ଖରାପ୍ ହେଲା କିଙ୍ଗ୍ ଖାନ୍ଙ୍କ ଆଖି ; ଚିକିତ୍ସା ପାଇଁ ଯିବେ USA ହେଲେ ଏହା ପୂର୍ବରୁ ….
1 min readଆଖି ସମସ୍ୟାର ସମ୍ମୁଖିନ ହୋଇଛନ୍ତି ବଲିଉଡ୍ର କିଙ୍ଗ୍ ଖାନ । ନିକଟରେ ଆଇପିଏଲ ସମୟରେ ହିଟ୍ ଷ୍ଟ୍ରୋକ କାରଣରୁ ଅଂଶୁଘାତର ଶିକାର ହୋଇଥିଲେ ଶାହାରୁଖ । ଯାହା ପରେ ଅଭିନେତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରେ ସେ ସୁସ୍ଥ ହୋଇ ଫେରିଥିବା ବେଳେ ଏବେ ପୁଣି ସେ ସ୍ୱାସ୍ଥ୍ୟ ଜନିତ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ରିପୋର୍ଟ ଅନୁସାରେ, ଆଖି ସମସ୍ୟାରେ ପୀଡିତ ଶାହାରୁଖ । ଯେଉଁଥିପାଇଁ ତାଙ୍କୁ ଚିକିତ୍ସା ପାଇଁ ଆମେରିକା ଯିବାକୁ ପଡ଼ିବ । ମୁମ୍ବାଇରେ ଆଖି ଚିକିତ୍ସାରେ ଅସୁବିଧା ହେତୁ ତାଙ୍କୁ ତୁରନ୍ତ ଆମେରିକା ନିଆଯିବ ବୋଲି ଜଣାପଡିଛି ।
ଏସବୁ ମଧ୍ୟରେ ନିର୍ଦ୍ଦେଶକ ସିଦ୍ଧାର୍ଥ ଆନନ୍ଦଙ୍କ ୪୬ ତମ ଜନ୍ମଦିନରେ ଆୟୋଜିତ ଏକ ଗ୍ରାଣ୍ଡ ପାର୍ଟୀରେ ଶାହାରୁଖ ଖାନଙ୍କୁ ଦେଖିବାକୁ ମିଳିଥିଲା।ଦୁଇ ଦିନ ପୂର୍ବେ ଅଭିନେତାଙ୍କ ବିଷୟରେ ଖବର ଆସିଥିଲା ଯେ ସେ ଚକ୍ଷୁ ଅସ୍ତ୍ରୋପଚାର ପାଇଁ ବିଦେଶ ଯାଉଛନ୍ତି। ଏଭଳି ପରିସ୍ଥିତିରେ ଲୋକମାନେ ତାଙ୍କୁ ପାର୍ଟିରେ ଦେଖି ଆଶ୍ଚର୍ୟ୍ୟ ହୋଇଯାଇଛନ୍ତି। କେବଳ ଏତିକି ନୁହେଁ ଅଭିନେତାଙ୍କ ପ୍ରବେଶ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। କିଙ୍ଗ ଖାନ ତାଙ୍କ ମ୍ୟାନେଜର ପୂଜା ଦାଦଲାନୀଙ୍କ ସହ ଏହି ପାର୍ଟୀରେ ପହଞ୍ଚିଥିଲେ।
ସୋସିଆଲ ମିଡିଆରେ ଶାହାରୁଖ ଖାନଙ୍କ ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ସେ ବାନ୍ଦ୍ରା ରେଷ୍ଟୁରାଣ୍ଟରେ ପ୍ରବେଶ କରୁଥିବା ଦେଖିବାକୁ ମିଳିଛି। ଏହି ସମୟ ମଧ୍ୟରେ ଅନେକ ରାକ୍ଷୀ ମଧ୍ୟ ଅଭିନେତାଙ୍କ ଚାରିପାଖରେ ନଜର ଆସିଥିଲେ ଜ୍ଝ ଏହି ଅବସରରେ କିଙ୍ଗ ଖାନ କଳା ଟି-ସାର୍ଟ, ଜ୍ୟାକେଟ ଏବଂ ନୀଳ ଡେନିମ ଜିନ୍ସ ପିନ୍ଧିଥିବାର ନଜର ଆସିଥିଲେ। କେବଳ ଏତିକି ନୁହେଁ ସେ ଗାଢ କଳା ଚଷମା ମଧ୍ୟ ପିନ୍ଧିଥିଲେ।