ଜେଲ ଡିଜିଙ୍କ ହତ୍ୟା ମାମଲା : ସାମ୍ନାକୁ ଆସିଲା ହତ୍ୟାକାରୀ ଚାକରର ଡାଏରୀ
1 min readନୂଆଦିଲ୍ଲୀ : ଗତକାଲି ବିଳମ୍ବିତ ରାତିରେ ଜମ୍ମୁ କଶ୍ମୀର ଜେଲ୍ ଡିଜି ହେମନ୍ତ ଲୋହିଆଙ୍କୁ ତାଙ୍କ ଘରେ ଅତି ନିର୍ମମ ଭାବେ ଗଳା କାଟି ହତ୍ୟା କରାଯାଇଛି। ଏହି ମାମଲାରେ ପ୍ରାଥମିକ ତଦନ୍ତରୁ ତାଙ୍କ ଘରେ କାମ କରୁଥିବା ରାମବନର ବାସିନ୍ଦା ୟାସିରଙ୍କୁ ହିଁ ମୁଖ୍ୟ ଅଭିଯୁକ୍ତ ବୋଲି କୁହାଯାଇଛି। ସେ ଗତ ୬ ମାସ ଧରି ଡିଜିଙ୍କ ଘରେ କାମ କରୁଥିଲା। ତେବେ ଡିଜିଙ୍କ ହତ୍ୟା ପରେ ସେ କୁଆଡେ ଫେରାର୍ ହୋଇଯାଇଛି । ଡିଜିଙ୍କ ଘରେ ଲାଗିଥିବା ସିସିଟିଭି ଫୁଟେଜରୁ ଅଭିଯୁକ୍ତ ୟାସିର ଏଭଳି ନିର୍ମମ ହତ୍ୟା ଘଟାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା ।
ତେବେ ପୋଲିସ ୟାସିରର ରୁମରେ ଛାନ ଭିନ କଲା ସମୟରେ ଏକ ଡାୟରୀ ଜବତ କରିଛି । ଯେଉଁଥିରେ ୟାସିର ନିଜ ଜୀବନକୁ ବ୍ୟାଖା କରି କିଛି ଏଭଳି ଲେଖିଛି ଲଭ୍ ୦%, ଖୁସି ୧୦%, ଟେନସନ୍ ୯୦ % ଆଉ ଫେକ୍ ସ୍ମାଇଲ୍-୧୦୦% ।
ସେ ନିଜ ଡାଏରୀରେ ଗୀତ ଲେଖିବା ସହ ସାଏରୀ ମଧ୍ୟ ଲେଖିଛି। ସେହି ଡାଏରୀର ଲେଖରୁ ଜଣାପଡିଛି ଯେ ୟାସିର ନିଜ ଜୀବନକୁ ନେଇ ଖୁସି ନଥିଲା ଏବଂ ସେ ଡିପ୍ରେସନର ଶିକାର ହୋଇଥିଲା । ଫଳରେ ସେ ଏଭଳି ଜଘନ୍ୟ ଅପରାଧ ଘଟାଇ ଫେରାର ହୋଇଯାଇଥିଲା । ଅନ୍ୟପଟେ ଏହି ହତ୍ୟା ପାଇଁ ଆତଙ୍କବାଦୀ ସଙ୍ଗଠନ ଟିଆର୍ଏଫ୍ ନିଜକୁ ଦାୟୀ କାରିଛି। କେବଳ ସେତିକି ନୁହେଁ ଗୃହମନ୍ତ୍ରୀ ଏମିତ ଶାହାଙ୍କ ଗସ୍ତ ଆଗରୁ ଏହା ଏକ ଛୋଟ ଭେଟି ବୋଲି ଆତଙ୍କୀ ସଙ୍ଗଠନ ଞଜୠ ବୟାନ ଜାରି କରିଛି ।
ଏନେଇ ପୋଲିସ ହତ୍ୟାକାରୀ ୟାସିର୍ର ଫଟୋ ଜାରି କରି ଲୋକମାନଙ୍କୁ ନିବେଦନ କରିଛି ଯେ ଯଦି ଏହି ବ୍ୟକ୍ତିକୁ କୌଣସି ସ୍ଥାନରେ ଦେଖନ୍ତି, ତେବେ ତୁରନ୍ତ ପୁଲିସକୁ ଏ ବିଷୟରେ ଜଣାନ୍ତୁ।