ଗୌରବ ଆଣିଲେ କିଟ୍ ଛାତ୍ରୀ , ମିସ୍ ଟିନ୍ ୟୁନିଭର୍ସ ମୁକୁଟ ପିନ୍ଧିଲେ ତ୍ରିଷ୍ଣା ରାୟ
1 min readମିସ୍ ଟିନ୍ ୟୁନିଭର୍ସ ମୁକୁଟ ହାତେଇଲେ କିଟ୍ ଛାତ୍ରୀ ତ୍ରିଷ୍ଣା ରାୟ । ରାଜ୍ୟ ତଥା ଦେଶ ପାଇଁ ସାଉଁଟିଲେ ଗୌରବ । ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ମିସ୍ ଟିନ୍ ୟୁନିଭର୍ସ ୨୦୨୪ ସୁନ୍ଦରୀ ପ୍ରତିଯୋଗିତାରେ ଭୁବନେଶ୍ୱର କିଟ୍ ବିଶ୍ୱବିଦ୍ୟାଳୟ ଫେସନ୍ ସ୍କୁଲ୍ ଛାତ୍ରୀ ତ୍ରିଷ୍ଣା ରାୟ ବିଜୟ ହୋଇଛନ୍ତି। ଏହା ସହ ମିସ୍ ଟିନ୍ ୟୁନିଭର୍ସ ୨୦୨୪ ଟାଇଟଲ୍ ହାସଲ କରିଛନ୍ତି।
ସେ ଏହି ମୁକୁଟ ପିନ୍ଧି କିଟ୍ ତଥା ଓଡ଼ିଶା ଓ ଭାରତ ପାଇଁ ଗୌରବ ଆଣି ଦେଇଛନ୍ତି। ଯାହା ପାଇଁ ଏବେ କୋଣ ଅନୁକୋଣରୁ ତ୍ରିଷ୍ଣାଙ୍କ ପାଖକୁ ଛୁଟୁଛି ପ୍ରଶଂସା ଓ ଶୁଭୈଚ୍ଛାର ସୁଅ ।