Pratidin TV

Odisha's Digital News Platform

KIIT ହଷ୍ଟେଲ ଛାତ୍ରଙ୍କ ଖାଦ୍ୟରୁ ବାହାରିଲା ବେଙ୍ଗ , ଟୁଇଟ୍ କରି ଜଣାଇଲେ ଛାତ୍ର …

1 min read

ଭୁବନେଶ୍ୱର ; କିଟ୍ ଇଞ୍ଜିନିୟରିଂ କଲେଜ ହଷ୍ଟେଲରୁ ଆସିଲା ଭୟଙ୍କର ଅସ୍ୱାସ୍ଥ୍ୟକର ଦୃଶ୍ୟ । ଛାତ୍ରଙ୍କ ଖାଦ୍ୟରୁ ବାହାରିଲା ମଲା ବେଙ୍ଗ । ଏନେଇ ହଷ୍ଟେଲର ଜଣେ ଛାତ୍ର ସୋଶିଆଲ ମିଡିଆରେ ଫଟୋ ପୋଷ୍ଟ କରି ସମୃକ୍ତ ଘଟଣାକୁ ସାମ୍ନାକୁ ଆଣିଛନ୍ତି ।

ଛାତ୍ର ଜଣଙ୍କ ଲେଖିଛନ୍ତି ଯେ ‘ଖାଇବାରୁ ଏପରି ମୃତ ବେଙ୍ଗ ଦେଶର ୪୨ତମ ସ୍ଥାନରେ ଥିବା KIITଇଞ୍ଜିନିୟରିଂ କଲେଜରୁ ବାହାରିଛି। ଅଭିଭାବକମାନେ ନିଜ ପିଲାମାନଙ୍କ ଡିଗ୍ରୀ ପାଇଁ ପ୍ରାୟ ୧୭.୫ ଲକ୍ଷ ଟଙ୍କା ଖର୍ଚ୍ଚ କରି ଉଜ୍ୱଳ ଭବିଷ୍ୟତ ପାଇଁ ଏଠାକୁ ପଠାନ୍ତି। କିନ୍ତୁ କଲେଜ ହଷ୍ଟେଲରେ ଏଭଳି ଅସ୍ୱାସ୍ଥ୍ୟକର ଖାଦ୍ୟ ପରିବେଷଣ କରାଯାଏ। ଏସବୁ ପରେ ପ୍ରଶ୍ନ କରା ଯେ ଭାରତର ଛାତ୍ରଛାତ୍ରୀ ଉନ୍ନତ ଶିକ୍ଷା ଏବଂ ସୁବିଧା ପାଇଁ ଅନ୍ୟ ଦେଶକୁ କାହିଁକି ଯାଆନ୍ତି?”

ତେବେ ଛାତ୍ରଙ୍କ ଏଭଳି ପୋଷ୍ଟ ପରେ କତ୍ତୃପକ୍ଷ ତରବରିଆ ଭାବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । କତ୍ତୃପକ୍ଷ ମେସ୍ କଣ୍ଟ୍ରାକ୍ଟରଙ୍କ ଗୋଟିଏ ଦିନର ଦରମା କାଟିବାକୁ ନିଷ୍ପତ୍ତି ନେଇଛନ୍ତି।

Leave a Reply

Your email address will not be published. Required fields are marked *