Pratidin TV

Odisha's Digital News Platform

ଲୋଭ ପାଇଁ ହତ୍ୟା; ଯୌତୁକରେ ମିଳିଲାନି ଫର୍ଚୁନର କାର….ଶଶୁରଘର ଲୋକ ନେଇଗଲେ ବୋହୂର ଜୀବନ

1 min read

ଯୌତୁକ ଯୋଗୁଁ ହତ୍ୟା ମାମଲା ଦିନକୁ ଦିନକୁ ବଢ଼ିବାରେ ଲାଗିଛି | ଜଣେ ମହିଳାଙ୍କୁ ନିଜ ସ୍ୱାମୀ ଓ ଶାଶୁ ଘର ଲୋକ ପିଟିପିଟି ହତ୍ୟା କରିଥିବା ଅଭିଯୋଗ ହୋଇଛି | ଶାଶୁ ଘର ଅନୁସାରେ ଯୌତୁକ ନ ମିଳିବ ଯୋଗୁଁ ଜୀବନରୁ ନେଇଗଲେ ଜୀବନ | ଫର୍ଚୁନର କାର ଯୌତୁକରେ ଦେଇନପାରିବାରୁ ଏହି ହତ୍ୟାକାଣ୍ଡ | ତେବେ ଏପରି ଲଜ୍ୟାଜନକ ଘଟଣା ନୋଇଡ଼ାରେ ଘଟିଛି |

ତେବେ ବିବାହ ସମୟରେ ଶଶୁରଘର ଲୋକଙ୍କ ଦାବି ଅନୁସାରେ ପୀଡ଼ିତା ଯୁବତୀଙ୍କ ପରିବାର ଲୋକ ଏକ ଫର୍ଚୁନର କାର ଯୌତୁକରେ ମାଗିଥିଲେ | କେବଳ କାର୍‌ ନୁହେଁ, ତାହା ସହ ଶଶୁରଘର ଲୋକ ୨୧ ଲକ୍ଷ ଟଙ୍କା ବି ଯୌତୁକରେ ମାଗିଥିଲେ। ଦାବି ଅନୁସାରେ ଯୌତୁକରେ ଫର୍ଚୁନର କାର ଦେଇନଥିଲେ | ସେଥିଯୋଗୁଁ ଶଶୁରଘର ଲୋକ ନିଜ ବୋହୂକୁ ମାରିଦେଇଥିଲେ |

ତେବେ ଏହି ହତ୍ୟା ପରେ ପୋଲିସ ନିକଟରେ ପୀଡ଼ିତା କରିସ୍ମାଙ୍କ ଭାଇ ଦୀପକ ଅଭିଯୋଗ କରିଥିଲେ | ଭାଇ ଦୀପକ କହିଥିଲେ ଯେ ସେ ଶୁକ୍ରବାର ଦିନ ସ୍ୱାମୀ ବିକାଶ ତାଙ୍କ ପିତାମାତା ଏବଂ ଭାଇଭଉଣୀ ମିଶିକରି କରିସ୍ମାଙ୍କୁ ଖୁବ୍‌ ମାଡ଼ ମାରିଥିଲେ ବୋଲି ତାଙ୍କ ଭଉଣୀ ନିଜ ଘରକୁ ଫୋନ୍‌ କରି ଜଣାଇଥିଲେ। ସେମାନେ ସେଠାରେ ପହଞ୍ଚି ଦେଖିଲା ବେଳକୁ ସେମାନଙ୍କ ଝିଅ ମରିସାରିଛି।

କରିସ୍ମା ଡିସେମ୍ବର ୨୦୨୨ ମସିହାରେ ବିକାଶଙ୍କୁ ବିବାହ କରିଥିଲେ ଏବଂ ଏହି ଦମ୍ପତି ବିକାଶଙ୍କ ପରିବାର ସହିତ ଗ୍ରେଟର ନୋଏଡାର ଇକୋଟେକ୍ -୩ର ଖେଡ଼ା ଚାଉଗାନପୁର ଗ୍ରାମରେ ରହୁଥିଲେ। ଦୀପକଙ୍କ ଅନୁଯାୟୀ, ତାଙ୍କ ପରିବାର ବିବାହ ସମୟରେ ବର ର ପରିବାରକୁ ୧୧ ଲକ୍ଷ ଟଙ୍କାର ସୁନା ଦେବା ସହିତ ବରର ପରିବାରକୁ ଏକ ଏସୟୁଭି ମଧ୍ୟ ଦେଇଥିଲେ। ତେବେ ବିକାଶଙ୍କ ପରିବାର ବାରମ୍ବାର ଅଧିକ ‌ଯୌତୁକ ଦାବି କରି ଆସୁଥିଲେ। ତାଙ୍କୁ ଶାରୀରିକ ତଥା ମାନସିକ ନିର୍ଯାତନା ଦେଇଥଲେ ବୋଲି ସେ ଅଭିଯୋଗ କରିଛନ୍ତି।

Leave a Reply

Your email address will not be published. Required fields are marked *