Pratidin TV

Odisha's Digital News Platform

ହିଟ-ଷ୍ଟ୍ରୋକ ଡିହାଇଡ୍ରେସନ ଯୋଗୁଁ ଅସୁସ୍ଥ ହେଲେ କିଙ୍ଗ ଖାନ

କିଙ୍ଗ ଖାନଙ୍କ ପ୍ରଶଂସକଙ୍କ ପାଇଁ ଦୁଃଖଦ ଖବର ଆସିଛି। ଅଭିନେତା ଶାହାରୁଖ ଖାନ ଅଛନ୍ତି ଅସୁସ୍ଥ । ଶାହାରୁଖ ଖାନଙ୍କୁ ଅହମ୍ମଦାବାଦର କେଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ  ସୂଚନା ଅନୁସାରେ ଡିହାଇଡ୍ରେସନ୍ ସମସ୍ୟା ହେତୁ ଶାହାରୁଖଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କୁ ଡାକ୍ତରଙ୍କ ତତ୍ତ୍ବାବଧାନରେ ରଖାଯାଇଥିଲା। ତେବେ ପ୍ରାଥମିକ ଚିକିତ୍ସା ପରେ ଶାହାରୁଖଙ୍କୁ ଡିସଚାର୍ଜ କରାଯାଇଥିଲା । କେଡି ହସ୍ପିଟାଲର ଡାକ୍ତରଙ୍କ କହିବାନୁସାରେ, ଶାହାରୁଖ ଡିହାଇଡ୍ରେସନର ଶିକାର ହୋଇଥିଲେ।

ତେବେ ସୂଚନା ଅନୁସାରେ  ଶାହାରୁଖ ଖାନଙ୍କୁ ଅହମ୍ମଦାବାଦର ଏକ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡିଥିଲା। ବୁଧବାର ଅପରାହ୍ନରେ ଏହି ଖବର ଆସିବା ମାତ୍ରେ କିଙ୍ଗ ଖାନଙ୍କ ପ୍ରଶଂସକମାନେ ଚିନ୍ତିତ ହୋଇଥିଲେ। ବିଳମ୍ବିତ ରାତି ସୁଦ୍ଧା ସୂଚନା ଆସିଥିଲା ଯେ କିଙ୍ଗ ଖାନଙ୍କ ପତ୍ନୀ ଗୌରୀ ଖାନ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟର ହିସାବ ନେବାକୁ ଡାକ୍ତରଖାନାରେ ପହଞ୍ଚିଥିଲେ।

ସୂଚନା ଅନୁସାରେ କେକେଆର ଏହି ମ୍ୟାଚ୍ ଜିତି ଚତୁର୍ଥ ଥର ପାଇଁ ଫାଇନାଲରେ ପ୍ରବେଶ କଲା | ଏହି ମ୍ୟାଚ୍ ପାଇଁ ଶାହାରୁଖ ଅହମ୍ମଦାବାଦକୁ ୨ ଦିନ ଆସିଥିଲେ। ଅତ୍ୟଧୁକ ଉତ୍ତାପ ହେତୁ ସେ ଡିହାଇଡ୍ରେସନ୍ ର ଶିକାର ହୋଇଥିଲେ | ମ୍ୟାଚ୍ ପରେ ଶାହାରୁଖ ଖାନ ଦୀର୍ଘ ସମୟ ପଡ଼ିଆରେ ରହି ପ୍ରଶଂସକମାନଙ୍କୁ କୂଟଜ୍ଞତା ଜଣାଇଥିଲେ। ଏହା ପରେ ବିଳମ୍ବିତ ରାତିରେ ସେ ନିଜ ଦଳ ସହିତ ଅହମ୍ମଦାବାଦର ଏକ ପଞ୍ଚ ତାରକା ହୋଟେଲରେ ପହଞ୍ଚିଥିଲେ। ଯେଉଁଠାରେ ତାଙ୍କୁ ଦଳ ସହିତ ଏକ ବିରାଟ ସ୍ଵାଗତ କରାଯାଇଥିଲା |

ଏହାପରେ ଶାହରୁଖ ଖାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା। ଏହା ପରେ ତାଙ୍କୁ ରାତି ପ୍ରାୟ ୧ ଟା ସମୟରେ କେଡି ଡାକ୍ତରଖାନା ନିଆଯାଇଥୁଲା। ପ୍ରାଥମିକ ଚିକିତ୍ସା କିଙ୍ଗ ଖାନଙ୍କୁ ଦିଆଯାଇଥିଲା । ସେ ଏବେ ମଧ୍ୟ ଡାକ୍ତରଙ୍କ ତତ୍ତ୍ବାବଧାନରେ ଅଛନ୍ତି। ତେବେ ତାଙ୍କ ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ବୋଲି କୁହାଯାଉଛି। ଡାକ୍ତରମାନେ ଶାହାରୁଖଙ୍କୁ କିଛି ଦିନ ବିଶ୍ରାମ ନେବାକୁ କହିଛନ୍ତି। ଆଇପିଏଲ୍ ୨0୨୪ ର ଅନ୍ତିମ ମ୍ୟାଚ୍ ୨୬ ମେ ରେ ଚେନ୍ନାଇର ଏମ ଚିନ୍ଦମ୍ବରମ୍ ଷ୍ଟାଡିୟମରେ ଅନୁଷ୍ଠିତ ହେବ । ଯଦି ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଭଲ ରହେ, ତେବେ ଏହି ଟାଇଟଲ୍‌ ମ୍ୟାଚ୍ ରେ ଶାହାରୁଖଙ୍କୁ ଦେଖୁବାକୁ ମିଳିବ ।

Leave a Reply

Your email address will not be published. Required fields are marked *