ ଆମ ସିଷ୍ଟମରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଯେତେବେଳେ ତୁମର କିଡନୀ ସଠିକ୍ ଭାବରେ କାମ କରୁନାହିଁ, ରକ୍ତରେ ଏହି ବର୍ଜ୍ୟବସ୍ତୁଗୁଡ଼ିକର ଅତ୍ୟଧିକ ଜମା ହେତୁ ଶରୀର ଯନ୍ତ୍ରଣା ହେଉଛି, ତାହେଲେ ବୁଝିଯାଆନ୍ତୁ କି ଆପଣଙ୍କ କିଡନୀ ଯନିତ କିଛି ସମସ୍ୟା ରହିଛି । ଏହାବ୍ୟତୀତ ମଧୁମେହ, ଉଚ୍ଚ ରକ୍ତଚାପ ଏବଂ ଅନ୍ୟ କେତେକ ସମେତ ବିଭିନ୍ନ କାରଣରୁ କିଡନୀ କ୍ଷତି ହୋଇପାରେ । ଏହା ପାଇଲୋନେଫ୍ରାଇଟିସ୍ ପରି ସଂକ୍ରମଣ ଦ୍ୱାରା ମଧ୍ୟ ହୋଇପାରେ । ଏହାର ପ୍ରାରମ୍ଭିକ ପର୍ଯ୍ୟାୟରେ ଶରୀରକୁ କିଛି ଲକ୍ଷଣ ଦେଖାଯାଇଥାଏ । ତେବେ ଆସନ୍ତୁ ଜାଣିବା ଶରୀରରେ କିଡନୀ ସମସ୍ୟା ଥିଲେ ଏହି ୧୦ ଟି ଲକ୍ଷଣ ଦେଖାଦିଏ ।
ପ୍ରଥମଟି ହେଉଛି ଶରୀର ଫୁଲିବା
ଆପଣଙ୍କ ଶରୀରରେ କିଛି ଅଂଶରେ ଅସାଧାରଣ ଫୁଲା ଦେଖାଯାଏ । ଅସମୟରେ ହାତ ଗୋଡ ପାଦ ଫୁଲିବା ଭଳି ଅନୁଭବ ହେଉଥିଲେ । ଏହାକୁ ଅଣଦେକା ନକରି ଶ୍ରୀଘ୍ର ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ । କାରଣ ଏହି ଲକ୍ଷଣ ଦେଖାଦେଲେ ଆପଣ ବୁଝି ନିଅନ୍ତୁ କି ଆପଣଙ୍କ କିଡନୀ ସଠିକ ଭାବେ କାମ ଦେଉନାହିଁ ।
ଥକା ଲାଗିବା
ଯଦି ଜଣେ ବ୍ୟକ୍ତି କିଡନୀ ରୋଗରେ ପୀଡିତ ଥାଆନ୍ତି ତେବେ ସେ ଥକ୍କା ଅନୁଭବ କରିପାରନ୍ତି । ଦୁର୍ବଳତାର ଅନୁଭବ କରିପାରନ୍ତି । କାରଣ କିଡନୀ ରୋଗର ଅନ୍ୟ ଏକ ପାର୍ଶ୍ୱ ପ୍ରତିକ୍ରିୟା ହେଉଛି ରକ୍ତହୀନତା , ଯାହା କ୍ଳାନ୍ତି ଏବଂ ଦୁର୍ବଳତା ସୃଷ୍ଟି କରିପାରେ ।
ଶୋଇବାରେ ଅସୁବିଧା ହେବା
ଯେତେବେଳେ କିଡନୀ ଠିକରେ କାମ ନ କରେ ତେବେ ଆପଣଙ୍କୁ ଶୋଇବାରେ ଅସୁବିଧା ହୋଇଥାଏ । ଅର୍ଥାତ ରାତିରେ ବାରମ୍ବାର ନିଦ ଭାଙ୍ଗେ ବା ନିଦ ଠିକରେ ହୁଏ ନାହିଁ । ଏହା ସହିତ ମେଦବହୁଳତା ଏବଂ କ୍ରନିକ୍ କିଡନୀ ରୋଗ ମଧ୍ୟରେ ଏକ ସଂଯୋଗ ଅଛି । କ୍ରନିକ୍ କିଡନୀ ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କ ଶୋଇବାରେ ସମସ୍ୟା ସୃଷ୍ଟି ହୋଇଥାଏ ।
ଶୁଖିଲା ଏବଂ ଖରାପ ଚର୍ମ
