Pratidin TV

Odisha's Digital News Platform

ମନୁଓ ସରବଜୋତଙ୍କୁ ଭେଟି ଶୁଭେଚ୍ଛା ଜଣାଇଲେ କଳିକେଶ ନାରାୟଣ ସିଂଦେଓ..

1 min read

ଅଲମ୍ପିକ୍ସ ପଦକ ବିଜେତା ମନୁ ଭାକର ଓ ସରବଜୋତ ସିଂହଙ୍କୁ ଭେଟିଲେ ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂହଦେଓ  । ଉଭୟ ପଦକ ବିଜେତାଙ୍କୁ ଭେଟି ଦେଶବାସୀଙ୍କ ପାଇଁ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି କଳିକେଶ ।  ଭିଡିଓରେ କଳିକେଶ ଉଭୟ ଖେଳାଳିଙ୍କ ଗହଣରେ ରହି ଉଭୟଙ୍କୁ ଦେଶର ଚମ୍ପିଆନ କହିବା ସହ ସେମାନେ ଦେଶ ପାଇଁ ମେଡାଲ ଜିତିଥିବାର କହିଛନ୍ତି ।

ଗତ ମଙ୍ଗଳବାର ପ୍ୟାରିସ ଅଲିମ୍ପିକ୍ସରେ ଦକ୍ଷିଣ କୋରିଆକୁ ୧୬–୧୦ରେ ପରାସ୍ତ କରି 10 ମିଟର ଏୟାର ପିସ୍ତଲ ଯୁଗଳ ବର୍ଗ ଇଭେଣ୍ଟରେ ଭାରତର ଷ୍ଟାର ସୁଟର ମନୁ ଭାକର ଏବଂ ସରବଜୋତ ସିଂହ ବ୍ରୋଞ୍ଜ ପଦକ ଜିତିଥିଲେ । ମନୁ ଭାକର ଏହା ପୂର୍ବରୁ ମହିଳାଙ୍କ ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ବ୍ରୋଞ୍ଜ ପଦକ ସହିତ ପ୍ୟାରିସ ଅଲିମ୍ପିକ୍ସରେ ଭାରତର ଖାତା ଖୋଲିଥିଲେ ।

Advertisement

Leave a Reply

Your email address will not be published. Required fields are marked *