ଯେତେବେଳେ କିଡନୀ ଆପଣଙ୍କ ରକ୍ତରେ ଖଣିଜ ପଦାର୍ଥ ଏବଂ ପୋଷକ ତତ୍ତ୍ୱର ସଠିକ୍ ସନ୍ତୁଳନ ରଖିବାରେ ଅସମର୍ଥ ହୁଏ, ସେତେବେଳେ ଆପଣ ଗୁରୁତର କିଡନୀ ରୋଗରେ ପିଡିତ ହୋଇପାରନ୍ତି । ଯାହାଫଳରେ ହାଡ ଦୁର୍ବଳ ହେବା ସହ ଯାହା ଶୁଷ୍କ ଏବଂ କୁଞ୍ଚିତ ଚର୍ମ ଦେଖାଯାଏ ।
ବାରମ୍ବାର ପରିସ୍ରା ଲାଗିବା
ଯେକୈାଣସି ପ୍ରକାରର କିଡନୀ ରୋଗର ଏକ ସାଧାରଣ ଲକ୍ଷଣ ହେଉଛି ପରିସ୍ରାରେ ସମସ୍ୟା । ଯେତେବେଳେ ଆପଣ ଲକ୍ଷ୍ୟ କରିବେ ଯେ ଆପଣଙ୍କୁ ରାତିରେ ବାରମ୍ବାର ପରିସ୍ରା ଲାଗୁଛି ତେବେ ତାହାକୁ ଅବହେଳା କରିବା ଉଚିତ ନୁହେଁ ।
ପରିସ୍ରାରେ ରକ୍ତ ପଡିବା
ସୁସ୍ଥ କିଡନୀ ଫିଲ୍ଟର ରକ୍ତରୁ ପରିସ୍ରା ତିଆରି କରିଥାଏ । କିନ୍ତୁ ଯେତେବେଳେ ଆପଣଙ୍କର କିଡନୀ ନଷ୍ଟ ହୋଇଯାଏ ସେହି ଫିଲ୍ଟରଗୁଡ଼ିକ ମଧ୍ୟ ନଷ୍ଟ ହୋଇଯାଏ, ଯାହାଫଳରେ ପରିସ୍ରାରେ ରକ୍ତ ପଡିଥାଏ ।
ଫୋମି ପରିସ୍ରା
କିଡନୀ ନଷ୍ଟ କିମ୍ବା କିଡନୀ ରୋଗର ଏକ ସାଧାରଣ ଲକ୍ଷଣ ହେଉଛି ଫେମି ପରିସ୍ରା । ପରିସ୍ରାରେ ଅତ୍ୟଧିକ ଫେଣ ହେବା ଦ୍ୱାରା ଆପଣଙ୍କ କିଡନୀ ସୁସ୍ଥ ନାହିଁ ବୋଲି ସଙ୍କେତ ଦେଇଥାଏ ।
ଗୋଡ ଏବଂ ପାଦ ଫୁଲିବା
କିଡନୀ ନଷ୍ଟ ହେବାର ଆଉ ଏକ ମୁଖ୍ୟ ଲକ୍ଷଣ ହେଉଛି ଆପଣଙ୍କର ପାଦ ଏବଂ ଗୋଡ ଫୁଲିବା । କାରଣ ଯକୃତ ରୋଗ, ହୃଦରୋଗ, କିମ୍ବା କ୍ରନିକ ଗୋଡ଼ର ଶିରା ସମସ୍ୟା ହୋଇପାରେ ।
ଭୋକ କମିବା
ଭୋକ ନହେବା ହେଉଛି କିଡନୀ ଚେତାବନୀ ସଙ୍କେତ ମଧ୍ୟରୁ ଗୋଟିଏ । ଏହାର ଅନ୍ୟତମ କାରଣ ହେଉଛି କିଡନୀ ଠିକରେ କାର୍ଯ୍ୟ ନ କରିବା ଦ୍ୱାରା ଆପଣଙ୍କ ପାଚନ କ୍ରିୟା ବା ଭୋକରେ ପ୍ରଭାବ ପଡିବା ।
ମାଂସପେଶୀରେ କଷ୍ଟ
କିଡନୀ କାର୍ଯ୍ୟ ସମସ୍ୟା ଇଲେକ୍ଟ୍ରୋଲାଇଟ୍ ଅସ୍ୱାଭାବିକ ହୋଇପାରେ । ଫସଫରସ୍ ସ୍ତରର ଅତ୍ୟଧିକ ଉପସ୍ଥିତି ହେତୁ ଏହା ହୋଇପାରେ । ଯାହା କିଡନୀ ଭଲ କାମ କରୁନଥିବା ବେଳେ ନିୟନ୍ତ୍ରଣ ବାହାରକୁ ଯାଇପାରେ, ଯାହା ମାଂସପେଶୀ ଖରାପ ହୋଇଯାଏ ।

Advertisement

Leave a Reply

Your email address will not be published. Required fields are marked *